ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ବରାଡଙ୍ଗା ରେ ଶ୍ରମିକ ଦିବସ ପାଳନ

କୋକସରା,୧/୫- ରବିବାର ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ବରାଡଙ୍ଗା ଲଙ୍କେଶ୍ୱରୀ ମନ୍ଦିର ଆମ୍ବ ବଗିଚା ଠାରେ କୋକସରା ବ୍ଲକ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଆୟୋଜିତ ଶ୍ରମିକ ଦିବସ ର ଆବାହକ କଳାହାଣ୍ଡି ଶ୍ରମିକ ସଂଘ ର ସାଧାରଣ ସମ୍ପାଦକ ସୁବୋଧ କୁମାର କର ଙ୍କ ଆହ୍ୱାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଶ୍ରମିକ ସଂଘ ସଭାପତି ତୀର୍ଥରାଜ ଦୁର୍ଗା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ଶ୍ରମିକ ମାନେ ହେଉଛନ୍ତି ଦେଶ ର ମେରୁଦଣ୍ଡ , ଆମ ଦେଶ ହେଉ ଅବା ଆମ ରାଜ୍ୟ ଓଡ଼ିଶା ହେଉ ସାମଗ୍ରିକ ବିକାଶ ରେ ଶ୍ରମିକ ଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ରାଜ୍ୟ ସରକାର ମଧ୍ୟ ନିର୍ମାଣ ଶ୍ରମିକ ଓ ଅନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଭାଇଭଉଣୀ ଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ବିଗତ ଦିନରେ ତାର ସୁଫଳ ମଧ୍ୟ ଶ୍ରମିକ ଓ ତାଙ୍କ ପରିବାର ପାଇଛନ୍ତି, ଆଗକୁ ମଧ୍ୟ ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ ଅନେକ ଯୋଜନା ର ରୁପାୟନ କରିବେ ବୋଳି କହିଛନ୍ତି। ଏତତ ବ୍ୟତୀତ ସମ୍ମାନିତ ଅତିଥି ଭାବେ ପ୍ରଶାନ୍ତ କୁମାର ନାଏକ,ଶ୍ରମିକ ସଙ୍ଘ ର କର୍ମକର୍ତ୍ତା ଭକ୍ତରାଜ ଦୁର୍ଗା, କୁମୁଦ ଚନ୍ଦ୍ର ପଟେଲ, ଦୟାନିଧି ସାହୁ, ଗୁପ୍ତେଶ୍ଵର ପୋଢ଼, ଟଙ୍କଧର ନାଏକ, ବିଶ୍ବମ୍ବର ସାହୁ, ଲକ୍ଷ୍ମୀଧର ନାଏକ, ଭରତ ଛାତ୍ରୀଆ, ଆଇନଜୀବୀ ମନୋଜ ନାଏକ, ସରପଞ୍ଚ ପ୍ରତିନିଧି କୁମୁଦ ସେଠି, ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ସମେତ ଶ୍ରମିକ ସଙ୍ଘଠନ ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ମ ନି ସ 

Related posts

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଵାଲା ଓ ପୋଷଣ ବଗିଚା କାର୍ଯ୍ୟକ୍ରମ ପାଇଁ ବୈଠକ ଅନୁଷ୍ଠିତ 

Sunil Chandra Nayak

ପ୍ରେମିକ କୁ ଜୀବନରେ ମାରି ଜଙ୍ଗଲରେ ପୋତିଦେଲେ , ପୋଲିସ ୧୧ ଦିନ ପରେ କଙ୍କାଳ ଉଦ୍ଧାର କଲା

Sunil Chandra Nayak

ଅମୂଲ ତରଫରୁ ଜାତୀୟ ଦୁଗ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!