ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬୪ ବାଟାଲିୟନ ସିଆରପିଏଫ୍‌ କ୍ୟାମ୍ପରେ ରକ୍ଷା ବନ୍ଧନ ପାଳିତ, ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ

୬୪ ବାଟାଲିୟନ ସିଆରପିଏଫ୍‌ କ୍ୟାମ୍ପରେ ରକ୍ଷା ବନ୍ଧନ ପାଳିତ, ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ

ଭବାନୀପାଟଣା: ଅଟଙ୍ଗଗୁଡ଼ା ସ୍ଥିତ ୬୪ ବାଟାଲିୟନ ସିଆରପିଏଫ୍‌ କ୍ୟାମ୍ପରେ ପବିତ୍ର ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଯାଇଛି। ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ବିଶ୍ୱାସ ଓ ସୁରକ୍ଷାର ପ୍ରତୀକ ଏହି ପବିତ୍ର ପର୍ବ ଅବସରରେ ଛାତ୍ରୀ ଓ ଭଉଣୀମାନେ ସିଆରପିଏଫ୍‌ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ।

ଦେଶର ସୁରକ୍ଷା ପାଇଁ ନିଜ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟରତ ଯବାନଙ୍କୁ ରାକ୍ଷୀ ବାନ୍ଧି ଭଉଣୀମାନେ ସ୍ନେହ, ଭାଇଚାରା ଓ ଆତ୍ମୀୟତାର ନିଆରା ବାର୍ତ୍ତା ଦେଇଥିଲେ। ଏହି ଭାବପୂର୍ଣ୍ଣ ମୁହୂର୍ତ୍ତରେ ଯବାନ ଓ ଭଉଣୀମାନଙ୍କ ମଧ୍ୟରେ ଥିବା ସ୍ନେହର ବନ୍ଧନ ପରିବେଶକୁ ଭାବବିହ୍ୱଳ କରିଥିଲା। ଦେଶର ରକ୍ଷକ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଭଉଣୀମାନେ ସେମାନଙ୍କ ଦୀର୍ଘାୟୁ ଓ ସୁରକ୍ଷିତ ଜୀବନ କାମନା କରିଥିଲେ। ଏହି ଅବସରରେ ଭାଇ-ଭଉଣୀଙ୍କ ଅତୁଟ ବନ୍ଧନ ଚିରସ୍ଥାୟୀ ହେଉ ବୋଲି ଶୁଭେଚ୍ଛା ଜଣାଯାଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ

Related posts

ଆବାକସ୍ ଛାତ୍ର ଛାତ୍ରୀଙ୍କ ସଫଳତା 

ହରିଶ୍ଚନ୍ଦ୍ର ଯୋଜନାରେ ମୃତକ ପରିବାରକୁ ପ୍ରଶାସନର ସହାୟତା 

Sunil Chandra Nayak

ବୋଲେର ବାଇକ ମଧ୍ୟରେ ଧକ୍କା 2 ଗୁରୁତର

Leave a Comment

error: Content is protected !!