ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି କର୍ମୀ ନିଷ୍ଠାବାନ, କର୍ମଠ ଓ ରାଷ୍ଟ୍ର ପାଇଁ ସମର୍ପିତ – ଜୁଏଲ ଓରାମ 

ବିଜେପି କର୍ମୀ ନିଷ୍ଠାବାନ, କର୍ମଠ ଓ ରାଷ୍ଟ୍ର ପାଇଁ ସମର୍ପିତ – ଜୁଏଲ ଓରାମ 

ରାଉରକେଲା : ସେକ୍ଟର ୩ ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସକାଳ ୯ ଘଟିକା ସମୟରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ ଓ ବିଜେପି ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ହାଁସଦା ବିଜେପି ପତାକା ଉତ୍ତୋଳନ କରିଥିଲେ । ମାନ୍ୟବର ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦିଲ୍ଲୀରୁ ଭିଡିଓ କନ୍ଫରେନ୍ସିଙ୍ଗ ମାଧ୍ୟମରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ଶୁଭେଛା ଓ ଅଭନନ୍ଦନ ଜଣାଇ ଥିଲେ । ଶ୍ରୀ ଓରାମ ଉପସ୍ଥିତଙ୍କୁ ଉଦବୋଧନ ଦେଇ ବିଜେପିର ଦୀର୍ଘ ଦିନର ଯାତ୍ରା ଭାରତୀୟ ଜନ ସଙ୍ଘରୁ ବିଜେପି ଜନ୍ମ ବୃତ୍ତାନ୍ତ ଏବଂ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଠାରୁ ଆରମ୍ଭ କରି ଭାରତରତ୍ନ ତଥା ବିଜେପିର ପ୍ରତିଷ୍ଠାତା ଅଟଳ ବିହାରି ବାଜପାୟୀ ଓ ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରଭକ୍ତି ଉପରେ ଆଲୋକପାତ କରିଥିଲେ । କର୍ମୀଙ୍କ କର୍ତ୍ତବ୍ୟ ନିଷ୍ଠା, ରାଷ୍ଟ୍ରପ୍ରେମ , ସାହସିକତା ଓ କଠିନ ପରିଶ୍ରମ ଯୋଗୁ ଆଜି ବିଜେପି ବିଶ୍ୱରେ ଏକ ନମ୍ବର ପାର୍ଟି ରୂପେ ଉଭା ହୋଇ ପାରିଛି । ସେ ତାଙ୍କ ବକ୍ତବ୍ୟରେ ମୋଦୀଜି ଙ୍କ ଆତ୍ମ ନିର୍ଭଶୀଳ ଭାରତ” , “ବିକଶିତ ଭାରତ” ଉପରେ ଆଲୋକପାତ କରିଥିଲେ। ଯୁବ ପିଢୀ ବିକଶିତ ଭାରତର ପ୍ରକୃତ ସାରଥୀ ହୋଇ ତାକୁ କାର୍ଯ୍ୟରେ ପରିଣତ କରିବେ ବୋଲି ସେ ପ୍ରକାଶ କରିଥିଲେ । ସନ୍ଧ୍ୟା ସମୟରେ ପ୍ରତିଷ୍ଠା ଦିବସ ଅବସରରେ ଏଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ବରିଷ୍ଠ ନେତା ରମେଶ ଅଗ୍ରୱାଲ, ଗଙ୍ଗାଧର ଦାଶ ଓ ଅଶୋକ ଲେଙ୍କାଙ୍କୁ ସମ୍ମାନିତ କରାଯାଇଥିଲା ଓ ଉକ୍ତ ନେତୃବୃନ୍ଦ ବିଜେପିର ପୂର୍ବଜ ଓ କର୍ଣ୍ଣଧାରଙ୍କ ଶୃତି ଚାରଣ କରିବା ସହିତ ସେମାନଙ୍କ ବଳିଦାନ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ନେତା ଶଶାଙ୍କ ଶେଖର ଜେନାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ମଳୟ ମହାପାତ୍ର, ଉତ୍ତମ ଅଗ୍ରୱାଲ, ତ୍ରିଲୋକ ନାଥ ଶୁକ୍ଳା, ମନୋରଞ୍ଜନ ମୁନି, ବାବୁଲି ମୁର୍ମୁ, ଦିଲ୍ଲୀପ ପଟ୍ଟନାୟକ, ସରୋଜ ଦାସ, ଅକ୍ଷୟ କୁମାର ଦାଶ, ଦିଲ୍ଲୀପ ଦାଶ, ପରେଶ ମିଶ୍ର, ସନ୍ଦୀପ ଅଗ୍ରୱାଲ, ସୁଶାନ୍ତ ମହାପାତ୍ର, ମନୋଜ କୁମାର ସ୍ୱାଇଁ, ଆଶା ନାଇଡୁ, ପ୍ରତିମା ରାଉତଙ୍କ ସହିତ ବହୁକର୍ମି ଉପସ୍ଥିତ ଥିଲେ ବୋଲି କାର୍ଯ୍ୟକ୍ରମର ସଂଯୋଜକ ଶଶାଙ୍କ ଶେଖର ଜେନା ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେପି ଯୁବ ମୋର୍ଚ୍ଚା ଉତ୍ତର ବାଲେଶ୍ୱର ଜିଲ୍ଲା କମିଟି ଘୋଷିତ 

Sunil Chandra Nayak

ସାହାଡ ମଣ୍ଡଳ ବିଜେପିର ମହା ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ 

Sunil Chandra Nayak

ରାଜ୍ୟ ରାଜନୀତି ର ଏକଛତ୍ର ବାଦି ନେତା ଙ୍କ କୁଶ ପୁତ୍ତଳିକା ଦାହକଲା ଜିଲ୍ଲା କଂଗ୍ରେସ

masiha

Leave a Comment

error: Content is protected !!