ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶୋଇ ବିଜେପି ପକ୍ଷରୁ ଦୁର୍ନୀତି ବିରୋଧରେ ଜନଆକ୍ରୋଶ ସମାବେଶ ସୋଭାଯାତ୍ରା ସହିତ ବ୍ଲକ ଘେରାଉ

ବିଶୋଇ ବିଜେପି ପକ୍ଷରୁ ଦୁର୍ନୀତି ବିରୋଧରେ ଜନଆକ୍ରୋଶ ସମାବେଶ ସୋଭାଯାତ୍ରା ସହିତ ବ୍ଲକ ଘେରାଉ

  ମୟୂରଭଞ୍ଜ- ୨୨/୧୧ ( ମସିହା)ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରକୁ ସରକାର ବିରୋଧରେ ବିଶୋଇ ବ୍ଳକ ବିଜେପି ପକ୍ଷରୁ ଆଜି ଜନ ଆକ୍ରୋଶ ସମାବେଶ ଏବଂ ବ୍ଳକ ଘେରାଉ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ଯ ଝୁରିଲାଲ୍ ମହାନ୍ତଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ବିଶୋଇ ଡାକବଙ୍ଗଳା ପାଖରୁ ବହୁ ସଂଖ୍ୟାରେ ବିଜେପି କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଶୋଇ ବଜାର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାଂସଦ ଲକ୍ଷ୍ମଣ ଟୁଡୁ, ଯୋଗ ଦେଇଥିବା ବେଳେ ବିଶୋଇ ବ୍ଲକ ବିଜେପି ମୁଖ୍ୟ ବଂଶିଧର ଦାସ୍ , ବ୍ଲକ ସଭାପତି ଶିବପ୍ରସାଦ ଗିରି,ଗୁରବା ମୁର୍ମୁ, ତପନ ମହାନ୍ତ ସରୋଜ ମହାନ୍ତ, ନାରୀ ନେତ୍ରୀ ଆରତୀ ମହାନ୍ତ, ସୁନତିଲତା ମାଝୀ , ଆଦି ନେତୃବୃନ୍ଦ ଯୋଗ ଦେଇଥିଲେ । ପ୍ରାକ୍ତନ ସାଂସଦ ଲକ୍ଷ୍ମଣ ଟୁଡୁ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ବର୍ଷିଥିଲେ । କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରି ରାଜ୍ୟ ସରକାର ନିଜର ମୋହର ମାରି ଲୋକଙ୍କ ଭକୁଆ ବନାଉଥିବା କହିଛନ୍ତି। ସେମାନଙ୍କ ମୁଖ୍ୟ ଦାବି ଥିଲା ‌ଵାଦ ପଡ଼ିଥିବା ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇଦେବା,କଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ରେ ଖର୍ଚ୍ଚ ହେଉଥିବା ଟଙ୍କା ପଞ୍ଚାୟତ ମାଧ୍ୟମରେ କରାଯିବା,୫ ଟି ନାଁ ରେ ହେଉଥିବା କୋଟି କୋଟି ଟଙ୍କାର ହେଉଥିବା କହିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ : ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୂତ କରିବାକୁ ଆହ୍ୱାନ

Sunil Chandra Nayak

ଜିଲ୍ଲା କଂଗ୍ରେସ ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ବିକ୍ଷୋଭ ସମାବେଶ 

Sunil Chandra Nayak

ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ 

Sunil Chandra Nayak

Leave a Comment

error: Content is protected !!