ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ

ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ 

ଡାବୁଗାଁ, ୬/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମା ରେ ଥିବା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ନେତୃତ୍ଵରେ ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀ ଛାତ୍ର ମାନଙ୍କ ସହଯୋଗରେ ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ, ଅଧ୍ୟାପକ ତଥା ରେଡ୍ କ୍ରସ କାଉନସେଲର ଶିବ ପ୍ରସାଦ ସାହୁ, ଅଧ୍ୟାପିକା ପ୍ରତିକ୍ଷା ପ୍ରିୟଦର୍ଶନୀ ସ୍ଵାଇଁ, ଅସ୍ମିତା ସ୍ଵାଇଁ, ରିତୁ ମଣ୍ଡଳ, ସୂକ୍ଷ୍ମାଙ୍ଗୀ ପତି, ରଶ୍ମିତା ପାଢୀ, ଜ୍ୟୋତ୍ସ୍ନା ରାଣୀ ଖୁରା, ଅଧ୍ୟାପକ ଲିପୁ ଚନ୍ଦ୍ର ମାଝୀ, ନବୀନ କୁମାର ନାଗେଶ, କର୍ମଚାରୀ ଜଗଦୀଶ ମାଝୀ, ଲକ୍ଷ୍ମଣ ମାଝୀ, ସମାରୁ ଭତ୍ରlଙ୍କ ସହ ସମ୍ପୃକ୍ତ ବିଦ୍ୟାଳୟର ଯୁବ ରେଡକ୍ରସ ଛାତ୍ରୀ ଛାତ୍ର ଓ ଅନ୍ୟ ଛାତ୍ରୀ ଛାତ୍ର ଙ୍କ ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟର ପରିସର ଆଗ ଓ ମଝିରେ ଥିବା ପରିସର ସଫା ସୁତୁରା କରାଇ ଅଳିଆ ଆବର୍ଜନାକୁ ନିଆଁ ଲଗାଇ ପୋଡ଼ି ପରିଷ୍କାର କରିଥିଲେ l ବିଦ୍ୟାଳୟର ମଝି ପାର୍ଶ୍ଵରେ ଚାରି ଭାଗ ହୋଇ ଫୁଲ ଗଛ ଲାଗିଥିବା ବାଉଣ୍ଡ୍ରୀ ଭିତରୁ ଘାସ ଅଳିଆ ମଧ୍ୟ ସଫା କରି ପରିଷ୍କାର କରି ପରିବେଶ ସଫା ସୁତୁରା କରି ସ୍ଵଚ୍ଛତା ରେ ସାମିଲ ହୋଇ ଥିଲେ l ଏପରିକି ଅଧ୍ୟକ୍ଷ, ଅଧ୍ୟାପିକା, ଅଧ୍ୟାପକ ବୃନ୍ଦ ଛାତ୍ରୀ ଛାତ୍ର ମାନଙ୍କ ସହିତ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ସଫା ସୁତୁରା କରିଥିଲେ l ପରିବେଶକୁ ସଫା ସୁତୁରା କଲେ ସମସ୍ତେ ସୁସ୍ଥ ରହିବା, ରୋଗ ଦାଉରୁ ନିଜେ ରକ୍ଷା ପାଇବା ସହ ଅନ୍ୟକୁ ରୋଗ ମୁକ୍ତ କରାଇ ପାରିବା ବୋଲି ସଫେଇ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ l ଓଡିଶା ରାଜ୍ୟ ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ସ୍ଵଚ୍ଛତା କାର୍ଯ୍ୟକ୍ରମ ସୋମବାର ପାଳନ କରାଯାଇଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନେଗିଗୁଡା ଠାରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମଗଡ ବିଧାୟକ ଓ ଜନ ପ୍ରତିନିଧି

ବିଇଏମ୍‌ସିରେ ପଶୁ କଲ୍ୟାଣ ସମୀକ୍ଷା ବୈଠକ: କୁକୁର ବନ୍ଧ୍ୟାକରଣ, ପଶୁଙ୍କ ଚିକିତ୍ସା ଓ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ

Sunil Chandra Nayak

ଶୀତଳଷଷ୍ଠୀ ପାଇଁ ରୁପ୍ରା – ଖମ୍ବପଡ଼ା ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ 

Leave a Comment

error: Content is protected !!