ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିଞ୍ଚଣାରେ ପଞ୍ଚଶମ୍ଭୁ ମହାମିଳନ ; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ 

ବିଞ୍ଚଣାରେ ପଞ୍ଚଶମ୍ଭୁ ମହାମିଳନ ; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ 

ବେଲଗୁଣ୍ଠା, ତା ୦୩/୦୪, ଆଜି ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଛି ପଞ୍ଚଶମ୍ଭୁ ଏବଂ ପାଞ୍ଚ କାଳୀଙ୍କ ମହାମିଳନ I ଏହି ମହାମିଳନରେ ଗୋବରା, ଡେଙ୍ଗାପଦର,ବେଲଗୁଣ୍ଠା-୧,ବେଲଗୁଣ୍ଠା-୨ ଏବଂ ଗାମୁଣ୍ଡି ଗ୍ରାମର ଦଣ୍ଡଦଳ ଅଂଶଗ୍ରହଣ କରିଥିଲେ I ପୂର୍ବ ପ୍ରସ୍ତୁତି ମୁତାବକ ଆଜି ସକାଳ ସାତ ଘଣ୍ଟା ସମୟରେ ସଂକୀର୍ତ୍ତନ ମଣ୍ଡଳୀ,ଯାତ୍ରା କମିଟି ଏବଂ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ସମସ୍ତ ପାଞ୍ଚୋଟି ଦଣ୍ଡ ଦଳକୁ ଫୁଲ ଚନ୍ଦନ ଦେଇ ବରଣ କରିଥିଲେ I ସମସ୍ତ ଦଣ୍ଡଦଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ ସ୍ଥଳରେ ଠାକୁରଙ୍କର ସକାଳ ନୀତିକାନ୍ତି ସମାପ୍ତ କରିବା ପରେ ସକାଳ ୧୦:୪୫ ଠାରୁ ୦୧:୧୫ ପର୍ଯ୍ଯନ୍ତ ମୁଖ୍ୟ ସଡ଼କ,ବିଷୋୟୀ ସାହି, ଧୋବା ସାହି, ମନ୍ଦିର ପାଖ ଏବଂ ମନ୍ଦିର ସାମ୍ନାରେ ଧୂଳି ଦଣ୍ଡ ପରିବେଷଣ କରିଥିଲେ I ପରେ ଅପରାହ୍ଣ ୧:୧୫ ଠାରୁ ୩:୦୦ ପର୍ଯ୍ୟନ୍ତ ଗ୍ରାମର ମାଆ ସନ୍ତୋଷୀ ମନ୍ଦିର ନିକଟରେ ଥିବା ପୋଖରୀରେ ପାଣିଦଣ୍ଡ ନୀତି ସମାପନ କରିଥିଲେ I ପୋଖରୀରୁ ଫେରି ଗ୍ରାମ ପରିକ୍ରମା କରିବା ପରେ ପଞ୍ଚ ଶମ୍ଭୁ ମହା ମିଳନ ପାଇଁ ଉଦ୍ଦିଷ୍ଟ ସ୍ଥାନ ସରସ୍ଵତୀ ମଡ଼େଲ୍ ସ୍କୁଲ୍ ପରିସରରେ ସମସ୍ତ ଦଣ୍ଡ ଦଳ ପହଞ୍ଚିବା ପରେ ଅପରାହ୍ଣ ୦୫:୩୦ ସମୟରେ ପଞ୍ଚ ଶମ୍ଭୁ ଏବଂ ପଞ୍ଚ କାଳୀଙ୍କର ମହା ମିଳନ ଅନୁଷ୍ଠିତ ହୋଇଥିଲା I ଆଜି ଅନୁକୂଳ ପାଗ ଥିବାରୁ ପଞ୍ଚ ଶମ୍ଭୁଙ୍କ ମହା ମିଳନ ଦେଖିବା ପାଇଁ ବିଞ୍ଚଣା ଗ୍ରାମରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା I ବିଞ୍ଚଣା ଗ୍ରାମ ସମେତ ମୁଖ୍ୟ ସଡ଼କ ଏବଂ ସରସ୍ଵତୀ ମଡ଼େଲ୍ ସ୍କୁଲ୍ ପରିସର ଲୋକାରଣ୍ୟ ହୋଇ ଉଠିଥିଲା I ପଞ୍ଚଶମ୍ଭୁ ମହା ମିଳନ ପରେ ସନ୍ଧ୍ୟା ସାତ ଘଣ୍ଟା ସମୟରେ ଠାକୁରଙ୍କର ଆଳତି ଅନୁଷ୍ଠିତ ହୋଇଥିଲା I ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କର ସନ୍ଧ୍ୟା ଆଳତି ଦର୍ଶନ କରିଥିଲେ I ଯାତ୍ରା କମିଟିର ସୂଚନା ପ୍ରକାରେ ରାତ୍ର ଏଗାର ଘଣ୍ଟା ସମୟରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ମଧ୍ୟରାତ୍ର ବାର ଘଣ୍ଟା ସମୟରେ ସମସ୍ତ ଦଣ୍ଡଦଳ ନିର୍ଦ୍ଧାରିତ ସ୍ଥାନରେ ପାରମ୍ପରିକ ଭାରତଲୀଳା ନାଟକ ପରିବେଷଣ କରିବେ I ଶନିବାର ସକାଳ ଛଅ ଘଣ୍ଟା ସମୟରେ ନାଟକ ଉଦଯାପିତ ହେବ I ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର,ସ୍ଵଚ୍ଛତା ସହିତ ସୂଚନା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା I ଶୃଙ୍ଖଳା ରକ୍ଷା,ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ଦିଗରେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ ସମ୍ପୂର୍ଣ୍ଣ ସଜାଗ ଥିଲେ I ଗ୍ରାମର ଯୁବ ସ୍ଵେଚ୍ଛାସେବୀ,ଯାତ୍ରା କମିଟି ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ I

Related posts

ରାମେଶ୍ୱର ମନ୍ଦିରରେ ଶୀତଳ ସଷ୍ଟି ଅନୁଷ୍ଠିତ

ରାଇରଙ୍ଗପୁର ରେ ରଥଯାତ୍ରା ପାଇଁ ଅଖପୂଜା

masiha

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ତଥା ଖାତିଗୁଡା ସତସଙ୍ଗ ଶ୍ରୀ ମନ୍ଦିର ର୨୮ଭିତମ ସ୍ମାରକୀ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!