ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକଙ୍କ ଗୁହାରି ଶୁଣିଲେ ରେଲୱେ ବୋର୍ଡ୍ କର୍ତ୍ତୃପକ୍ଷ 

ପୂର୍ବରୁ ରହୁଥିବା ଦୃତଗାମୀ ଟ୍ରେନ୍ ରହଣୀ ପାଇଁ ରେଲୱେ ବୋର୍ଡ୍ ପକ୍ଷରୁ ଚିଠି ପ୍ରେରଣ

ରୁପ୍ରା, (ମନିସ) : କଳାହାଣ୍ଡି ଜିଲ୍ଲାର ଦୁଇଟି ରେଳ ଷ୍ଟେସନ ନର୍ଲାରୋଡ୍ ଓ ରୁପ୍ରାରୋଡରେ ଏଣିକି ସମତା ସୁପରଫାଷ୍ଟ ଓ କୋରବା- ବିଶାଖାପାଟନମ ଏକ୍ସପ୍ରେସ ଟ୍ରେନ୍ ରହଣୀ ପାଇଁ ରେଲୱେ ବୋର୍ଡ୍ ପକ୍ଷରୁ ଚିଠି ପ୍ରେରଣ ହୋଇଥିବା ଜଣାପଡିଛି । ସୂଚନାଥାଉକି ନର୍ଲା ରୋଡ୍ ରେ ପୁରୀ ଅହମଦାବାଦ ଏକ୍ସପ୍ରେସ ଟ୍ରେନ ରହିବ ବୋଲି ରେଳ ବିଭାଗରୁ ଚିଠି ପହଞ୍ଚିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ରୁପ୍ରାରୋଡ ଷ୍ଟେସନରେ ଦୁଇଗୋଟି ଓ ନର୍ଲାରୋଡ ଷ୍ଟେସନରେ ତିନିଗୋଟି ଏକ୍ସପ୍ରେସ୍ ଟ୍ରେନ ରହିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି । କୋଭିଡ୍ ପୂର୍ବରୁ ନର୍ଲାରୋଡ୍ ଓ ରୁପ୍ରାରୋଡ୍ ରେଳ ଷ୍ଟେସନରେ ରହୁଥିବା ଏକ୍ସପ୍ରେସ୍ ଟ୍ରେନ ଗୁଡିକର ପୁନଃ ରହଣୀକୁ ନେଇ ଅନେକ ଦାବୀ ହେବାସହ କୌଣସୀ ପଦକ୍ଷେପ ନନେବା ଯୋଗୁଁ ଅଞ୍ଚଳବାସୀ ଅତିଷ୍ଠ ହୋଇ ରେଳରୋକ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଲେ ଓ ନିଷ୍ପତି ଅନୁସାରେ ରୁପ୍ରାରୋଡ ଷ୍ଟେସନରେ ଅପ୍ରେଲ ୧୦ ରେ ନର୍ଲା ବ୍ଳକ ଅଧ୍ଯକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଶ୍ରୀ ଦୁର୍ଗାପ୍ରସାଦ ମହାନ୍ତି (ମୁନା) ଙ୍କ ନେତୃତ୍ଵରେ ଓ ହଜାର ହଜାର ଲୋକ ଙ୍କ ସମର୍ଥନରେ ରେଲରୋକୋ ଆନ୍ଦୋଳନ ହୋଇଥିବା ବେଳେ ନର୍ଲାରୋଡ ଷ୍ଟେସନରେ ଅପ୍ରେଲ ୧୧ ରେ ରେଳରୋକ ଆନ୍ଦୋଳନ ସ୍ଥଗିତ ରହିଥିଲା, କାରଣ ରେଳବାଇ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ବରିଷ୍ଠ ଅଧିକାରୀ ନର୍ଲାରୋଡ୍ ରେଳଯାତ୍ରୀ ସୁରକ୍ଷା ସମିତି ସହ ଆଲୋଚନା କରି ଟ୍ରେନ୍ ରହଣୀ ପାଇଁ ଏକମାସ ସମୟ ମାଗି ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିବାରୁ ବରିଷ୍ଠ ଅଧିକାରୀଙ୍କ କଥା ରଖି ଆନ୍ଦୋଳନ ସ୍ଥଗିତ ରଖିଥିଲେ । ରେଳ ବିଭାଗ କତ୍ତୃପକ୍ଷ ଆନ୍ଦୋଳନ ସମୟରେ ଜବାବ୍ ମଧ୍ୟ ଦେଲେ ମାସକ ମଧ୍ୟରେ ଏହି ଦୁଇ ଷ୍ଟେସନରେ ଟ୍ରେନ୍ ରହଣୀ ହେବବୋଲି । ତେବେ ହୋଇଥିବା ଆଲୋଚନାର ଜବାବ୍ ରଖିଲେ ରେଳବାଇ ବୋର୍ଡ୍ କର୍ତ୍ତୃପକ୍ଷ । ମାସକ ମଧ୍ୟରେ ଅଞ୍ଚଳବାସୀଙ୍କ ଦାବୀ ରହିଥିବା ଉପରୋକ୍ତ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକ ରହିବ ବୋଲି ଚିଠି ଆସିଲା। ଉକ୍ତ ଚିଠିରେ ତେବେ ଛମାସର ଏକ ହିସାବ ମଧ୍ୟ ମଗାଯାଉଛି । ତେବେ ଉକ୍ତ ଦୁଇ ଷ୍ଟେସନ୍ ରେ ଟ୍ରେନ୍ ରହଣୀକୁ ନେଇ ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂହ ଙ୍କ ସମେତ ଅନେକ ବ୍ୟକ୍ତି ବିଭାଗୀୟ ଅଧିକାରୀ ମାନଙ୍କୁ ଯୋଗାଯୋଗ କରିଥିବା ଜଣାପଡିଛି। ତେବେ ଟ୍ରେନ୍ ରହଣୀ ପାଇଁ ଚିଠି ହୋଇଥିବାରୁ ଅଞ୍ଚଳର ସମସ୍ତ ଲୋକେ ରେଲୱେ ବୋର୍ଡ୍ ସହ ଆନ୍ଦୋଳନରେ ସାମିଲ ହୋଇଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ସହଦେବ ପରିଡ଼ା ଙ୍କ ଡାକ ଶୁଭିଲା କି ନାହିଁ???

Sunil Chandra Nayak

କେନ୍ଦ୍ର ମନ୍ତ୍ରୀ ପ୍ରଫେସର ଏସ ପି ସିଂ ବଘେଲ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ବରିଷ୍ଠ କଳାକାର ସଂଘର କଳାକାର ଏକତା ଅଭିଯାନରେ ବାଲେଶ୍ବର 

Sunil Chandra Nayak

Leave a Comment

error: Content is protected !!