ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କମ୍ୟୁନିଷ୍ଟ ନେତା ଭାଗବତ ପ୍ରଧାନଙ୍କ ପରଲୋକ

କମ୍ୟୁନିଷ୍ଟ ନେତା ଭାଗବତ ପ୍ରଧାନଙ୍କ ପରଲୋକ

ଜଳେଶ୍ଵର,୬/୪(ମନିସ)- ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ଫାଣ୍ଡି ଅଧୀନ ଡେମୁରିଆ ଗ୍ରାମର ଭାଗବତ ପ୍ରଧାନଙ୍କ ହୃଦଘାତ ଜନିତ ଆକସ୍ମିକ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅତ୍ୟନ୍ତ ସରଳ ଜୀବନ ଯାପନ, ଅମାୟିକ ବ୍ୟବହାର ଏବଂ ପରୋପକାରୀ ବ୍ୟକ୍ତି ହିସାବରେ ଏବଂ ଜଣେ ସଚ୍ଚା କମ୍ୟୁନିଷ୍ଟ ନେତା ଭାବରେ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ।ଗତକାଲି ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କଲାପରେ ତାଙ୍କୁ ଜଳେଶ୍ଵର ଭଟ୍ଟର ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କର ମର ଶରୀର ଆଜି ନିଜର ଘରେ ପହଞ୍ଚିବା କ୍ଷଣି ଗ୍ରାମର ତଥା ଆଖପାଖ ଅଞ୍ଚଳର ବହୁ ଲୋକ ତାଙ୍କୁ ଶେଷ ଦର୍ଶନ ପାଇଁ ରୁଣ୍ଡ ହୋଇ ଯାଇଥିଲେ। ଭାଗବତ ପ୍ରଧାନ ସମାଜବାଦ ନୀତି ପ୍ରତି ଆକୃଷ୍ଟ ହୋଇ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ରେ ଯୋଗଦେବା ସହିତ ଜୀବନର ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ନିଷ୍ଠାର ସହିତ ପାର୍ଟି କାମ କରୁଥିଲେ।ସେ ପାର୍ଟିର ଡେମୁରିଆ ବ୍ରାଞ୍ଚ ସମ୍ପାଦକ ଥାଇ କୃଷକଙ୍କ ସମସ୍ୟା ଦୂର କରିବା ଦିଗରେ ବେଶ୍ ଯତ୍ନବାନ ଥିଲେ ଏବଂ କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିଲେ। କେବଳ ସେ ନୁହନ୍ତି ,ତାଙ୍କର ପୂରା ପରିବାର କମ୍ୟୁନିଷ୍ଟ ଆନ୍ଦୋଳନ ସହିତ ଜଡ଼ିତ ହୋଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇବା ମାତ୍ରେ ସିପିଏମ ପାର୍ଟିର ଜିଲ୍ଲା ନେତା ଦିପ୍ତିମାନ ଆଚାର୍ଯ୍ୟ, ନାରୀ ନେତ୍ରୀ ମମି ପଣ୍ଡା, ଆରତୀ ପଲାଇ,କୃଷକ ନେତା ରାଜୀବ ପଣ୍ଡା, ବିଶ୍ବନାଥ ଦଳାଇ , ପଲ୍ଟୁ ଦାସ,ଧନଞ୍ଜୟ ପଲାଇ ଓ ପରେ ସିପିଏମର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଦସ୍ୟ ସୀତାଂଶୁ ସେନାପତି,ବାମପନ୍ଥୀ ନେତା ତଥା ବିଶିଷ୍ଟ ସମାଜସେବୀ ଦିଲ୍ଲୀପ କୁମାର ଗିରି, ରବିନ୍ଦ୍ର ବାରିକ ପ୍ରମୁଖ ତାଙ୍କର ଡେମୁରିଆ ବାସ ଭବନରେ ପହଞ୍ଚି ମରଶରୀର ଉପରେ ଲାଲ୍ ପତାକା ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୃତ୍ୟୁ ସମୟରେ ତାଙ୍କର ବିଧବା ପତ୍ନୀ ,ଦୁଇ ପୁଅ,ଦୁଇ ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ଏହି ଦୁଃଖଦ ଖବର ପାଇ ପାର୍ଟିର ଜିଲ୍ଲା ସମ୍ପାଦକ ଶିଶିର ହୁଇ ଓ ଆଞ୍ଚଳିକ କମିଟି ସମ୍ପାଦକ ଅକ୍ଷୟ କୁମାର ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। 

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

କାନପୁରା ସ୍କୁଲ କ୍ୟାମ୍ପସ ନିକଟରୁ ୧୩ ଫୁଟ ଲମ୍ବର ଅଗଜର ଉଦ୍ଧାର

Sunil Chandra Nayak

ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ, ଢେଙ୍କାନାଳ ଶାଖାର ଦ୍ବିତୀୟ ସାଧାରଣ ସଭା

masiha

ଡ଼ମ୍ବରୁଗଡ଼ ମଠ ପରିଚାଳନା କମିଟିର ସାଧାରଣସଭା ଅନୁଷ୍ଠିତ 

Leave a Comment

error: Content is protected !!