ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନାଲ ପାଣିରେ ବୁଡି ଯୁବକର ସଲିଳ ମୃତ୍ୟୁ 

କେନାଲ ପାଣିରେ ବୁଡି ଯୁବକର ସଲିଳ ମୃତ୍ୟୁ 

ରାଇରଙ୍ଗପୁର – ୨୮୵୮୵ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ ଅନ୍ତର୍ଗତ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଣକାଟି ପଂଚାୟତ ର ବଣକାଟି ଗାଁର ଚିତ୍ର ସିଂ ର ୧୯ ବର୍ଷିୟା ଭେଣ୍ଡିଆ ପୁଅ କୃଷ୍ଣୁ ସିଂର କେନାଲ ପାଣିରେ ବୁଡି ପ୍ରାଣବାୟୁ ଉଡିଯାଇଛି। ସୂଚନାଯୋଗ୍ୟ ଅଗଷ୍ଟ ୨୭ ତାରିଖ ପାଖାପାଖି ପୂର୍ବାହ୍ନ ୧୧ଟା ଵେଳୁ ଘରୁ ବାହାରି ବାଙ୍କବଳ କେନାଲରେ ଶୌଚ ହେବାକୁ ଯାଇ ପାଣିରେ ଥିବା ଗଭୀର ଗାତରେ ପାଦ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ପରେ ଘର ଲୋକେ ଖୋଜାଖୋଜି କଲାବେଳେ କେନାଲରେ ମୃତକ ଭାସୁଥିବା ଦେଖି ଥାନାକୁ ଖବର ଦେଇଥିଲେ । ପରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସକୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନଂ ୧୬/୨୪ ରୁଜୁ କରି ଆଜି ବୁଧବାର ଦିନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାର‌ଵର୍ଗଙ୍କୁ ହସ୍ତାନ୍ତର କରିଛି । 

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ନିରୀକ୍ଷକ,ପରିଦର୍ଶକ ଙ୍କ ସାମୁହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ

masiha

ରାଇରଙ୍ଗପୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ବୃତ୍ତି ପରାମର୍ଶ ସମ୍ପର୍କିତ ପ୍ରତିଯୋଗିତା 

masiha

ସନ୍ଧିପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!