ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ଓ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ 

ଓଡିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ଓ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ 

ଡାବୁଗାଁ, ୧୩/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଓଡିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ଓ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଥମେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା | ପରେ ମହିଳା ମାନଙ୍କ ଦ୍ଵାରା ଝୋଟି ଓ ହୁଳୁହୁଳି ପ୍ରତିଯୋଗୀତା କରାଯାଇଥିଲା | ଏଥିରେ ୧୫ ଟି ପାରମ୍ପରିକ ଖାଦ୍ୟ ଷ୍ଟଲ ପ୍ରଦର୍ଶନ କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତି କରାଯାଇଥିଲା | ଏଥିରେ ମାଁ ବୈଷ୍ଣବୀ ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରଥମ ସ୍ଥାନ ଅଧିକାର କରି ୧୦୦୦ ଟଙ୍କା ସହ ମାନପତ୍ର ପ୍ରଦାନ ସହ ଅନ୍ୟ ୧୪ ଟି ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ୫୦୦ ଟଙ୍କା ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବିଡିଓ ସମୀର ପାତ୍ର, ତହସିଲଦାର ଗୀତା ମୁର୍ମୁ, ସିଡିପିଓ ମିନତୀ ଦାଶ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଓଏଲଏମ ବିପିଏମ ଦୀପ୍ତି କିଶୋର ନାୟକ ଓ ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ ସାଇରା ବାନୁ, ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ସମସ୍ତ ଅଙ୍ଗନୱାଡି କର୍ମୀ, ଏମବିକେ ଓ ସିଆରପି ମାନେ ଯୋଗ ଦେଇଥିଲେ | ଅମୂଲ୍ୟ ଦଳାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପିଏମଶ୍ରୀ ସୁବାଇ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ 

Sunil Chandra Nayak

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସହ ୧୭ ନୂତନ ନିଯୁକ୍ତ ଶିକ୍ଷକଙ୍କୁ ସ୍ଵାଗତ 

masiha

କୁଲିହାରି ୫ଟି,ରୂପାନ୍ତରିତ ହାଇସ୍କୂଲ ଲୋକାର୍ପିତ

Leave a Comment

error: Content is protected !!