ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳିରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା 

ହିଞ୍ଜିଳିରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା 

ହିଞ୍ଜିଳିକାଟୁ,ତା ୧୩/୦୪ ସୋମବାର ପୂର୍ବାହ୍ନ ପ୍ରାୟ ୦୯ଟା ବେଳେ ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ପଞ୍ଚାୟତ ସମିତି ଠାରେ ଜାତୀୟ ସ୍ତରର “ନାରୀ ଶକ୍ତି ବନ୍ଦନ ଅଧିନିୟମ ସତ୍ତ୍ବେଳନ” ଆୟୋଜନ ହୋଇଛି । ଏଥିରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗରିକା ଶଢଙ୍ଗୀଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ସଫଳ ମହିଳାମାନେ ଅଂଶଗ୍ରହଣ କରିଛନ୍ତି । ସରକାରୀ, ଶିକ୍ଷା, ବିଜ୍ଞାନ, କ୍ରୀଡା, ଉଦ୍ୟୋଗୀତା, ସ୍ୱାସ୍ଥ୍ୟ,ଗଣମାଧ୍ୟମ, ସାମାଜିକ କାର୍ଯ୍ୟ ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ସମ୍ବେଳନରେ ଏକତ୍ରିତ ହୋଇଛନ୍ତି । ସେପ୍ଟେମ୍ବର ୨୦୨୩ରେ, ସଂସଦ ‘ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଅନୁମୋଦନ କରିଥିଲା ଯାହା ବିଧାନପାଳିକା ଗୁଡ଼ିକରେ ମହିଳା ପ୍ରତିନିଧିତ୍ତ୍ୱ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ଏହି ଆଇନରେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ, ସାରା ଦେଶରେ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ ଦେଇ ୧୬ ଏପ୍ରିଲରେ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ରହିଛି,ଭାରତର ବିକାଶ ମାର୍ଗ ଗଠନରେ ମହିଳାମାନଙ୍କ ଅଧିକ ଅଂଶଗ୍ରହଣ ଲାଗି ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଏହି ସମ୍ବେଳନ ଆୟୋଜନ କରାଯାଉଛି । ଏହା ପଞ୍ଚାୟତ ଠାରୁ ସଂସଦ ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଶାସନ ଏବଂ ନେତୃତ୍ୱ କ୍ଷେତ୍ରରେ ମହିଳାମାନଙ୍କର ବନ୍ଧିତ ଭୂମିକାକୁ ମଧ୍ୟ ଉଜ୍ଜ୍ବଳ କରିବ। ଏହି କାର୍ଯ୍ୟକ୍ରମ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାମାନଙ୍କର ପ୍ରତିନିଧିତ୍ତ୍ୱ ବୃଦ୍ଧିକୁ ଗୁରୁତ୍ବ ଦେବ। ଏହି ସମ୍ମିଳନୀ ବିକଶିତ ଭାରତ ୨୦୪୭ ଯାତ୍ରାରେ ମହିଳାମାନଙ୍କ ଭୂମିକା ଉପରେ ଆଲୋକପାତ କରିବ । ଏହା ବିକଶିତ ଭାରତ ୨୦୪୭ ସଂକଳ୍ପର ଏକ ପ୍ରମୁଖ ସ୍ତମ୍ଭ ଭାବରେ ମହିଳାମାନଙ୍କ ନେତୃତ୍ବାଧୀନ ବିକାଶ ପ୍ରତି ସରକାରଙ୍କ ନିରନ୍ଧର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ବୋଲି ଆସିକ ସାଂସଦ ଅନିତା ପ୍ରୟଦର୍ଶନୀ ପଟ୍ଟନାୟକ ଏହି ପଦଯାତ୍ରାରେ ଯୋଗ ଦେଇ ମହିଳାଙ୍କ ନିମନ୍ତେ ମତ ପ୍ରକାଶ କରିଛନ୍ତି । ଆଜିର ଆୟୋଜିତ ପଦଯାତ୍ରା ବ୍ଳକ୍ ପରିସରରୁ ବାହାରି କଲେଜ ଛକ ଦେଇ ବିଜୁ ପଟ୍ଟନାୟକ ଛକ ପଯ୍ୟନ୍ତ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର,ବିଜୟ କୁମାର ସ୍ୱାଇଁ,ସନ୍ତୋଷ ପାଣିଗ୍ରାହୀ,ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନା,ଯଜ୍ଞ ନାରାୟଣ ଦାଶ ,ସିଡିପିଓ ବିଜୟଲକ୍ଷ୍ମୀ ପାଢ଼ୀ ,ବିଇଓ ଚାନ୍ଦିନୀ ପଣ୍ଡା,ପୋୖର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ବେଉରା, ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡ଼ଃ ଶ୍ରୀକାନ୍ତ ସାହୁ, ଏବିଡ଼ିଓ ଅରୁଣ କୁମାର ପ୍ରଧାନ,ଜିପିଓ,ଏପିଓ,ସହକାରୀ ଯନ୍ତ୍ରୀ ଡି.ଅଶୋକ, ଅତିରିକ୍ତ ତହସିଲଦାର ସୁରଜ ବେହେରା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ, ସନ୍ତୋଷ କୁମାର ଦାଶ ପ୍ରମୁଖଙ୍କ ସମେତ ଅଙ୍ଗନବାଡି, ଆଶା କର୍ମୀ,ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ,ଓଏଲଏମ,ସିଆରପି,ଏମବିକେ ଓ ଶତାଧିକ ମହିଳା ଯୋଗ ଦେଇଥିଲେ ।

 

Related posts

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସ୍ଵର୍ଗତ ଦେବେନ୍ଦ୍ର ନାଥ ସ୍ବାଇଁଙ୍କ ଶ୍ରଦ୍ଧାଞ୍ଜଳୀ ସଭା

Sunil Chandra Nayak

ଯାମଦା ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

ରାୟଗଡ଼ା ବ୍ଲକରେ ନୂତନ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ

Leave a Comment

error: Content is protected !!