ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣ୍ଡଳା ପଞ୍ଚାୟତରେ,ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର 

ଗଣ୍ଡଳା ପଞ୍ଚାୟତରେ,ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର 

ହିଞ୍ଜିଳିକାଟୁ, ତା ୦୬/୦୪ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଆନୁକୁଲ୍ୟରେ ସୋମବାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରିକା ଷଢ଼ଙ୍ଗୀଙ୍କ ତତ୍ତ୍ବାବଧାନରେ ହୋଇଥିବା ବେଳେ ତହସିଲଦାର ତପନ କୁମାର ମହାପାତ୍ର,ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ,ସରପଞ୍ଚ ସ୍ଥିତି ପ୍ରଜ୍ଞା ସେଠୀ,ସମିତି ସଭ୍ୟ ପ୍ରଶାନ୍ତ କୁମାର ସାହୁ,ସିଡିପିଓ ବିଜୟଲଷ୍ମୀ ପାଢ଼ୀ,ବ୍ଳକ ଉପାଧ୍ଯକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ସଂପୃକ୍ତ ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାରୁ ବଞ୍ଚିତ, ଅପେକ୍ଷିତ ଓ ସରକାରୀ ସୁବିଧାରୁ ବଞ୍ଚିତ ହିତାଧିକାରୀ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ ନିଜର ବିଭିନ୍ନ ଯୋଜନାରୁ ଉପକୃତ ହେବା ପାଇଁ ଅଭିଯୋଗ ଦାଖଲ କରିଥିଲେ । ଏହି ଦ୍ଵିତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣିରେ ମୋଟ ୧୯ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ସେଥି ମଧ୍ୟରୁ ,ଗ୍ରାମୀଣ ଆବାସ ୦୮ଟି,ରାଜସ୍ୱ ୦୩ଟି ,ବିଭିନ୍ନ ଭତ୍ତା ୦୬ଟି ଓ ବିକାଶ ମୂଳକ କାର୍ଯ୍ୟ ବିଭିନ୍ନ ବିଭାଗ ପାଇଁ ୦୨ଟି ଅଭିଯୋଗ ଦାଖଲ ହୋଇଥିଲା । ଆଜିର ଏହି ଶିବିରକୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାଳୁ ଚରଣ ବେହେରା ପରିଚାଳନା କରିଥିଲେ I ଅନ୍ୟମ ମଧ୍ୟରେ ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଯୋଗାଣ ନିରୀକ୍ଷକ ସ୍ନେହାଞ୍ଜଳି ସ୍ୱାଇଁ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଅଧିକାରୀ ବନଶ୍ରୀ ଦାଶ, ରାଜସ୍ବ ନିରୀକ୍ଷକ ସଂଘମିତ୍ରା ନାୟକ,ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭଜରାମ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts

ଘରେ ନିଆଁ ଲାଗି ଅଳ୍ପେକ ବର୍ତିଲେ ବିଧବା ମହିଳା

masiha

ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଷିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ବିଶାଳ ସାହିତ୍ୟ ଆସର

Sunil Chandra Nayak

୩ବର୍ଷ ନିର୍ମାଣଧୀନ ରାଇହରି ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ବେକାର ଯୁବକଙ୍କ କାମରେ ଲାଗୁନି; ପଞ୍ଚାୟତ ତରଫରୁ ଯୋଗ୍ୟ ବେକାରୀଙ୍କୁ ଆବଣ୍ଟନରେ ବିଳମ୍ବ ନେଇ ରହସ୍ୟ କ’ଣ ?

Sunil Chandra Nayak

Leave a Comment

error: Content is protected !!