ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିଶ୍ୱ ସ୍କୁଲ୍ ଚେସ୍ ଚ୍ୟାମ୍ପିଅନ୍‌ଶିପ୍‌ରେ ଭାରତୀୟ ଅଣ୍ଡର-୧୪ ଦଳର ଚମତ୍କାର ବିଜୟ

ବିଶ୍ୱ ସ୍କୁଲ୍ ଚେସ୍ ଚ୍ୟାମ୍ପିଅନ୍‌ଶିପ୍‌ରେ ଭାରତୀୟ ଅଣ୍ଡର-୧୪ ଦଳର ଚମତ୍କାର ବିଜୟ

ନୂଆଦିଲ୍ଲୀ ୯ /4 — କାଜାକସ୍ଥାନର ଆଲମାଟିରେ ଚାଲିଥିବା ଫିଡେ ବିଶ୍ୱ ସ୍କୁଲ୍ ଟିମ୍ ଚେସ୍ ଚ୍ୟାମ୍ପିଅନ୍‌ଶିପ୍ ୨୦୨୬ରେ ଭାରତର ଅଣ୍ଡର-୧୪ ଛାତ୍ରୀ ଦଳ ଚମତ୍କାର ପ୍ରଦର୍ଶନ କରି ଦେଶର ଗୌରବ ବଢ଼ାଇଛିନ୍ତି l

ତୃତୀୟ ରାଉଣ୍ଡରେ ଭାରତୀୟ ଦଳ ସିଙ୍ଗାପୁରକୁ ୩–୧ ରେ ପରାଜିତ କରିଛି। ଏହି ବିଜୟ ସହିତ ଦଳ ଚତୁର୍ଥ ରାଉଣ୍ଡକୁ ପ୍ରବେଶ କରିଛି, ଯେଉଁଠାରେ ତୁର୍କମେନିସ୍ତାନ ସହିତ ମୁକାବିଲା ହେବ। ଭାରତୀୟ ଦଳ ରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ )ର ଚାରି ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି ସେମାନେ ହେଲେ ମୋନାଲିସା ଭୋଇ , ମୋହିନୀ ଭୋଇ, ଶ୍ରେୟା ନାୟକ ଓ ହେମେଶ୍ୱରୀ ମଲ୍ଲିକ ସେ ହେଉଛନ୍ତି ବଲାଙ୍ଗିର ଜ଼ିଲ୍ଲା ପାଟଣାଗଡ ବ୍ଲକ ମୁଣ୍ଡୋ ମହୁଲ ଗାଁ ର ଲଳିତ ମଲ୍ଲିକ ଙ୍କ ଝିଅ l କିସ ର ଏହି ଖେଳାଳିମାନେ ଆନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ଅସାଧାରଣ କ୍ରୀଡା ପ୍ରତିଭା ପରିଦର୍ଶନ କରିବା ସହିତ ଶିଷ୍ଟାଚାର ଓ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛନ୍ତି।

ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏହି ସଫଳତା ପାଇଁ ଦଳକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏତେ କମ୍ ବୟସରେ ଆନ୍ତର୍ଜାତୀୟ କ୍ରୀଡା ଜଗତ ରେ ସଫଳତା ଅର୍ଜନ କରିବା ଭାରତ ତଥା ଓଡିଶା ପାଇଁ ଅତ୍ୟନ୍ତ ଗର୍ବ ଗୌରବ ଏବଂ ପ୍ରେରଣାଦାୟକ।

ଏହି ସଫଳତା ପାଇଁ ଶ୍ରୀ ବିଶି କିସ କୀଟ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ଅବଦାନକୁ କୃତଜ୍ଞତା ଜଣାଇଛନ୍ତି l ଡ଼ ସାମନ୍ତ , ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚ ଶିକ୍ଷା ସହିତ ଓ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ମାଧ୍ୟମରେ ବିଶ୍ୱଦରବାର ରେ ଆଦିବାସୀ ଛାତ୍ରଛାତ୍ରୀ ଙ୍କ ଲୁକ୍କାୟିତ କ୍ରୀଡା ପ୍ରତିଭା କୁ ଚି଼ହ୍ନଟ କରିବା ସୁଯୋଗ ଦେଇଛନ୍ତି lଆସନ୍ତା ମ୍ୟାଚ୍‌ଗୁଡ଼ିକ ପାଇଁ ସେ ଦଳକୁ ଶୁଭେଚ୍ଛା ଜଣାଇ ଆଶା କରିଛନ୍ତି ଯେ, ସେମାନେ ଭବିଷ୍ୟତ ରେ ଆଗକୁ ମଧ୍ୟ ବିଜୟ ଯାତ୍ରା ଜାରି ରଖିବେ।

Related posts

ଜୀବନ ଜୀଇଁବାର କଳା ଶିଖାଏ କ୍ରୀଡ଼ା…. ଧର୍ମଗଡ଼ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

masiha

ମା ବିମଳାୟି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ କୁଟେନ ଗାଁ ଚମ୍ପିୟାନ

IDCA 2nd U19 T-20 National Cricket Championship for Deaf concludes with felicitation ceremony.

masiha

Leave a Comment

error: Content is protected !!