ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକୋଲୁଣ୍ଡା ଗ୍ରାମର ମହିୟସୀ ମହିଳା ବିନୋଦିନୀ ପଣ୍ଡା ଙ୍କ ପରଲୋକ 

କୋକୋଲୁଣ୍ଡା ଗ୍ରାମର ମହିୟସୀ ମହିଳା ବିନୋଦିନୀ ପଣ୍ଡା ଙ୍କ ପରଲୋକ 

ବେଲଗୁଣ୍ଠା, ତା ୧୫/୦୪ ବେଲଗୁଣ୍ଠା ବ୍ଲକ କୋକୋଲୁଣ୍ଡା ଗ୍ରାମର ମହିୟସୀ ମହିଳା ବିନୋଦିନୀ ପଣ୍ଡା ଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଯାଇଛି!ସେ ଜଣେ ପର ଉପକାରୀ, ଧର୍ମ ପାରାୟଣ, ମହିୟସୀ ମହିଳା ଜୀବନର ଅଧିକାଂଶ ସମୟ ଚିଦାନନ୍ଦ ସ୍ୱାମୀ ଙ୍କ ଆଶ୍ରିତ ହୋଇ ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରୁଥିଲେ!ଶେଷ ଜୀବନରେ ସେ ଏକୁଟିଆ ହୋଇ ଯାଇଥିଲେ କାରଣ ତାଙ୍କର ଗୋଟିଏ ଝିଅ ମିଲୀ ଓ ଏକମାତ୍ର ପୁଅ ଉମାକାନ୍ତ ଓ ସ୍ୱାମୀ ରାମ ମୋହନ ଜଣେ ଜଣା ଶୁଣା କୃଷି କର୍ମଚାରୀ କ୍ଷେତ୍ରୀୟଵରପୁର, ବଡ଼ବୋରସିଙ୍ଗି, ଜିଲ୍ଲଣ୍ଡି ରେ ଚାକିରୀ କରି ଅବସରର କିଛି ଦିନ ପରେ ମୃତ୍ୟୁ ବରଣ କରିଥିଲେ!ଏକମାତ୍ର ପୁଅ ଉମା କାନ୍ତ ଜଣେ ଏନ ଟି ପି ସି ସୁନ୍ଦରଗଡ଼ ଡିଭିଜନ ପରିଚାଳକ ଙ୍କ ହଠାତ ଚାକିରୀ କରୁଥିବା ସମୟରେ ହୃଦଘାତ ରେ ମୃତ୍ୟୁ ବରଣ କରିଥିଲେ ବର୍ତମାନ ତାଙ୍କ ପାଖରେ ବଡ ଝିଅ ଅଳକା ଓ ଜୋଇଁ ବାଳକୃଷ୍ଣ ଙ୍କ ସହାୟତାରେ ପ୍ରଥମେ ଭଞ୍ଜନଗର ସ୍ୱାସ୍ଥ୍ୟ କେନ୍ଦ୍ର ତାପରେ ଅଧିକା ଚିକିତ୍ସା ନିମନ୍ତେ ମାଣିପାଳ ହସ୍ପିଟାଲ ଭୁବନେଶ୍ୱର ନେଇ ସେଠି ସ୍ୱାସ୍ଥ୍ୟ ର ଅବନତି ଯୋଗୁଁ ସେଠାରେ ଦେହ ତ୍ୟାଗ କରିଥିଲେ!ତାଙ୍କର ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ର ଝିଅ ଅଳକା, ଜୋଇଁ ବାଳକୃଷ୍ଣ, ପୁତୁରା ମଣ୍ଟୁ, ଅନ୍ୟ ଜଣେ ଜୋଇଁ ରାମଚନ୍ଦ୍ର ଓ ବନ୍ଧୁ ଭାଗିରଥି, ସହ ଜଣେ ବରିଷ୍ଠ ସାମ୍ବାଦିକ ଭୁବନେଶ୍ୱର ଅରୁଣ ମହାନ୍ତି ଙ୍କ ସହଯୋଗ ରେ ପୁରୀ ସ୍ୱର୍ଗ ଦ୍ୱାର ଠାରେ ଅନ୍ତିମ ସଂସ୍କାର ହୋଇଥିଲା!ଜୋଇଁ ସୂର୍ଯ୍ୟକାନ୍ତ, ନାତି ପିକୁନ, ନାତୁଣୀ ଲିଜ଼ା, ଲିସା, ପ୍ରିୟଙ୍କା ଆଇ ଙ୍କ ମୃତ୍ୟୁ ଖବର ପାଇ ସାହି ଲୋକ ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି!

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସନ୍ଧ୍ୟାରାଣୀ

masiha

ପେଟ ଫୁଲୁଛି ଅସ୍ୱାଭାବିକ ଭାବେ:ଚିକିତ୍ସା ପାଇଁ ଅର୍ଥ ବାଧକ 

Sunil Chandra Nayak

ଗୋଲାମୁଣ୍ଡାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!