ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସହରର ବିଭିନ୍ନ ସ୍ଥାନରେ ମା’ ମଙ୍ଗଳାଙ୍କ ‘ ପନ୍ଥେଇ’ ପୂଜା ଅନୁଷ୍ଠିତ

ସହରର ବିଭିନ୍ନ ସ୍ଥାନରେ ମା’ ମଙ୍ଗଳାଙ୍କ ‘ ପନ୍ଥେଇ’ ପୂଜା ଅନୁଷ୍ଠିତ

ରାଉରକେଲା, ୭/୪: ପୂର୍ବ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ମହିଳାମାନଙ୍କ ଦ୍ବାରା କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୂଜା ସହରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପ୍ରତି ମଙ୍ଗଳବାର ଦିନ ପନ୍ଥେଇ ପୂଜା ମହିଳା ମାନଙ୍କ ଦ୍ବାରା ଅନୁଷ୍ଠିତ ହୋଇଥାଏ । ଏହି ପୂଜା ଝାମୁଯାତ୍ରା ଓ ଦଣ୍ଡଯାତ୍ରା ଭାବେ ଓଡ଼ିଶାରେ ବେଶ୍ ପରିଚିତ। ଉକ୍ତ ମାସର ପ୍ରତି ମଙ୍ଗଳବାର ଦିନ ମହିଳା ଶ୍ରଦ୍ଧାଳୁ ମାନେ ଉପବାସ ରହିବା ସହ ପନ୍ଥେଇ ସ୍ଥାନକୁ ଲିପାପୋଛା କରିବା ସହ ଫୁଲ, ସିନ୍ଦୁର, ମୁରୁଜ ଦ୍ବାରା ପ୍ରସ୍ତୁତ କରିବା ପରେ ସମବେତ ହୋଇ ଧୂପ, ଝୁଣା, କ୍ଷୀର, ବିଭିନ୍ନ ପ୍ରକାର ଫଳ, ନଡ଼ିଆ ତଥା ମା’ଙ୍କ ପ୍ରିୟ ପଣା ପ୍ରସ୍ତୁତ କରି ଭୋଗ ଆକାରରେ ମା’ଙ୍କୁ ସମର୍ପଣ କରିଥାନ୍ତି ।

          ଚଳିତ ବର୍ଷର ପଞ୍ଚମ ତଥା ଶେଷ ପାଳି ମଙ୍ଗଳବାର ଅବସରରେ ସ୍ଥାନୀୟ ଶକ୍ତିନଗର (ଚମ୍ପାଟୋଲି) ଠାରେ ଏହି ପୂଜା ସ୍ଥାନୀୟ ମହିଳା ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଏକ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି l ଗୌରୀବାଳା ମାଝୀ ଓ ଚାନ୍ଦିନୀ ଘୋଷଙ୍କ ମିଳିତ ତତ୍ତ୍ୱାବଧାନରେ ବହୁ ସଂଖ୍ୟାରେ ମହିଳା ପ୍ରସ୍ତୁତ ପନ୍ଥେଇ ନିକଟରେ ସମବେତ ହୋଇ ରୀତିନିତି ଅନୁଯାୟୀ ମା ମଙ୍ଗଳା ଙ୍କ ନିକଟରେ ଭୋଗ, ନୈବେଦ୍ୟ ଆଦି ପ୍ରଦାନ କରି ପୂଜାର୍ଚ୍ଚନା କରିଥିଲେ l ଘଣ୍ଟ, ଘଣ୍ଟି, ଶଙ୍ଖ, ହୁଳହୁଳିରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା l ମହିଳାମାନେ ନିଜ ପରିବାରର ସମୃଦ୍ଧି ଓ ନିରାମୟ ଜୀବନ କାମନା କରିବା ସହ ଅଞ୍ଚଳର ତଥା ବିଶ୍ୱର କଲ୍ୟାଣ ନିମନ୍ତେ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା ପାଳିତ

masiha

ରାଇରଙ୍ଗପୁର ସହରର ଗଢ ଗ୍ରାମର ଓଁ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ମନ୍ଦିର ପୁନଃ ନିର୍ମାଣ ୫ ଦିବସୀୟ ପ୍ରତିଷ୍ଠା ଉତ୍ସବ ଆସନ୍ତା ଫେବୃୟାରୀ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ସୂଚନା 

masiha

ସେକ୍ଟର ୭ ମୁକ୍ତେଶ୍ଵର ମନ୍ଦିରର ପ୍ରତିଷ୍ଠା ଦିବସ

Sunil Chandra Nayak

Leave a Comment

error: Content is protected !!