ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ପ୍ରତିଷ୍ଠା ଦିବସରେ ଶ୍ରଦ୍ଧାଞ୍ଜଳି: ଶହୀଦ୍ ଚିତ୍ତରଞ୍ଜନଙ୍କ ବଳିଦାନକୁ ମନେ ପକାଇଲା ଓଡ଼ିଶା ପୋଲିସ 

ପୋଲିସ ପ୍ରତିଷ୍ଠା ଦିବସରେ ଶ୍ରଦ୍ଧାଞ୍ଜଳି: ଶହୀଦ୍ ଚିତ୍ତରଞ୍ଜନଙ୍କ ବଳିଦାନକୁ ମନେ ପକାଇଲା ଓଡ଼ିଶା ପୋଲିସ 

ବେଲଗୁଣ୍ଠା,ତା ୦୧/୦୪ ଦେଶ ମାତୃକାର ସେବା ପାଇଁ ହସି ହସି ଜୀବନ ଦେଇଥିବା ବୀର ସନ୍ତାନଙ୍କ ବଳିଦାନ କେବେ ବି ବ୍ୟର୍ଥ ଯାଏନାହିଁ। ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶା ପୋଲିସ ପକ୍ଷରୁ ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବଲାଡି ଗ୍ରାମର ଅମର ଶହୀଦ୍ ଚିତ୍ତରଞ୍ଜନ ନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜ୍ଞାପନ କରାଯାଇଛି।ଆଜି ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡଃ ଦିପକ କୁମାର ମିଶ୍ର ଏବଂ ବେଲଗୁଣ୍ଠା ଥାନାଧିକାରୀ ରେବତୀ ଶବରଙ୍କ ସମେତ ପୋଲିସ ଟିମ୍ ଶହୀଦଙ୍କ ଗ୍ରାମ ବଲାଡିରେ ପହଞ୍ଚିଥିଲେ।ଅଧିକାରୀମାନେ ଶହୀଦ୍ ଚିତ୍ତରଞ୍ଜନଙ୍କ ବାସଭବନକୁ ଯାଇ ତାଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ସମବେଦନା ଜଣାଇଥିଲେ। ଗ୍ରାମ ଉପକଣ୍ଠରେ ଥିବା ଶହୀଦ୍ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ବୀର ଜବାନଙ୍କ ଅମ୍ଳାନ ସ୍ମୃତି ଚାରଣ କରାଯାଇଥିଲା।

ଏହି ଭାବପୂର୍ଣ୍ଣ ପରିବେଶରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେ କହିଥିଲେ, ସରକାରୀ ସହାୟତା ବା ସମ୍ମାନ ହୁଏତ ଏକ ପରିବାରର କ୍ଷତି ଭରଣା କରିପାରିବ ନାହିଁ, କିନ୍ତୁ ଚିତ୍ତରଞ୍ଜନଙ୍କ ବଳିଦାନକୁ ଓଡ଼ିଶା ପୋଲିସ କେବେ ବି ଭୁଲିବ ନାହିଁ। ଆମେ ସଦାସର୍ବଦା ତାଙ୍କ ପରିବାର ସହିତ ଅଛୁ ଏବଂ ରହିବୁ।

ଏହି ଅବସରରେ ଶହୀଦଙ୍କ ପରିବାରକୁ ପୋଲିସ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁଅକୁ ହରାଇବାର ଦୁଃଖରେ ପିତା ରାଧାମୋହନ ନାୟକଙ୍କ ଆଖିରୁ ଲୁହ ଝରି ପଡୁଥିଲେ ମଧ୍ୟ, ଦେଶ ପାଇଁ ପୁଅ ସହିଦ୍ ହୋଇଥିବାରୁ ସେ ଗର୍ବିତ ବୋଲି ରୁଦ୍ଧ କଣ୍ଠରେ ପ୍ରକାଶ କରିଥିଲେ। ପୋଲିସ ଟିମ୍ ସହିତ ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଓ ଶିବରାମ ଚୌଧୁରୀ ଉପସ୍ଥିତ ଥିଲେ।

 

Related posts

୭ମ ବର୍ଷ ରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ  ଝଲସୁଛି କଳାହାଣ୍ଡି ରାଜ ଦରବାର ଆକୃତି ମଞ୍ଚ

masiha

ନିଆଁ ଲାଗି ଧାନଗଦା ନଷ୍ଟ

Sunil Chandra Nayak

ସମାଜସେବୀ ଯୁଗଳ କିଶୋର ମହାକୁଡ଼ ଙ୍କ ବିୟୋଗରେ ଶୋକ 

Sunil Chandra Nayak

Leave a Comment

error: Content is protected !!