ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୨୭ତମ ବାର୍ଷିକ ଉତ୍ସବ ପାଳନ

୧୨୭ତମ ବାର୍ଷିକ ଉତ୍ସବ ପାଳନ

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କନକI କ୍ଲଷ୍ଟର ର ଏକ୍ସସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ୧୨୭ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି କୀର୍ତ୍ତି ଭାସନ୍,ସି ଡି ଓ ଶ୍ରୀଯୁକ୍ତ ସମୀର କୁମାର ଜେନା,ବରିଷ୍ଠ ଆଇନଜୀବୀ ଶ୍ରୀ ଅଜିତ କୁମାର ପାତ୍ର, ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା,ବି ଡି ଓ ଶ୍ରୀ ଅଜିତ କୁମାର ପାତ୍ର, ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସଙ୍ଗୀତ ସେଠୀ,ଏସ ଡି ପି ଓ ଶ୍ରୀ ସୁଜିତ କୁମାର ନାୟକ,ପୂର୍ବତ୍ତନ ନଗରପାଳ ଶ୍ରୀ ବାସୁଦେବ ମହାପାତ୍ର,ବି ଇ ଓ ଶ୍ରୀ କିଶୋର ଚନ୍ଦ୍ର ବେହେରା,ଏ ବି ଓ ତଥା ବି ଆର୍ ସି ସି ଶ୍ରୀ ବିଜୟ ଚନ୍ଦ୍ର ବେହେରା ,ଏ ବି ଇ ଓ ଭକ୍ତ ବତ୍ସଳ ଜIନି ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବାବା ଚରଣ ଦାସ,ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀ ଚରଣ ପାଣିଗ୍ରାହୀ ,କନକI ସି ଆର ସି ସି ଶ୍ରୀ ହେମନ୍ତ କୁମାର ବେହେରା ,ପ୍ରଧାନ ଶିକ୍ଷକ ଶ୍ରୀ ହରପ୍ରସାଦ ଦାସ ଓ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଭଗବାନ୍ ବେହେରା ଯୋଗ ଦେଇଥିଲେ।ଜିଲ୍ଲାପାଳ ମହୋଦୟ ପିଲାଙ୍କୁ ଭଲ ପାଠ ପାଢ଼ୀ ଭଲ ମଣିଷ ହେବାକୁ ତଙ୍କ ଭାଷଣ ରେ କହିବା ସହ ଏହି ବିଦ୍ୟାଳୟ ର ସମସ୍ୟା ଯଥାଶୀଘ୍ର ସମାଧାନ କରିବାକୁ କହିଥିଲେ।ଏହାକୁ ସି ଆର ସି ସି ଶ୍ରୀ ହେମନ୍ତ କୁମାର ବେହେରା ଏହାକୁ ସଂଯୋଜନା କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଷଡ଼ଙ୍ଗୀ,ସବିତା କୁମାରୀ ପାତ୍ର ,ସନାଲିରଣି ଦାସ,ରିନ ଦୀକ୍ଷିତ,ସସ୍ମିତା ଗୌଡ଼,ପ୍ରମିତା ବେହେରା, ଟୁନି ବେହେରା ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ। ଏସ୍ ଏମ୍ ସି ସଦସ୍ୟ/ସଦସ୍ୟା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।  କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା, ଲୋକେ ଆଶ୍ବସ୍ତି 

masiha

ମ୍ୟାଟ୍ରିକ ପରୀକ୍ଷାରେ ଢେଙ୍କାନାଳ ଜିଲ୍ଲା ଟପ୍ ୩୧ ଜଣ 

masiha

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

Leave a Comment

error: Content is protected !!