ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ

ଧରକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ

ଆସିକା ,୧୨/୦୪/୨୬ ( ଶିବ ଶଙ୍କର ମିଶ୍ର ) ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଧରାକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଧରାକୋଟ ନିକଟସ୍ଥ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ସଭାପତି ସାରଥୀ ପାତ୍ର ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସଂଯୋଜକ ଦେବବ୍ରତ ପଟ୍ଟନାୟକ, ହିଞ୍ଜିଳିକାଟୁ ବ୍ଲକ ସଭାପତି ଉଲ୍ଲାସ ବେହେରା ଓ ଆସିକା ବ୍ଲକ ସମ୍ପାଦକ ଅର୍ଜ୍ଜୁନ ନାହାକ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ। ଏଥିରେ ବ୍ଲକର ଓ ପି ଏସ ସଙ୍ଘ ର କର୍ମକର୍ତ୍ତା, ଏନ ପି ଏସ ସଙ୍ଘ ର କର୍ମକର୍ତ୍ତା, ଏକ୍ସ କ୍ୟାଡର ସଙ୍ଘ ର କର୍ମକର୍ତ୍ତା, ସ୍କେମାଟିକ ସଙ୍ଘ ର କର୍ମକର୍ତ୍ତା ଙ୍କ ସମେତ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଶିକ୍ଷକ ମାନଙ୍କ ସମସ୍ୟା ପ୍ରତି ଦୃଷ୍ଟିପାତ କରି ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଉପସ୍ଥିତ ଶିକ୍ଷକ ମାନ ଙ୍କ ସର୍ଵସମ୍ମତି କ୍ରମେ ଧରାକୋଟ ବ୍ଲକ ସଭାପତି ଭାବେ ଅରୁଣ କୁମାର ପଟ୍ଟନାୟକ, ଉପସଭାପତି ଭାବେ ଭାସ୍କର ବାଡତ୍ୟା ଓ ସ୍ୱପ୍ନାରାଣୀ ବେହେରା, ସାଧାରଣ ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସହ ସମ୍ପାଦକ ଭାବେ ବସନ୍ତ କୁମାର ବିଷୋୟୀ, ଦମୟନ୍ତୀ ଦାସ, ବାଇନାଥ ସାହୁ, ଜିଲ୍ଲା ସଦସ୍ୟ ଭାବେ ସନ୍ତୋଷ କୁମାର ପଟ୍ଟନାୟକ, ଅମୂଲ୍ୟ ଚନ୍ଦ୍ର ମିଶ୍ର, ସୁରେଶ ଚନ୍ଦ୍ର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ କାଳୁ ଚରଣ ଗୌଡ଼ ଏବଂ ସଂଯୋଜକ ଭାବେ ରବିନ୍ଦ୍ର ନାଥ ପୋଲାଇ ମନୋନୀତ ହୋଇଥିଲେ। ଆବାହକ ଭାବରେ ପୂର୍ବତନ ସଭାପତି ଶୁକ୍ରୁ ବେହେରା ଓ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ସଭାର ଅୟୋଜକ ଥିଲେ।

Related posts

ନିଆଁ ଲାଗି ଜଳି ଗଲା ୩ ଦୋକାନ

masiha

ବୃନ୍ଦାବାହାଲ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

masiha

ମା ଠାକୁରାଣୀ କ୍ରିକେଟ ଫାଇନାଲରେ ଡୁଡୁକାଠେଙ୍ଗା ଟିମ ଚାମ୍ପିୟାନ, ମହିମା ଦଳ ରନର୍ସ ଅପ

Sunil Chandra Nayak

Leave a Comment

error: Content is protected !!