ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡକ୍ଟର ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ଯରେ ଶୋକସଭା

ଡକ୍ଟର ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ଯରେ ଶୋକସଭା

ଭବାନୀପାଟଣା/(ସନ୍ତୋଷ ପ୍ରଧାନ)ଭବାନୀପାଟଣା ସହର ନିକଟସ୍ଥ ପଲିଟେକନିକ୍ କଲେଜ୍ ନିକଟସ୍ଥ ସୈଭାଗ୍ୟ ଲନ ମ୍ୟାରେଜ ପ୍ୟାଲେସ ଠାରେ ଡକ୍ଟର ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଇଞ୍ଜିନିୟର ନିରଞ୍ଜନ ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶୋକସଭା ରେ ମଧୁ ସୁଦନ ପ୍ରଧାନ ମଂଚ ପରିଚାଳନା କରିଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ମଧୁ ଓ ସ୍ଵପ୍ନା ଙ୍କ ଦ୍ଵାରା ଲିଖିତ ଏକ ଭକ୍ତି କୁସୁମାଞ୍ଜଳୀ ଏବଂ ତାଙ୍କ ନାତୁଣୀ ଅନୁତମା ପ୍ରଧାନ ଙ୍କ ଦ୍ଵାରା ଲିଖିତ ‘The strength He left Behind ‘ ଲେଖା ପଠନ ହୋଇଥିଲା। ଶାସ୍ତ୍ରୀଜୀ ଶିକ୍ଷା ନିକେତନ ଛାତ୍ରୀ ମାନଙ୍କ ଦ୍ୱାରା ଗୀତା ପଠନ ଓ ମନ୍ତ୍ର ଆବୃତ୍ତି ଏବଂ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ଵାରା ସଙ୍କୀର୍ତ୍ତନ କରାଯାଇଥିଲା। ଶୋକସଭା ରେ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ । ପୂର୍ବତନ ବିଧାୟକ ଅନାମ ନାୟକ,ପୂର୍ବତନ ବିଧାୟକ ସୁରେନ୍ଦ୍ର ପାଟଯୋଷୀ,ଶିକ୍ଷାବିତ୍ ପରମାନନ୍ଦ ନନ୍ଦ, ଡାକ୍ତର ଅଜିତ ନେଗୀ, ଡାକ୍ତର ବାବାଜୀ ଚରଣ ଦାସ, ଶିକ୍ଷାବିତ୍ ମନୋରଞ୍ଜନ ପଣ୍ଡା, ସୁଶ୍ରୀ ସବିତା ପଟ୍ଟନାୟକ, ସୀମା ପ୍ରଧାନ, ପୂର୍ବତନ ପୌରପରିଷଦ ନଗରପାଳିକା ସଂଯୁକ୍ତା ବେହେରା, ଘନଶ୍ୟାମ ଭାଟି,ଆଇନଜୀବୀ ଚିନ୍ତାମଣି ପାତ୍ର, ପ୍ରମୂଖ ସ୍ମୃତି ଚାରଣ କରିଥିଲେ।

Related posts

ଲୁହାଶିଳା ଆର.କେ. କଲେଜରେ “ବନ ମହୋତ୍ସବ” ପାଳିତ

Sunil Chandra Nayak

ସରକାର ପ୍ରତିଶ୍ରୁତି ପାଣିରେ ଗାର ! ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ରାଜସ୍ଵ ଅମଲା ସଂଘର ୧୦ ଦଫା ଦାବି ନେଇ ସମୂହ ଛୁଟି; ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!