ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ

ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ

ସୁନ୍ଦରଗଡ଼, ୦୯/୦୪/୨୬ : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସୁନ୍ଦରଗଡ଼ ଠାରେ ‘ଆସ ବହିଟିଏ କିଣିବା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆଜି ଏକ ଦିବସୀୟ ମିନି ପୁସ୍ତକ ମେଳା ଆୟୋଜିତ ହୋଇଥିଲା।

ଏହି ଅବସରରେ ଓଡ଼ିଶା ବିଧାନ ସଭାର ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀ ଦୁର୍ଗା ଚରଣ ତନ୍ତୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ଅମାତ,ସୁନ୍ଦରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଯୋଗ ଦେଇ ଏହି ମିନି ପୁସ୍ତକ ମେଳାର ଶୁଭ ଉଦଘାଟନ କରିଥିଲେ। 

     ଏହି ଅବସରରେ ଅତିଥିମାନେ ସମସ୍ତେ ନିୟମିତ ଭାବେ କୌଣସି ନା କୌଣସି ବହି ପଢ଼ିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସେହିଭଳି ସମସ୍ତେ ବହି ପଢ଼ାକୁ ଏକ ଅଭ୍ୟାସରେ ପରିଣତ କରିବା ଦରକାର ଏହା ଦ୍ୱାରା ବ୍ୟକ୍ତି ର ସୃଜନଶୀଳତା ର ବିକାଶ ଘଟି ଥାଏ ବୋଲି ଅତିଥି ମାନେ ବୋଲି ମତ ଦେଇଥିଲେ । ପୁସ୍ତକର ବିକଳ୍ପ ନାହିଁ। ଆମେ ଯେତେ ବହି ପଢ଼ିବା ଆମ ମସ୍ତିଷ୍କ ସେତେ ଉର୍ବର ହେବ। ମାତ୍ର ଆଜିକାଲି ବହି କମ ଆଉ ଇଲେକଟ୍ରୋନିକ୍ସ ସାମଗ୍ରୀ କୁ ବେଶୀ ବ୍ୟବହାର କରୁଛନ୍ତି। ମୋବାଇଲକୁ ଆମେ କମ ବ୍ୟବହାର କରିବା ଦ୍ଵାରା ଆମେ ଆମ ମାନସିକ ଅବସାଦ କୁ ମଧ୍ୟ ଦୂରେଇ ପାରିବା। ସେହିଭଳି ପୁସ୍ତକ ପଢ଼ିବା ଦ୍ଵାରା ଆମର ଭାଷା, ସାହିତ୍ୟ ମଧ୍ୟ ସୁଦୂର ପ୍ରସାରିତ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।

    କାର୍ଯ୍ୟକ୍ରମରେ ପୂର୍ବତନ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାରଙ୍ଗଧର ବରିହା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ , ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ଜନସାଧାରଣ ଉପସ୍ଥିତ ରହି ବିଭିନ୍ନ ପୁସ୍ତକ କିଣି ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଜାତୀୟ ଅଭୟାରଣ୍ୟ ଭିତରକନିକା 

masiha

ମନରେଗା ଶ୍ରମିକ ଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ ଜୟନ୍ତପୁର ମହିଳା ସରପଞ୍ଚ ଜୟନ୍ତୀ ବାଗ

masiha

ବରିଷ୍ଠ ଓ ସଚେତନ ନାଗରିକ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!