ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳନ

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳନ

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୯୧ ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ଦ୍ୱାରା ସାହିତ୍ୟ ସଂସଦ ପରିସରରେ ସାଂସ୍କୃତିକ ପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସାଧାରଣ ସଂପାଦକ ମନୋଜ କୁମାର ନନ୍ଦଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ସଭାରେ କବି ଚିତ୍ତରଞ୍ଜନ ବ୍ରହ୍ମା, ସତ୍ୟବ୍ରତ ଦାସ, କୁଞ୍ଜ ବିହାରୀ ରାଉତ, ଉପେନ୍ଦ୍ର ବସ୍ତିଆ, ମନୋଜ ବାରିକ, ଶୈଳବାଳା ଷଡ଼ଙ୍ଗୀ , ଗୀତାରାଣୀ ବେହେରା,ସସ୍ମିତା ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସାହିତ୍ୟ ଅନୁଷ୍ଠାନ ଗୁଡ଼ିକ ଆଗଭର ହୋଇ ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିବା ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥଲେ। ଶେଷରେ କବି ଦିବାକର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମୋହନ ପଟ୍ଟନାୟକ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଲୋକସଭା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ଓ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ କୃତିବାସ ମୁଣ୍ଡ 

masiha

ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ବ୍ଲଡ଼ ବେଙ୍କ ଏବଂ ମେଡ଼ିସିନ ସ୍ପେଶାଲିଷ୍ଟ ନିଯୁକ୍ତି ପାଇଁ ସଚେତନ ନାଗରିକ ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ

masiha

ରାଇରଙ୍ଗପୁରରେ ମା’ ଶାରଦା ସେବାସଂଘର ୨୯ ତମ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!