ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ସଂସ୍କୃତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର

ଆସିକା ସଂସ୍କୃତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର

ଆସିକା, ୨୭/୮/୨୬ (ଶିବ ଶଙ୍କର ମିଶ୍ର ) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆସିକା ପୌର ପରିଷଦ ଅଧୀନସ୍ଥ ମେକ ମାଇକେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଷଷ୍ଠଦିବସୀୟ ଶକ୍ତିଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ମେକ ମାଇକେଇଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ର ର ସଂଯୋଜିକା ଅଧ୍ୟାପିକା କର୍ବ କବିତା ଦାଶଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରରେ ଶିକ୍ଷାନୁଷ୍ଠାନର ଅଧ୍ଯକ୍ଷ ବାବାନାଥ ମିଶ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ, ଅଧ୍ୟାପିକା ଓ ମହିଳା କର୍ମଚାରୀଙ୍କ ସୁରକ୍ଷା ଓ ସଶକ୍ତି କରଣକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରାଯାଇଥିବା ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ରର ଆବଶ୍ୟକ‌ତା ଉପରେ ବହୁ ଶିକ୍ଷଣୀୟ ଓ ଉପାଦେୟ ସୂଚନା ପ୍ରଦାନ କରି ଛାତ୍ରୀଙ୍କ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରିବା ଏବଂ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ ଓ ସଶକ୍ତି କରଣ କରିବା, ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଏବଂ ସମ୍ମାନ ପାଇଁ ଏହି କାର୍ଯ୍ୟକ୍ରମ ବିଶେଷ ଭାବେ ସହାଯ ୟକ ସେ ହୋଇପାରିବ ବୋଲି ପ୍ରକାଶ କରି ଛାତ୍ରୀମାନ ବ୍ରୀମାନଙ୍କୁ ଆତ୍ମସୁରକ୍ଷା କୌଶଳର ଆବଶ୍ୟକତା ଏବଂ ଏହାର ବ୍ୟବହାରିକ ଦିଗ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିଲେ । ମେକ ମାଇକେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତି ଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରରେ ଶକ୍ତି ଶ୍ରୀ ସଶକ୍ତିକରଣ କେନ୍ଦ୍ରର ସଂଯୋଜିକା ଅଧ୍ୟାପିକା କବିତା ଦାଶ, ଶକ୍ତିଶ୍ରୀ ସାଥୀ ସୁନନ୍ଦା ଗୌଡ ଓ ମାମାଲି ମହାନ୍ତି, ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରର ମାଷ୍ଟର ଟ୍ରେନର ଲିଜା ପାତ୍ର, ସହଯୋଗୀ ପ୍ରଶିକ୍ଷିକା କା ଅଙ୍କିତା ମହାନ୍ତି ଏବଂ ଜିନୁ ଗୌଡ, ମହାବିଦ୍ୟାଳୟର ଅଧ୍ୟାପକ ଶିଶିର କୁମାର ମିଶ୍ର, କର୍ମଚାରୀ ଟୁନା ମହାରଣା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟୟନରତ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟକାର କରାଯାଇଥିବା ଶକ୍ତି ଶ୍ରୀ ଆପ୍ଲିକେସନରେ ପଞ୍ଜିକରଣ, ଉପଯୋଗିତା, ଉପକାରିତା ବ୍ୟବହାର ଉପରେ ମାର୍ଗଦର୍ଶନ କରିଥିଲେ । ଏହି ଶକ୍ତିଶ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Related posts

ଆଇନଜୀବୀ ଅର୍ଜୁନ ଦୀପ ଙ୍କ ଅକାଳ ବିୟୋଗ

Sunil Chandra Nayak

ଵହଳଦା ଥାନା ! ତେନ୍ତଳା ଗ୍ରାମରେ ସାପ କାମୁଡ଼ାରେ କିଶୋରୀ ମୃତ 

masiha

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଯୋରନ୍ଦା ର ଉଭୟ ଗୋଷ୍ଠୀ ସନ୍ୟାସୀ ମାନଙ୍କ ସହିତ ଆଲୋଚନା 

Sunil Chandra Nayak

Leave a Comment

error: Content is protected !!