ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ର ବନ୍ଧୁଗାଁ ବ୍ଲକ ଘେରାଉ 

ବିଜେପି ର ବନ୍ଧୁଗାଁ ବ୍ଲକ ଘେରାଉ 

ବନ୍ଧୁଗାଁ ତା,୨୧/୧୧/୨୩,// ଓଡ଼ିଶା ବିଜେପି ର ଆହ୍ଵାନ ରେ କୋରାପୁଟ ଜ଼ିଲ୍ଲା ବନ୍ଧୁଗାଁ  ବିଜେପି ପକ୍ଷରୁ ମଙ୍ଗଳବାର ବନ୍ଧୁଗାଁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି l  ରାଜ୍ଯ ସରକାର ଙ୍କ ଦୁର୍ନତୀ, ଭ୍ରଷ୍ଟାଚାର, ପିସି କାରବାର, ବ୍ୟଭିଚାର ବିରୁଦ୍ଧରେ ବିଭିନ୍ନ ନାରା ଦେଇ ସ୍ତାନୀୟ ବନ୍ଧୁଗାଁ ଜଗନ୍ନାଥ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ଶତାଧିକ ବିଜେପି କର୍ମୀ ବାହାରି ବନ୍ଧୁଗାଁ ସହର ପରିକ୍ରମା କରିବା ସହ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ବନ୍ଧୁଗାଁକୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରିବା, ପ୍ରକୃତ ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରିବା, ବନ୍ଧୁଗାଁ ବ୍ଲକରେ ପି ସି କାରବାର ବନ୍ଦ କରିବା, ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ପଞ୍ଚାୟତର ଗାଁରେ ଯାଇ ବଣ୍ଟନ କରିବା, ବସଷ୍ଟାଣ୍ଡ ତୁରନ୍ତ ନିର୍ମାଣ କରିବା, ଭଳି ଅନେକ୍ ଦାବି କରିଥିଲେ ବିଜେପି କର୍ମୀ l ବ୍ଲକ କାର୍ଯ୍ୟଳୟକୁ ମନ ମୁଖି ଭାବରେ ଆସିବା ଓ ଲୋକଙ୍କ ସମସ୍ୟା କୁ ଠିକ ଭାବରେ ନ ବୁଝିବା ଅନେକ ପ୍ରକାର  ଲୋକଙ୍କ ସମସ୍ୟାକୁ ନେଇ ଏକ ଲିଖିତ ଭାବରେ  ବନ୍ଧୁଗାଁ ବ୍ଲକ ବିଡ଼ିଓ ଙ୍କ ଅନୁପସ୍ଥିତ ଯୋଗୁଁ ଶିକ୍ଷା ଅଧିକାରୀ ଡବ୍ଲି୍ୟୁ ଶ୍ରୀଚନ୍ଦନ କୁମାର ସ୍ୱାଇଁ ଙ୍କୁ ଦାବିପତ୍ର ଦେଇଥିଲେ I   କୋରାପୁଟ ଜିଲ୍ଲା ସାଧାରଣ ସମ୍ଫାଦକ ସରତ ପାତ୍ର, କୋରାପୁଟ ଜିଲ୍ଲା ଉପ ସଭାପତି ନକୁଳ ବିଷଇ, କୁମ୍ଭାରୀପୁଟ ମଣ୍ଡଳ ସଭାପତି ମୋକର ଧ୍ଵଜ ଖରା, ବନ୍ଧୁଗାଁ ମଣ୍ଡଳ ସଭାପତି ବିଜୟ ରୁଙ୍ଗାନା, ବନ୍ଧୁଗାଁ ବ୍ଲକ ପ୍ରଭାରି ମଙ୍ଗଳ ମଣି ତୁରୁକ, ବିଜେପି ଦଳର ବରିଷ୍ଟ ନେତା ଗେମ୍ବାଲି ରାମ ପ୍ରସାଦ, ଜଳେନ୍ଦର ସାହୁ, ମଧୁ ଗାଁଣ୍ଟା ଓ ବ୍ଲକର ଛୋଟ ବଡ଼ ଆଗ ଧାଡିର ନେତାଗଣ ପ୍ରମୂଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ମାଳପୁରା ଗ୍ରାମ ରାମ ମନ୍ଦିର ପରିସରରେ ଗରିବ କଲ୍ୟାଣ ସମାବେଶ ପାଳନ କରୁଛି ବିଜେପି

ଆମ୍ ଆଦମୀ ପାର୍ଟି ଉତ୍ତର ଭୁବନେଶ୍ୱରର ବିଧାନସଭା ସ୍ତରୀୟ ସାଙ୍ଗଠନିକ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!