ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଓଡିଶାର ରାଜ୍ୟପାଳ ଅନୁମୋଦନ କ୍ରମେ ରାଜ୍ୟର ୧୧ଗୋଟି ବିଶ୍ୱବିଦ୍ୟାଳୟର ନୂତନ କୁଳପତିଙ୍କ ନାମ ଘୋଷଣା କରାଯାଇଛି।ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଡ. ପବନ କୁମାର ଅଗ୍ରୱାଲଙ୍କ ନାମ ଘୋଷଣା କରାଯାଇଛି। ଦୀର୍ଘଦିନ ଧରି ଏହି ବିଶ୍ୱ ବିଦ୍ୟାଳୟ କାମଚଳା କୁଳପତିଙ୍କ ଦ୍ୱାରା ଚାଲୁଥିଲା।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଜନ୍ମିତ ଡ. ଅଗ୍ରୱାଲ ଗତ ୨୦୧୯ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସଫଳତାର ସହିତ ଦାୟିତ୍ୱ ନିର୍ବାହ କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ର ଭାବେ ସେ ୧୯୮୫ରେ ବିଏସସି (ଏଗ୍ରୋ) ଶିକ୍ଷା ଗ୍ରହଣ ପରେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ, ଲୁଧିଆନାରେ ଏମଏସସି (ଉଦ୍ଭିଦ ପ୍ରଜନନ) ଓ ୧୯୮୯ରେ ପି.ଏଚ୍.ଡି (ଉଦ୍ଭିଦ ପ୍ରଜନନ) ଡିଗ୍ରୀ ହାସଲ କରିଥିଲେ। ଆଜି ତାଙ୍କ ନାମ ଘୋଷଣା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।ତାଙ୍କୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆଲୁମିନ ଏସୋସିଏସନର ଅଧ୍ୟକ୍ଷ ଡ. ବାବା ମିଶ୍ର ଓ ସାଧାରଣ ସଂପାଦକ ଡ. ଭବାନୀଶଙ୍କର ନିଆଲ, ଜୁନାଗଡ ର ପୂର୍ବତନ ଏନଏସିର ଅଧ୍ୟକ୍ଷ ଲାୟନ ମାଣିକ ଚାନ୍ଦ ଅଗ୍ରୱାଲ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆମପାଣି ଯୋନର ୮ଟି ପଞ୍ଚାୟତ ୱାର୍ଡ଼ ମେମ୍ବରଙ୍କ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

Sunil Chandra Nayak

ସାପ୍ତାହିକୀ, ଖୋଲାଫର୍ଦ ର ବନ୍ଧୁ ମିଳନ ଓ ପ୍ରତିଭା ସମ୍ମାନ ଉତ୍ସଵ 

Sunil Chandra Nayak

ମାଁଙ୍କୁ ସମ୍ମାନ ଦେଲେ ଆମେ ଆଗେଇବା: ବିଶ୍ୱ ମାତୃ ଦିବସ ରେ ଅତିଥି ଙ୍କ ମତ କନ୍ୟା ସଂଗଠନ ତରଫରୁ ମାତୃ ଦିବସ ପାଳିତ

Leave a Comment

error: Content is protected !!