ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଗାଡି ମୋଟର ଯାଞ୍ଚ 

ଡାବୁଗାଁରେ ଗାଡି ମୋଟର ଯାଞ୍ଚ 

ଡାବୁଗାଁ, ୨୨/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତା ରେ ଥାନା ସମ୍ମୁଖରେ ବୁଧବାର ଗାଡି ମୋଟରଯାଞ୍ଚ କରାଯାଇଛି | ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଗାଡି ମୋଟର ଯାଞ୍ଚ କରାଯାଇଛି | ଏଥିରେ ହେଲମେଟ, ଇଂନସୁରାନ୍ସ, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା | ଉକ୍ତ ଯାଞ୍ଚରେ ଯାହାର କାଗଜପତ୍ର ରେ ତ୍ରୁଟି ଥିବା ଯୋଗୁ ଜୋରିମାନା ଆଦାୟ କରାଯାଇଥିଲା | ଏଥିରେ ଆନୁମାନିକ ମୋଟ ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରଯାଇଥିଲା | ଏହି ଯାଞ୍ଚ ସମୟରେ ଏଏସଆଇ ଶତଦଳ ମଣ୍ଡଳ ଓ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆସ ବହିଟିଏ କିଣିବା ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ପକ୍ଷରୁ ରକ୍ତ ଦାନ ଶିବିର

masiha

ଚୋରକୁ ଧରିବାକୁ ଯାଇ ଟ୍ରାକ୍ଟର ଚାପ ରେ ଦୁଇ ଭାଇଙ୍କ ମୃତ୍ୟୁ ! ଦୁଇ ମୃତଦେହ ରାସ୍ତା ଅବରୋଧ, ଉଚିତ୍ ତଦନ୍ତ ଓ କ୍ଷତି ପୂରଣ ଦାବିରେ ଆନ୍ଦୋଳନ କଲେ ପରିବାର

Sunil Chandra Nayak

Leave a Comment

error: Content is protected !!