ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁରରେ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ  ଆଜିଠାରୁ ଉତ୍ତୀର୍ଣ୍ଣ ୭୦ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଠ୍ୟକ୍ରମର ଶୁଭାରମ୍ଭ 

ବ୍ରହ୍ମପୁରରେ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ 

ଆଜିଠାରୁ ଉତ୍ତୀର୍ଣ୍ଣ ୭୦ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଠ୍ୟକ୍ରମର ଶୁଭାରମ୍ଭ 

ବ୍ରହ୍ମପୁର,ତା ୦୪/୦୪ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ବ୍ରହ୍ମପୁର ଉନ୍ନୟନ କତୃପକ୍ଷ କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ଗୃହର ଉଦ୍ଘାଟନ କରାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର,ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା,ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ,ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ , ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ , ଦକ୍ଷିଣାଞ୍ଚଳ ଆଇ ଜି ଶ୍ରୀ ନିତି ଶେଖର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣା ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର ଉପସ୍ଥିତ ରହିଥିଲେ । 

      ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଜିଲ୍ଲା ପ୍ରଶାସନ ତରଫରୁ ଲକ୍ଷ୍ୟ ନିକେତନ କାର୍ଯ୍ୟକ୍ରମ ମାଧ୍ୟମରେ ସିଭିଲ ସର୍ଭିସ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଜାନୁଆରୀ ମାସରେ ଆୟୋଜିତ ହୋଇଥିବା ପରୀକ୍ଷାରେ ପ୍ରାୟ ୭୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୦ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସେଥିମଧ୍ୟରୁ ବ୍ରହ୍ମପୁରର ୭୦ଜଣ ପରୀକ୍ଷାର୍ଥୀ ଆଜି ଉପସ୍ଥିତ ରହିଥିଲେ l ଆଜିଠାରୁ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବ୍ୟତୀତ ଛତ୍ରପୁର ଓ ଭଞ୍ଜନଗର ଠାରେ ମଧ୍ୟ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରାଯିବ । ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି ।

    ଗଞ୍ଜାମ ଜିଲ୍ଲାର ଯୁବକ ଓ ଯୁବତୀଙ୍କୁ ଭାରତୀୟ ପ୍ରଶାସନିକ ସେବା,ଓଡ଼ିଶା ପ୍ରଶାସନିକ ସେବା ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ l ଦିଲ୍ଲୀରେ ଅବସ୍ଥିତ ସାରଥି ଆଇ ଏ ଏସ କୋଚିଙ୍ଗ ସେଣ୍ଟରର ଅଧ୍ୟାପକମାନେ ଅନଲାଇନ ଓ ସିଧା ପ୍ରସାରଣ ମାଧ୍ୟମରେ ଏବଂ ଗଞ୍ଜାମ ଜିଲ୍ଲାର ଆଇ ଏ ଏସ ଏବଂ ଓ ଏ ଏସ ଅଧିକାରୀମାନେ ନିଜେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିବେ । ଏହି ଠାରେ ପରୀକ୍ଷାର୍ଥୀମାନଙ୍କ ପାଇଁ ପାଠାଗାର ର ମଧ୍ୟ ସୁବିଧା ରହିଛି ।

Related posts

ଗୋତୋମୁଣ୍ଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି

ରାଉରକେଲା କଲେଜରେ ବିଶ୍ବ ଦର୍ଶନ ଶାସ୍ତ୍ର ଦିବସ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ର ଯୁବକବି ସନ୍ତୋଷ କୁମାର ମେହେର ପାଇଲେ ଚଳିତବର୍ଷ ର ସର୍ବଶ୍ରେଷ୍ଠ କବିତା ପ୍ରତିଭା ସମ୍ମାନ

masiha

Leave a Comment

error: Content is protected !!