ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେକନୋ ଗୁରୁକୂଳ ପ୍ରାଇଭେଟ୍ ସ୍କୁଲ ଜିଲ୍ଲାରେ ପ୍ରଥମ ଏନ ସି ସି ମାନ୍ୟତା ହାସଲ

ଟେକନୋ ଗୁରୁକୂଳ ପ୍ରାଇଭେଟ୍ ସ୍କୁଲ ଜିଲ୍ଲାରେ ପ୍ରଥମ ଏନ ସି ସି ମାନ୍ୟତା ହାସଲ

 ନବରଙ୍ଗପୁର :- ନବରଙ୍ଗପୁର ଜିଲ୍ଲାର ପ୍ରଥମ ପ୍ରାଇଭେଟ ସ୍କୁଲ ଭାବେ “ଟେକନୋ ଗୁରୁକୂଳ” ନିଜର ଏନସିସି ଟ୍ରୁପ ପାଇଁ ଅନୁମତି ପାଇପାରିଛି। ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ଏନ ସି ସି ବାଟାଲିୟନ ନବରଙ୍ଗପୁରର ମୁଖ୍ୟ କର୍ଣ୍ଣେଲ. ସୁଦିପ ମିଶ୍ର ଏବଂ ବାଟାଲିୟନର ଅନ୍ୟ ୬ଜଣ କର୍ମଚାରୀ ଉପସ୍ଥିତ ରହି ସ୍ଥାନୀୟ ଟେକନୋ ଗୁରୁକୂଳ ସ୍କୁଲର ୨୫ ଜଣ କେଡେଟଙ୍କୁ ଏନ ସି ସି ଟ୍ରୁପ ପାଇଁ ଚୟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟେକନୋ ଗୁରୁକୂଳର ଅଧ୍ୟକ୍ଷ ସଂଗ୍ରାମ ନାୟକ, ଉପାଧ୍ୟକ୍ଷା ସରିତା ମହାନ୍ତି, ସିଟିଓ ଏମ. ଉଦୟ ଶଙ୍କର, ଶିକ୍ଷକ ଏମ. ସାଇଗଙ୍ଗା ଆଚାରି, ସୁବେଦାର ସୁନିଲ ଆସଦା, ସୁବେଦାର ଏଆରଏଲ ରେଡି, ହାବିଲଦାର ପି କେ ରୋଏ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଓଡ଼ିଶା ଏନ ସି ସି ବାଟାଲିୟନ ନବରଙ୍ଗପୁର ମୂଖ୍ୟ କୋଲ୍ ମିଶ୍ର ଗ୍ରୁପ ତରଫରୁ ଏହି ସଫଳତା ପାଇଁ ଟେକନୋ ଗୁରୁକୂଳର ଅଧ୍ୟକ୍ଷ ସଂଗ୍ରାମ ନାୟକ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇ ଥିଲେ । ସ୍କୁଲର ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା। ସ୍କୁଲ୍ ଅଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ, ପାଠ ପଢା ସହ ଦେଶର ଜଣେ ଜଣେ ସୂନାଗରିକ ହେବା ପାଇଁ ଏହି ପଦକ୍ଷେପ ସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କ ମାର୍ଗଦର୍ଶିକା ହେବ। ସ୍କୁଲରେ ପାଠ୍ୟ ପୁସ୍ତକ ସିଲାବସ ଉପରେ ଆଧାରିତ ଶିକ୍ଷାଦାନ କରିବା ସହ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ଆଧ୍ୟାତ୍ମିକ, ଶାରୀରିକ, ସଙ୍ଗୀତ, ନୃତ୍ୟ ଶିକ୍ଷା ଦେବା ସହ ଉନ୍ନତ ମାନର ବିଜ୍ଞାନ ଲବୋରେଟରୀ, ଲାଇବ୍ରେରୀ ଥିବା ବେଳେ ଆଜି ଏନ ସି ସି ଯୋଡ଼ି ହୋଇ ସ୍କୁଲ୍ ଛାତ୍ର ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ବିକାଶରେ ସହାୟକ ହେବ ବୋଲି ଆଶା କରିଥିବା ପ୍ରକାଶ କରିଥଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପୂର୍ବତନ ରାଜସ୍ୱ ନିରୀକ୍ଷକ ଙ୍କ ପରଲୋକ

ଇତିହାସ ରଚିଲା ଲାଞ୍ଜିଗଡ଼ ବ୍ଲକ , ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବରେ ୩୦ ହଜାର ଜନସମାଗମ

Sunil Chandra Nayak

ଖଡିଆଶୋଳ ଗ୍ରାମର ପାନୀୟ ଜଳସଂଙ୍କଟ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

masiha

Leave a Comment

error: Content is protected !!