ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ 

ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ 

ଢେଙ୍କାନାଳ,  ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସକାଳ ସମୟରେ ସ୍ଥାନୀୟ ମିନି – ଷ୍ଟାଡ଼ିୟମ ଠାରୁ ଆରମ୍ଭ ହୋଇଥିବା ଐତିହ୍ୟ ଗଣଦୌଡ଼କୁ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଦିପ୍ତୀ ରଂଜନ ସେଠୀ, କ୍ରୀଡ଼ା ଅଧିକାରୀ ଦୟାନିଧି ପାତ୍ର, ପର୍ଯ୍ୟଟନ ଅଧିକାରୀ ସ୍ୱସ୍ତି ରଂଜନ ସାହୁ, କ୍ରୀଡ଼ା ସଂଘର ସମ୍ପାଦକ ନଳିନୀ କୁମାର ଦାସ, ଅଗ୍ନିଶମ ଅଧିକାରୀ ଦୀନବନ୍ଧୁ ମଲ୍ଲିକ, ଉପଖଣ୍ଡ ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସାହୁ ପ୍ରମୂଖ ପତାକା ଦେଖାଇ ଆରମ୍ଭ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଐତିହ୍ୟ ଗଣଦୌଡ଼ରେ ସାମିଲ ହୋଇ ମିନି ଷ୍ଟାଡ଼ିୟମ ଠାରୁ ବାହାରି ରଥଗଡ଼ା ଦେଇ ଶ୍ରୀବଳରାମ ମନ୍ଦିର ଅତିକ୍ରମ କରି ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଭାଷା ସାହିତ୍ୟକୁ ଆଗେଇ ନେଇ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ସହଯୋଗ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ । ସତ୍ୟନାରାୟଣ କର ଏହି ଐତିହ୍ୟ ଗଣ ଦୌଡ଼ ଉତ୍ସବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସାନ୍ତିଝରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ 

masiha

ଆରଏମସି ତରଫରୁ ବିଶ୍ଵ ଯୋଗ ଦିବସ ପାଳିତ 

masiha

ଠାକୁରାଣୀ ଯାତ୍ରା, ଘଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

masiha

Leave a Comment

error: Content is protected !!