ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁଜନ ସଂଗ୍ରାମ ସମିତି ତରଫରୁ ମହାତ୍ମା ଜ୍ୟୋତିବା ଫୁଲେ ଜୟନ୍ତୀ ପାଳିତ

ବହୁଜନ ସଂଗ୍ରାମ ସମିତି ତରଫରୁ ମହାତ୍ମା ଜ୍ୟୋତିବା ଫୁଲେ ଜୟନ୍ତୀ ପାଳିତ

ଜୁନାଗଡ଼,୧୨/୪(ମନୀସ) ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ସ୍ଥାନୀୟ ବାବାସାହେବ ଆମ୍ବେଦକର ଷ୍ଟେଚୁ ସମ୍ବୁଖରେ ମହାତ୍ମା ଜ୍ୟୋତିଭା ଫୁଲେ ଙ୍କ ୨୦୦ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇ ଯାଇଛି।ଏହି ଅବସରରେ ମହାତ୍ମା ଜ୍ୟୋତିଭା ଫୁଲେଙ୍କ ଫଟୋ ଚିତ୍ରରେ କ୍ୟାଣ୍ଡେଲ ପ୍ରଜ୍ବଳନ କରାଯାଇ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଥିଲା।ସଂଗଠନର ସଭାପତି ରଂଜନକୁମାର ଜାଲ ଙ୍କ ସଭାପତିତ୍ୱ ଅ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ହୋଇ ମହାତ୍ମା ଫୁଲେଙ୍କା ସ୍ମୁତିଚାରଣ କରିବା ସହ ଶିକ୍ଷା କ୍ଷେତ୍ରରେ ପ୍ରସାର କରି ସମାଜରେ କୁ ସଂସ୍କାର ହଟାଇଥିଲେ।ତାଙ୍କର ସମଗ୍ର ଭାରତ ବର୍ଷରେ ଅତୁଳନୀୟ ଅବଦାନ ରହିଛି।ଏଣୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାସହିତ ତାଙ୍କ ସ୍ୱପ୍ନକୁ ସାକାର କରିବା ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ସଭାପତି ରଞ୍ଜନ କୁମାର ଜାଲ ଓ ବକ୍ତା ମନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ସଂଗଠ ନର ଉପଦେଷ୍ଟା ନରେନ୍ଦ୍ର ଖିତି ସମସ୍ତଙ୍କୁ ମାର୍ଗ ଦର୍ଶନ କରିଥିଲେ। ବରିଷ୍ଠ ସଦସ୍ୟ ଉଗ୍ରେ ସେନ କନ୍ଦ ପାନଧନ୍ୟବାଦ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସ ସଙ୍ଗଠନର ବରିଷ୍ଠ ସଦସ୍ୟ ପୂର୍ନେନ୍ଦୁ ମାଝୀ, ସୁଶାନ୍ତ ନାଏକ, ମିନୁ କନ୍ଦପାନ ,ଶିବ ମହାନନ୍ଦ, ରବି ଶଙ୍କର ସୁନାନୀ, ଅଞ୍ଜନ ଖିତି, କୁମରମଣିଦୁର୍ଗା, ଗୌରାଙ୍ଗ ସୁନା, ବୁନୁ ବାଗ ,ଟୁକୁ ବାରିକ, ଆକାଶ ପାଟମାଝୀ,ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ପରିବେଶ ଦିବସ ପାଳିତ 

ସୁନ୍ଦରଗଡ଼ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ

Sunil Chandra Nayak

ଯୋଗ ପ୍ରଶିକ୍ଷଣ ଶିବିରରେ ହୋଲି ପର୍ବ ପାଳିତ 

Sunil Chandra Nayak

Leave a Comment

error: Content is protected !!