ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଟ ଗାଁ ସରପଞ୍ଚ ଦାୟିତ୍ଵ ତୁଲାଇଲେ ଅରୁଣ ପରିଡ଼ା

ବାଟ ଗାଁ ସରପଞ୍ଚ ଦାୟିତ୍ଵ ତୁଲାଇଲେ ଅରୁଣ ପରିଡ଼ା

କଙ୍କଡ଼ାହାଡ଼ (ମନିସ)5/6/25 —  ଜିଲ୍ଲାପାଳଙ୍କ ଚିଠି ଅନୁଯାୟୀ ତଥା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କୁ କାର୍ଯ୍ୟକାରୀ କରିବା ପାଇଁ ଅନାସ୍ଥାରେ ବାଟ ଗାଁ ସରପଞ୍ଚ ରୁଜିନା ସ୍ୱାଇଁଙ୍କ ସ୍ଥାନରେ ନାଏବ ସରପଞ୍ଚ ଅରୁଣ ପରିଡ଼ା ଦାୟିତ୍ଵ ତୁଲାଉଛନ୍ତି,ସରପଞ୍ଚ ଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ସ୍ଵତନ୍ତ୍ର ବୈଠକ ହୋଇଥିଲା,କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ କ୍ଷମତା ପ୍ରାପ୍ତ ତହସିଲଦାର କଙ୍କଡ଼ାହାଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଉପରେ ଢ଼େଙ୍କାନାଳ ଜିଲ୍ଲାପାଳ ବାଟ ଗାଁ ସରପଞ୍ଚ ଜାଗାରେ ନାଏବ ସରପଞ୍ଚଙ୍କୁ ଦାୟିତ୍ଵ ନିର୍ବାହ ପାଇଁ ଆଦେଶ ପ୍ରଦାନ କରିଥିଲେ,ଅନ୍ୟାଦେଶ ପର୍ଯ୍ୟନ୍ତ ନାଏବ ସରପଞ୍ଚ ଅରୁଣ ପରିଡ଼ା ସରପଞ୍ଚ କାର୍ଯ୍ୟ ତୁଲାଇବେ ବୋଲି ଜିଲ୍ଲା କାର୍ଯ୍ୟାଳୟଚିଠି ରେ ସୂଚନା ମିଳିଛି,ବୁଧବାର ପୂର୍ବାହ୍ନ ସମୟରେ ନିଜ ପଂଚାୟତ କାର୍ଯ୍ୟାଳୟ ରେ ଆସନ ଗ୍ରହଣ କରିଥିଲେ,ଏହି ଘଟଣାରେ ବାଟ ଗାଁ ପଂଚାୟତ ରେ ଖୁସିର ଲହରୀ ଖେଳି ଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାଂସଦ କ୍ରୀଡା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଟ୍ରକ ସହ ହାଇୱା ଗାଡ଼ି ମୁହାଁମୁହିଁ ଜଣେ ମୃତ ୨ ଗୁରୁତର 

masiha

ଗ୍ରୀସ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ନିଆଲଙ୍କ କବିତା 

masiha

Leave a Comment

error: Content is protected !!