ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସ ବହିଟିଏ କିଣିବା ଅଭିଯାନ କାର୍ଯ୍ୟକ୍ରମ 

ଆସ ବହିଟିଏ କିଣିବା ଅଭିଯାନ କାର୍ଯ୍ୟକ୍ରମ 

ଡାବୁଗାଁ, ୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମା ସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଆ ପକ୍ଷ ପାଳନ ଅବସରରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ସାମାଜିକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ସମ୍ମାନୀତ ଅତିଥି ବିଜେପି ଯୁବ ମୋର୍ଚ୍ଚା ଜିଲା ସଭାପତି ଶୁଭଜିତ ପାଣିଗ୍ରାହୀ, ଅଧ୍ୟାପିକା ଅସ୍ମିତା ସ୍ଵାଇଁ, ରିତୁ ମଣ୍ଡଳ, ସୂକ୍ଷ୍ମାଙ୍ଗୀ ପତି, ଅଧ୍ୟାପକ ଶିବ ପ୍ରସାଦ ସାହୁ, ନବୀନ କୁମାର ନାଗେଶ, ଲିପୁ ଚନ୍ଦ୍ର ମାଝୀ, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅଧ୍ୟାପିକା ପ୍ରତିକ୍ଷା ପ୍ରିୟ ଦର୍ଶନୀ ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ l ସମ୍ମୁଖରେ ଛାତ୍ରୀ ଛାତ୍ର ମାନେ ଶୃଙ୍ଖଳିତ ଭାବେ ବସି କାର୍ଯ୍ୟକ୍ରମ ଶୁଣୁଥିଲେ l ମୋବାଇଲ ପ୍ରିୟ ନ ହୋଇ ବହି ପ୍ରିୟ ହୋଇ ବହିଟିଏ କିଣି ଦୈନିକ ବହି ପଢିବା ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ l ମୋବାଇଲ ରେ ସଠିକ ତଥ୍ୟ ବାହାରିବ, ହେଲେ ଆମର ମାନସ ପଟରେ କିଛି ରହିବ ନାହିଁ l ଏଣୁ ବହି ପଢି ପାଠ ମନେ ରଖିଲେ ତାହା ଖୁବ କମ ସମୟରେ ସଠିକ ଉତ୍ତର ଦେବାରେ ସହାୟକ ହୋଇ ପାରିବ l ଏଣୁ ପ୍ରତ୍ୟେକ ଛାତ୍ରୀ ଛାତ୍ର ଦୈନିକ ବହି ପଢିବା ଅଭ୍ୟାସ କରିବାକୁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ l ରାଜ୍ୟ ସରକାରଙ୍କ ଓଡ଼ିଆ ପକ୍ଷ-୨୦୨୬ ପାଳନ ର ନବମ ଦିବସରେ “ଆସ ବହିଟିଏ କିଣିବା ଅଭିଯାନ” କାର୍ଯ୍ୟକ୍ରମ କୁ ଛାତ୍ରୀ ଛାତ୍ର ମାନେ ସଫଳ କରାଇଥିଲେ l ଛାତ୍ରୀ ଛାତ୍ର ମାନଙ୍କୁ ବହି ଖଣ୍ଡିଏ ଲେଖାଏଁ ପ୍ରଦାନ କରାଯାଇଥିଲା l ମଞ୍ଚରେ ଅଧ୍ୟକ୍ଷ ତାଙ୍କ ସ୍ଵରଚିତ କବିତା ଆବୃତ୍ତି କରି ଶୁଣାଇଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ

Sunil Chandra Nayak

କୋଷାଗୁମୁଡ଼ା ଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦାଦନ ଶ୍ରମିକ ର ମୃତ ଶରୀର ଫେରିଛି

masiha

Leave a Comment

error: Content is protected !!