ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ 

ଡାବୁଗାଁ, ୫/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଓଡିଆ ପକ୍ଷ ପାଳନ ଅବସରେ ଏକ ଗଣଦୌଡ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ବିଦ୍ୟାଳୟ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବିଦ୍ୟାଳୟ ଠାରେ ପହଞ୍ଚି ଥିଲେ | ଏଥିରେ ଓଡିଆ ଭାଷା କୁ ବଞ୍ଚାଇବା, ଆମର ସଂସ୍କୃତିକୁ ଉନ୍ନତି କରିବା, ଓଡିଆ ଭାଷାରେ ଗର୍ବ କରିବା, ଏହାକୁ ଜୀବିତ ରଖିବା, ଓଡିଆରେ ନାମ ଫଳକ ଲେଖିବା ଭଳି ବିଭିନ୍ନ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ | ଏହି ଗଣଦୌଡରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ, ସୁରେଶ କୁମାର ବାରିକ, ଅମୂଲ୍ୟ ଦଳାଇ ଓ ଛାତ୍ରୀ ଛାତ୍ର ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା 

Sunil Chandra Nayak

୬୮ ତମ ବୀମା ସପ୍ତାହ ପାଳନ ଅବସରରେ ବିଦ୍ୟାଳୟରେ ଜୀବନ ବୀମା, ଉମରକୋଟ ତରଫରୁ ଚାରା ରୋପଣ 

masiha

ଗୋଲାମୁଣ୍ଡାସ୍ଥିତ ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!