ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାବ୍ୟଗ୍ରନ୍ଥ ” ସାରା ଆକାଶ ତୁମର” ଲୋକାର୍ପିତ 

କାବ୍ୟଗ୍ରନ୍ଥ ” ସାରା ଆକାଶ ତୁମର” ଲୋକାର୍ପିତ 

ନବରଙ୍ଗପୁର:( ତା ୧୪.୪.୨୦୨୬)(ରବିନାରାୟଣମହାନ୍ତି)ଆଜି ଓଡ଼ିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ପାଳନ ଅବସରରେ ସୀମାନ୍ତ ସାହିତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟସ୍ଥ ଚୈତନ୍ୟ ମନ୍ଦିର ସମ୍ମିଳନୀ ଗୃହରେ ମହା ବିଷୁବ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କବି ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଙ୍କ ଷଷ୍ଠ ତମ କାବ୍ୟଗ୍ରନ୍ଥ “ସାରା ଆକାଶ ତୁମର” ଲୋକାର୍ପିତ ହୋଇଯାଇଛି।ସାହିତ୍ୟ ର ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ସଭାପତି ଅଶୋକ କୁମାର ପଟ୍ଟନାୟକ,ମୁଖ୍ୟ ବକ୍ତା ପ୍ରଦୀପ କୁମାର ମିଶ୍ର, ସାହିତ୍ୟିକ ଡ଼ ନାରାୟଣ ପଣ୍ଡା, ଜଗନ୍ନାଥ ମହାପାତ୍ର, ଝାଡେଶ୍ୱର୍ ଖାଡ଼ଙ୍ଗା,ସୁଶାନ୍ତ କୁମାର ନାଏକ ତଥା ଅନେକ ସୁସାହିତ୍ୟକ ଉପସ୍ଥିତ ରହି ନିଜର ବହୁମୂଲ୍ୟ ମତ ଓ ଅଭିଭାଷଣ ରଖିଥିଲେ।ପରିଶେଷରେ ପ୍ରକାଶକ “ଇଙ୍କଡ୍ୟୁ” ଧନ୍ୟବାଦ୍ ଅର୍ପଣ ପୂର୍ବକ କାବ୍ୟଗ୍ରନ୍ଥ ର ସଫଳତା କାମନା କରିଥିଲେ।

Related posts

ମହାତ୍ମା ଗାନ୍ଧୀଙ୍କ ଙ୍କ ଶହୀଦ ଦିବସ ଅବସର ରେ   ସି ପି ଆଇ ଏମ୍ ପକ୍ଷରୁ ସଦଭାବନା ଦିବସ ରୂପେ ପାଳନ

masiha

ପର୍ଯ୍ୟଟନ ସଚିବ ଙ୍କୁ ଦାବି ପତ୍ର .

Sunil Chandra Nayak

ଛାତ୍ର ଛାତ୍ରୀଙ୍କ ମନ ମହୁଛି ଦିବ୍ୟାଙ୍ଗ ଶିକ୍ଷକଙ୍କ ଡ୍ରିଲ କ୍ଲାସ୍ 

masiha

Leave a Comment

error: Content is protected !!