ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଡିଜି ଅନିଲ ଜୟସ୍ବାଲଙ୍କ ଅଫିସିଆଲ୍ ଗ୍ରସ୍ତ 

ରୋଟାରୀ କ୍ଲବ ଡିଜି ଅନିଲ ଜୟସ୍ବାଲଙ୍କ ଅଫିସିଆଲ୍ ଗ୍ରସ୍ତ 

ରାଉରକେଲା: ରୋଟାରୀ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅନିଲ ଜୟସ୍ବାଲ ରାଉରକେଲା କୁ ଅଫିସିଆଲ୍ ଗ୍ରସ୍ତ କରିବା ସହ ସମସ୍ତ ରୋଟାରୀଆନ ଙ୍କ ସହ ଭାବ ବିନିମୟ ଓ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରିଥିଲେ। ରୋଟାରୀ କ୍ଲବ ଷ୍ଟିଲ ସିଟିର ସଭାପତି ରୋଟାରିଆନ ବିଣାପାଣୀ ରଥଙ୍କ ଅଧ୍ୟକ୍ଷତାରେ ରାଉରକେଲା। କ୍ଲବ୍ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଜୟସ୍ବାଲ ବିଭିନ୍ନ କ୍ଲବର ସମସ୍ତ ରୋଟାରୀଆନଙ୍କୁ ସମ୍ବୋଧିତ କରି ସମସ୍ତଙ୍କ ସହ ଭାବ ବିନିମୟ କରିଥିଲେ। ରୋଟାରୀ କ୍ଲବର ଆଭିମୁଖ୍ୟ,ଦାନ ର ମହତ୍ୱ ,ପୋଲିଓ ନିରାକରଣ, ଐକ୍ୟବଦ୍ଧତା ଓ ସାମାଜିକ ଦାୟିତ୍ୱବୋଧ ତଥା ପ୍ରତିବଦ୍ଧତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଡିଜି ଇଲେକ୍ଟ ଆଲାମ ସିଂ ରୂପ୍ରା,ମୋ ରୋଟାରୀର ଜିଲ୍ଲା ଅଧ୍ୟକ୍ଷ ଅଜୟ ଅଗ୍ରୱାଲ, ଆସିଷ୍ଟାଣ୍ଟ ଗଭର୍ଣ୍ଣର ରଶ୍ମି ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଷ୍ଟିଲ ସିଟିର ସଭାପତି ରୋଟାରୀଆନ ବିଣାପାଣୀ ରଥ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ରୋଟାରୀଆନ ରଶ୍ମି ମିଶ୍ର କ୍ଲବ୍ ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଉପଦେଷ୍ଟା ରୋଟାରୀଆନ ଡ ଅଞ୍ଜନା ମୈତ୍ର କ୍ଲବର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ନୂତନ ଭାବେ ଯୋଗ ଦେଇ ଥିବା ରୋଟାରୀଆନ ଜୟଶ୍ରୀ ପଟ୍ଟନାୟକ ରୋଟାରୀଆନ ଇଂ ଅସୀମ ପଟ୍ଟନାୟକଙ୍କୁ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ସମ୍ମାନିତ କରିଥିଲେ। ରୋଟାରୀଆନ ସୁଚିସ୍ମିତା ବିଶ୍ବାସ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀ ଜୟସ୍ବାଲଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଶେଷରେ ରୋଟାରୀଆନ ଡ ସରିତା ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ଦିଲିପ ଭୁଇ, ରୋଟାରୀଆନ ପୁତୁଲ ରାହୁଲ,ରୋଟାରୀଆନ ପିଉ ଗୁହା, ରୋଟାରୀଆନ କମଲ ଅଗ୍ରୱାଲ, ରୋଟାରୀଆନ ସନ୍ଧ୍ୟା ସାହୁ, ରୋଟାରୀଆନ ୟସ ମିଶ୍ର, ରୋଟାରୀଆନ ଆଶିଷ ନାୟକ ତଥା ବିଭିନ୍ନ କ୍ଲବ୍ ରୁ ରୋଟାରୀଆନ ଅସୀମା ମିଶ୍ର, ରୋଟାରୀଆନ ନିବେଦିତା ମହାନ୍ତି,ରୋଟାରୀଆନ ନମିତା ଆଚାର୍ଯ୍ୟ, ରୋଟାରୀଆନ ଅର୍ଚ୍ଚନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଗୋଳାମୁଣ୍ଡାଠାରେ ଜନକଲ୍ୟାଣ ସାମ୍ବାଦିକ ପକ୍ଷରୁ ପ୍ରେସ ଦିବସ ପାଳିତ

masiha

ମାନ୍ୟବର ଅଦାଲତ ନିର୍ଦ୍ଧେଶରେ ମର୍ଯ୍ୟାଦାହାନୀ ‘ନା’ ଷଡଯନ୍ତ୍ର?କେଉଁ ଆଇନରେ ଷ୍ଟାଫ ଦରମା ଦେବେ ଶ୍ରମିକଙ୍କୁ-ଏଡିଜି?

masiha

Leave a Comment

error: Content is protected !!