ଖଡିଆଳଠାରେ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଦେଖିଲେ ଶହ ଶହ ଶ୍ରଦ୍ଧାଳୁ
ଖଡ଼ିଆଲ,୧୭.୦୧.(ସୁଜିତ କୁମାର ପ୍ରଧାନ) ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ନୂଆପଡା ଜିଲ୍ଲାର ଖଡ଼ିଆଲ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା l ଏହିକ୍ରମରେ ଖଡିଆଳ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ ଏଲଇଡ଼ି ମଧ୍ୟରେ ଦେଖିବାକୁ ବ୍ୟବସ୍ଥା କରାଯାଇଥିଲା l ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ ହୋଇଥିବା ବେଳେ ଘୁମୁରା ନୃତ୍ୟ ଓ ପାଲା ନୃତ୍ୟ ମଧ୍ୟ ଆୟୋଜନ କରାଯାଇଥିଲା l ଏଥିରେ ଖଡ଼ିଆଳ ଅଞ୍ଚଳ ର ଶହ ଶହ ମହିଳା ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଦେଖିବାର ସୁଯୋଗ ପାଇଥିଲେ l ଶ୍ରୀମନ୍ଦିରକୁ ନଯାଇ ଖଡ଼ିଆଳଠାରେ ଏଲଇଡି ମାଧ୍ୟମରେ ଲୋକାର୍ପଣ ଉତ୍ସବ ଦେଖିଥିବାରୁ ସ୍ଥାନୀୟ ଭକ୍ତମାନେ ଭାବବିହ୍ଵଳ ହୋଇପଡ଼ିଥିଲେ l ଶେଷରେ ଖଡ଼ିଆଳ ବ୍ଲକ ପ୍ରଶାସନ ପକ୍ଷରୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା l ଏହି ଲୋକାର୍ପଣ ଉତ୍ସବ ରେ ଖଡ଼ିଆଳ ଗୋଷ୍ଠି ଉନ୍ନୟନ ଅଧିକାରୀ ବୀରସେନ ବେହେରା ଅଧକ୍ଷତା କରିଥିବା ବେଳେ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲାପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା ଓ ୫ ନମ୍ବର ଜିଲ୍ଲାପରିଷଦ ସଦସ୍ୟା ତନୟା ଶବରଙ୍କ ବହୁ ସରକାରୀ ପଦାଧିକାରୀ ଉପସ୍ଥିତ ରହି ଲୋକାର୍ପଣ ଉତ୍ସବକୁ ସ୍ୱାଗତ କରିଥିଲେ।