ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟା ଘେରରେ ଜୁନାଗଡ଼ ସଂସ୍କୃତି ଭବନ ।କାମ ଦେଉନି ଏ ସି ଛାତ ଫାଟି ପଡୁଛି ସିମେଣ୍ଟ ଅତଡା

ସମସ୍ୟା ଘେରରେ ଜୁନାଗଡ଼ ସଂସ୍କୃତି ଭବନ ।କାମ ଦେଉନି ଏ ସି ଛାତ ଫାଟି ପଡୁଛି ସିମେଣ୍ଟ ଅତଡା

ଜୁନାଗଡ଼ ୯/୪ ( ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତି ସଂସ୍କୃତି ଭବନ ଏବେ ଘୋର ସମସ୍ୟା ଘେରରେ ରହିଥିବା ଦେଖିବାକୁ ମିଳିଛି ।ସଂସ୍କୃତି ଭବନ ଭିତରେ ଛାତ ଫାଟି ଆ କରିଥିବା ବେଳେ ରଡ଼ ଗୁଡିକ ଦେଖା ଦେଉଛି ।ଏପରିକି ଭିତରେ କା ଭା କିଛି ପଙ୍ଖା ଚାଲୁଥିବା ବେଳେ କିଛି ପଙ୍ଖାର ରଡ଼ ଲାଗିଛି ହେଲେ ଡେଣା ନାହିଁ । ଦୀର୍ଘ ୫ ବର୍ଷ ହେବ ମରାମତି ନ ହେବାରୁ ଶୋଚନୀୟ ଅବସ୍ଥାରେ ରହିଛି । ଶୌଚାଳୟ ର ଅବସ୍ଥା ମଧ୍ୟ ଠିକ ନାହିଁ ଏପରିକି ସଂସ୍କୃତି ଭବନ ରେ କଲର ଖଣ୍ଡିଏ ମଧ୍ୟ ମରାଯାଉ ନାହିଁ ।ଲୋକେ ଏହି ସଂସ୍କୃତି ଭବନରେ ପ୍ରତିମାସରେ ସଭା ସମିତି , ବିବାହ କାର୍ଯ୍ୟ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ମାତ୍ର ଏହାର ରକ୍ଷଣାବେକ୍ଷଣ ଠିକ ଭାବରେ ଏ ନ ଏ ସି କରୁ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବିବାହ ସମୟରେ ଡ୍ରେନେଜ ବ୍ୟବସ୍ଥା ଠିକ ଭାବରେ ମର।ମତି କରାଯାଉନାହିଁ ।ଯାହା ଫଳରେ ବ୍ୟବହୃତ ପାଣି ସବୁ ଆଡେ ମାଡି ଯାଇ କାର୍ଯ୍ୟକ୍ରମ ରେ ଅସୁବିଧା ଉପୁଜୁଛି ।ବିଜ୍ଞାପିତ ଅଞ୍ଚଳ ପରିଷଦ ଏହାର ସମସ୍ତ ଦାୟିତ୍ୱ ବୁଝୁଥିବା ବେଳେ ଏହାର ରକ୍ଷଣ।ବେକ୍ଷଣ ଠିକ ଭାବରେ ହୋଇପାରୁନାହିଁ ।ବର୍ତ୍ତମାନ ଟାଣ ଖରା ହେଉଥିବା ବେଳେ ସଂସ୍କୃତି ଭବନ ଭିତରେ ଖରା ଓ ଗୁଲଗୁଳି ରୁ ରକ୍ଷା ପାଇବା ପାଇଁ ଭିତରେ ଏ ସି ଲଗାଇବା ନିତାନ୍ତ ଆବଶ୍ୟକ ମାତ୍ର ଭିତରେ ଏ ସି ଚାଲୁ ନାହିଁ । ଯାହା ଅଛି ତାହା ଅଚଳ ଅବସ୍ଥାରେ ପଡିରହିଛି । କହିବାକୁ ଗଲେ ଜୁନାଗଡ଼ ଏ ନ ଏ ସି ଏହି ସଂସ୍କୃତି ଭବନ ମାଧ୍ୟମରେ ମୋଟା ଅଙ୍କର ରାଜସ୍ୱ ଆଦାୟ କରିଥାନ୍ତି ।କିନ୍ତୁ ବିଭାଗ ପକ୍ଷରୁ କିଛି କାମ କରାଯାଉନାହିଁ ।ଏହି ସଂସ୍କୃତି ଭବନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।ସେଠି ମଧ୍ୟରୁ ସାଧାରଣ ମିଟିଂ ପାଇଁ ୨୦୦ ଟଙ୍କା,ଖାଦ୍ୟପେୟ ହେଲେ ୩୦୦୦ ଟଙ୍କା, ବିବାହ କାର୍ଯ୍ୟକ୍ରମରେ ୧୦,୦୦୦ ଟଙ୍କା ଏବଂ ଅନ୍ୟାନ୍ୟ ସାଜସଜ୍ଜା ପାଇଁ ୩୦୦୦ ଟଙ୍କା ଏହାର ଫିଜ ରହିଛି।ଯାହାଦ୍ୱାରା ବର୍ଷକୁ ଲକ୍ଷ୍ୟାଧିକ ଟଙ୍କା ରାଜସ୍ବ ଆଦାୟ ହୋଇଥାଏ।ହେଲେ ରକ୍ଷଣା ବେକ୍ଷଣ ପାଇଁ ଏନ ଏ ସି ଧ୍ୟାନ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମତାମତ ଲୋଡ଼ାଯିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରି ନ ଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ

ପ୍ରିଜମ ମିଡ଼ିଆ ର ବାର୍ଷିକ ଉତ୍ସବ

masiha

ଜନତା ମଇଦାନର ଏମିତି ଆକର୍ଷଣ ପ୍ରତିଭା “ହମ୍ ବସ୍ତି କେ ହସ୍ତି” 

Sunil Chandra Nayak

Leave a Comment

error: Content is protected !!