ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ: ୫ ଜଣ ପ୍ରଗତିଶୀଳ ଚାଷୀ ସମ୍ୱର୍ଦ୍ଧିତ

ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ: ୫ ଜଣ ପ୍ରଗତିଶୀଳ ଚାଷୀ ସମ୍ୱର୍ଦ୍ଧିତ

ନୂଆପଡ଼ା, ୦୯/୦୪: ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକ ଆରମ୍ଭରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ବିଭାଗର ପ୍ରଗତି ସମ୍ପର୍କିତ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ସମନ୍ୱିତ ଉଦ୍ୟାନ କୃଷି ଉନ୍ନତି ମିଶନ ଅନ୍ତର୍ଗତ ଜିଲ୍ଲାର ପାଞ୍ଚଟି ବ୍ଲକରେ ୫୫ ଏକର ଜମିରେ ନୂତନ ଆମ୍ବ ବଗିଚା ସୃଷ୍ଟି କରାଯାଇଥିବା ବେଳେ, ୫ ଏକର ଜମିରେ ହାଇବ୍ରିଡ ଅମୃତଭଣ୍ଡା ବଗିଚା ମଧ୍ୟ ସ୍ଥାପିତ ହୋଇଛି।

“ପ୍ରତି ବୁନ୍ଦାରୁ ଅଧିକ ଉତ୍ପାଦନ” ଯୋଜନା ଅନ୍ତର୍ଗତ ଡ୍ରିପ୍ ସିଚାଇ ବ୍ୟବସ୍ଥା ୩୦୦ ହେକ୍ଟର ଲକ୍ଷ୍ୟ ଥିଲାବେଳେ ୨୮୫ ହେକ୍ଟରରେ କାର୍ଯ୍ୟକରିତା ହୋଇ ୯୫ ପ୍ରତିଶତ ସଫଳତା ହାସଲ କରାଯାଇଛି। ସେହିପରି, ସ୍ପ୍ରିଙ୍କଲର ସିଚାଇରେ ୧୩୦୦ ହେକ୍ଟର ଲକ୍ଷ୍ୟ ଥିଲାବେଳେ ୧୨୦୦ ହେକ୍ଟରରେ କାର୍ଯ୍ୟସାଧନ ହୋଇ ୯୨ ପ୍ରତିଶତ ସଫଳତା ମିଳିଛି।

ଏହା ସହିତ ଉଦ୍ୟାନ କୃଷି ଅଭିବୃଦ୍ଧି ପାଇଁ ସମନ୍ୱିତ ମିଶନ ଏବଂ ଖାଇବା ତେଲର ଜାତୀୟ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ଯୋଜନାମାନଙ୍କର ମଧ୍ୟ ସମୀକ୍ଷା କରାଯାଇଥିଲା।

ଏହି ଅବସରରେ ଜିଲ୍ଲାର ପାଞ୍ଚଜଣ ପ୍ରଗତିଶୀଳ ଓ ସଫଳ ଉଦ୍ୟାନ ଚାଷୀ— ବାସୁଦେବ ଧରୁଆ (ବୋଡେନ), ତାରାଚାନ୍ଦ ମାଝୀ (କୋମନା), ଦୁଲାର ସିଂ ମାଝୀ (ନୂଆପଡ଼ା), ଛତରସାଇ ମାଝୀ (ଖଡ଼ିଆଳ) ଏବଂ ଲଖନ ମାଝି (ସିନାପାଲି)—ଙ୍କୁ ସମ୍ମାନିତ କରାଯାଇଥିଲା।

ବୈଠକରେ କୋମନା ସହାୟକ ଉଦ୍ୟାନ କୃଷି ଅଧିକାରିଣୀ ଆରାଧନା ଶବର, କୋମନା ଉଦ୍ୟାନ କୃଷି ଅଧିକାରୀ ଗୌରାଙ୍ଗ ଚରଣ ପ୍ରଧାନ, ନୂଆପଡ଼ା ଉଦ୍ୟାନ କୃଷି ଅଧିକାରୀ ଗୋବର୍ଦ୍ଧନ ପାଢ଼ୀ, ଖଡ଼ିଆଳ ସହାୟକ ଉଦ୍ୟାନ କୃଷି ଅଧିକାରୀ ମୋହିତ କୁମାର ନାୟକ ସହ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ୍ 

Related posts

କର୍ଣ୍ଣାଟକ ଠାରେ ଚାଲିଥିବା ଜାତୀୟ ଯୁବ ମହୋତ୍ସବ ରେ ନୂଆପଡ଼ା ଯୁବକଙ୍କ “ଧୁମ୍”

Sunil Chandra Nayak

ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ଫାସୀ ଦିବସ ପାଳନ 

masiha

ମହିମା ଧର୍ମର ଭକ୍ତ ସମାଗମରେ ନୂଆ ଆମ୍ବ ଖାଇବା ଭେଟଘାଟ ଉତ୍ସବ 

masiha

Leave a Comment

error: Content is protected !!