ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖରିଆର ରୋଡ୍‌ରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ୪ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ

ଖରିଆର ରୋଡ୍‌ରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ୪ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ

(ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )ତା. ୧୧ /୦୪ — ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍‌ ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲପିଜି ସିଲିଣ୍ଡରକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ଯୋଗାଣ ବିଭାଗର ଇନଫୋର୍ସମେଣ୍ଟ ସ୍କୱାଡ୍‌ ଦ୍ୱାରା ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଏହି ରେଷ୍ଟୁରାଣ୍ଟ ଠାରୁ ମୋଟ ୪ଗୋଟି ଘରୋଇ ଏଲପିଜି ସିଲିଣ୍ଡର ଜବତ କରାଯାଇଛି।

ନୂଆପଡ଼ା ଏସିଏସଓ (ମୁଖ୍ୟାଳୟ) ଶ୍ରୀମତୀ ପୂର୍ଣ୍ଣାଶା ଭୋଇ, ସଦର ଏସିଏସଓ ହୃଷିକେଶ ନାଏକ ଏବଂ ନୂଆପଡ଼ା ବ୍ଲକ୍‌ ଯୋଗାଣ ନିରୀକ୍ଷକ ଶ୍ରୀମତୀ ସୁଭଶ୍ରୀ ଦାସ ଏହି ସ୍କ୍ୱାର୍ଡରେ ସାମିଲ ରହି ଯାଞ୍ଚ କାର୍ଯ୍ୟ କରିଥିଲେ।

ଯାଞ୍ଚ ସମୟରେ ରେଷ୍ଟୁରାଣ୍ଟ ମାଳିକଙ୍କ ଦ୍ୱାରା ଘରୋଇ ଏଲପିଜି ସିଲିଣ୍ଡରକୁ ବାଣିଜ୍ୟିକ କାମରେ ବ୍ୟବହାର କରାଯାଉଥିବା ସ୍ପଷ୍ଟ ପ୍ରମାଣ ମିଳିଥିଲା। ନିୟମ ଉଲ୍ଲଂଘନ ହେବାରୁ ସେଗୁଡ଼ିକୁ ଜବତ କରାଯାଇଛି ଏବଂ ମାମଲାର ତଦନ୍ତ ଚାଲିଛି।

ପ୍ରଶାସନ ପକ୍ଷରୁ ଏପରି ଅବୈଧ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଆଗାମୀ ଦିନରେ ଅଧିକ ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି। ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ନିୟମ ଅନୁସାରେ କେବଳ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।

Related posts

ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦିଆଯିବ   ଆତଙ୍କ ସୃଷ୍ଟିକାରୀ ୫ ଅଭିଯୁକ୍ତ ଗିରଫ ; ୨ପିସ୍ତଲ ଜବତ 

Sunil Chandra Nayak

ଅବକାରୀ ଚଢାଉରେ ୩ ଶହ ଲିଟର ମଦ ଜବତ ଓ ୯ ଶହ ଲିଟର ମହୁଲ ପୋଚ ନଷ୍ଟ 

masiha

ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!