ହିଞ୍ଜିଳି ଗ୍ରାମର ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ଜିର୍ଣ୍ଣୋଦ୍ଧାର ଓ ପ୍ରତିଷ୍ଠା ଉତ୍ସବ
ହିଞ୍ଜିଳିକାଟୁ, ତା ୦୬/୦୪ ସ୍ଥାନୀୟ ପୌରାଞ୍ଚଳ ସ୍ଥିତ ହିଞ୍ଜିଳି ଗ୍ରାମର କରୁଣାକର ମାର୍ଗ ଥିବାଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ଜିର୍ଣ୍ଣୋଦ୍ଧାର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରେ ପାଳିତ ହେଉଛି । ଏହି ଉତ୍ସବ ଚଳିତ ତା ୦୬/୦୪/୨୬ ରିଖ ସୋମବାର ଠାରୁ ତା ୦୮/୦୪/୨୬ ରିଖ ବୁଧବାର ପର୍ଯ୍ୟନ୍ତ ୩ଦିନ ବ୍ୟାପି ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଉତ୍ସବ ପାଳିତ ହେବ । ରବିବାର ତା ୦୫/୦୪/୨୬ ରିଖ ସନ୍ଧ୍ୟା ଅଂକୁର ରୋପଣ । ସୋମବାର ତା ୦୬/୦୪/୨୬ ଖରେ ହୋଇଥିବା ଉପଲକ୍ଷେ ପ୍ରଥମ ଦିବସରେ ଜଳଯାତ୍ରା,ଦୀକ୍ଷା ଗ୍ରହଣ,ବନଯୋଗ କର୍ମ ଆରମ୍ଭ ,ଶାଲା ମଣ୍ଡପ ପୂଜା, ଅଗ୍ନିସ୍ଥାପନ, ଧାନ୍ୟାଧିବାସ,ଦ୍ଵିତୀୟ ଦିବସ ତା ୦୭/୦୪୨୬ ରିଖ ମଙ୍ଗଳବାର ସୂର୍ଯ୍ୟ ପୂଜା,ମଣ୍ଡପପୂଜା, ହୋମଦେବତା ଅଧିବାସ, ମହାସ୍ନାନ,ରାତ୍ର ନ୍ୟାସ ଓ ଶେଷ ଦିନ ତା ୦୮/୦୪/୨୬ ରିଖ ବୁଧବାର ଶାଲଙ୍ଗ ପୂଜା, ଇନ୍ଦ୍ର ଇନ୍ଦ୍ରାଣୀ ଗଠନ,ରତ୍ନମୁଦ,ପାଶ୍ୱ ଦ୍ୱାର ଦେବତା ସ୍ଥାପନ, ଧ୍ୱଜା ରୋହଣ,ପୂର୍ଣ୍ଣାହୁତି ସହିତ ପ୍ରସାଦ ସେବନ ରହିଛି । କର୍ତ୍ତା ଭାବେ ଅଶୋକ ପାଠୀ ଓ ହିଞ୍ଜିଳି ଗ୍ରାମବାସୀ ବୃନ୍ଦ ରହିଥିଲେ । ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶରେ ପ୍ରଚାରକ ପୁରୋହିତ ପଣ୍ଡିତ ଶ୍ରୀକାନ୍ତ ପାଢ଼ୀ ଓ ସହଯୋଗୀ ବୃନ୍ଦ ପ୍ରମୁଖ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସମସ୍ତ ଦେବ ଓ ପୂଜାନୀତି ନିର୍ବାହ କରିଥିଲେ I ସ୍ୱେଚ୍ଛାସେବୀ ଓ ଗ୍ରାମବାସୀ ଓ କମିଟି ବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ ଓ ପରିଚଳନା କରିଥିଲେ I ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସ୍ଥାନୀୟ ଓ ଆଖପାଖ ଅଞ୍ଚଳରୁ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇ ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ଦର୍ଶନ, ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ।

