ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳୀୟ ନବବର୍ଷ ଉପଲକ୍ଷେ “ସ୍ବାଗତ ଓଡ଼ିଶା” ମୋ ସଂସ୍କୃତି,ପରମ୍ପରା,ମୋ ଭାଷା ପ୍ରତିଯୋଗିତା, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ -୨୦୨୬ ଅନୁଷ୍ଠିତ  

ଉତ୍କଳୀୟ ନବବର୍ଷ ଉପଲକ୍ଷେ “ସ୍ବାଗତ ଓଡ଼ିଶା” ମୋ ସଂସ୍କୃତି,ପରମ୍ପରା,ମୋ ଭାଷା ପ୍ରତିଯୋଗିତା, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ -୨୦୨୬ ଅନୁଷ୍ଠିତ  

ଢେଙ୍କାନାଳ :ତା.୧୫.୦୪.୨୦୨୬ ରିଖ : (ମ ନି ସ) ନିକଟରେ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସୁରଙ୍ଗନା କଳା ନିକେତନର ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ଓଡ଼ିଶାର ପରମ୍ପରା,ସଂସ୍କୃତି ଓ କଳାକୁ ସମ୍ମାନ ଜଣାଇ ସ୍ବାଗତ ଓଡ଼ିଶା,ମୋ ସଂସ୍କୃତି, ପରମ୍ପରା,ମୋ ଭାଷା ପ୍ରତିଯୋଗିତା,ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ-୨୦୨୬ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ସିମିନଇ ପରିସରରେ ସନ୍ଧ୍ୟା ୭ ଘଟିକା ସମୟରେ ଅନୁଷ୍ଠାନର ସଭାପତି ନିରଞ୍ଜନ ଶତପଥୀଙ୍କ ତତ୍ତ୍ୱାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଉଦ୍ ଘାଟନୀ ଉତ୍ସବରେ ବିଦ୍ୟାଳୟର ସଭାପତି ପୁରୁଷୋତ୍ତମ ରାଉତ, ‘ସୁରଙ୍ଗନା କଳା ନିକେତନ’ର ସଭାପତି ନିରଞ୍ଜନ ଶତପଥୀ,ପ୍ରଜ୍ଞା ପ୍ରିୟା ନନ୍ଦ, ଜିତେନ୍ଦ୍ର କୁମାର ବେହେରା,ଅବିଭାବକ ଓ ଅବିଭାବିକା,ସମସ୍ତ ପ୍ରତିଯୋଗୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟସ୍ତରୀୟ ଓଡ଼ିଆ କଳା,ପର୍ବ,କବିଙ୍କ ସମ୍ବନ୍ଧରେ ରଚନା ଲିଖନ,ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ।ରାଜ୍ୟସ୍ତରୀୟ ଓଡ଼ିଶୀ ଓ ପାରମ୍ପରିକ ନୃତ୍ୟର ବିଚାରକ ଭାବେ ଓଡ଼ିଶୀଗୁରୁ ଶ୍ରୀକାନ୍ତ କୁମାର ସାହୁ ଭୁବନେଶ୍ୱରରୁ ଆସିଥିବା ପ୍ରମିତା ଶତପଥୀ ଓ ଅତିଥି କଳାକାର ଜ୍ୟୋତିପ୍ରକାଶ ମହାପାତ୍ର ଏବଂ ଚିତ୍ରାଙ୍କନରେ ଚିତ୍ରକାର ମନୋଜ ସାହୁ,ରଚନା ଲିଖନରେ ବିଷ୍ଣୁ ପ୍ରସାଦ ମହାରଣା ଦାୟିତ୍ଵ ତୁଲାଇଥିଲେ। ଉଦ୍ ଯାପନ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଭରତ ଭୂଷଣ ବେହେରା,ଲର୍ଡସ୍ ସଂଗଠନର ନିର୍ଦ୍ଦେଶକ,ସମ୍ପାଦକ,ସମର୍ଥ ନ୍ୟୁଜ,ମୁଖ୍ୟବକ୍ତା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଢେଙ୍କାନାଳ ଜିଲ୍ଲା ଶାଖାର ମୁଖ୍ୟ ସଞ୍ଚାଳିକା ବି.କେ. ଉଷା,ସମ୍ମାନୀତ ଅତିଥି ଭାବେ,ରାଷ୍ଟ୍ରପତି ସ୍କାଉଟ୍, ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ,ବରିଷ୍ଠ ଶିକ୍ଷାବିତ୍ ତଥା ସମାଜସେବୀ, ଡ଼ା.ଦେବୀ ପ୍ରସାଦ ମିଶ୍ର,ଅନୁଷ୍ଠାନର ନିର୍ଦ୍ଦେଶିକା ପ୍ରଜ୍ଞା ପ୍ରିୟା ନନ୍ଦ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ” ସ୍ବାଗତ ଓଡ଼ିଶା ” କାର୍ଯ୍ୟକ୍ରମକୁ ଅୟଆରମ୍ଭ କରିଥିଲେ।ଅନୁଷ୍ଠାନ ଦ୍ଵାରା ଅତିଥିବୃନ୍ଦଙ୍କୁ ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଓ ଉପଢୌକନରେ ମେମେଣ୍ଟୋ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।ଲର୍ଡସ୍ ସଂଗଠନର ନିର୍ଦ୍ଦେଶକ, ସମର୍ଥ ସମାଚାରର ସମ୍ପାଦକ ତଥା ମୁଖ୍ୟଅତିଥି ଭରତ ଭୂଷଣ ବେହେରା ଓଡ଼ିଶାର ଭାଷା,ସାହିତ୍ୟ, ପରମ୍ପରା,କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗ୍ରାମାଞ୍ଚଳର ପରିବେଶରେ ତାହା ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ହୋଇପାରିଛି ବୋଲି ବ୍ୟକ୍ତ କରିଥିଲେ।ଶିକ୍ଷା,ସାହିତ୍ୟ,ସଂସ୍କୃତି ଅଙ୍ଗାଗୀଭାବେ ଜଡ଼ିତ ଓ ଏହା ପିଲାମାନଙ୍କ ଭିତରେ ପରିପ୍ରକାଶ କରାଇବା ଦିଗରେ ସମସ୍ତ ଅଭିଭାବକମାନଙ୍କୁ ପ୍ରେରଣା ଦେଇ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ‘ସ୍ବାଗତ ଓଡ଼ିଶା ‘ କାର୍ଯ୍ୟକ୍ରମ କରି ଓଡ଼ିଶାର କଳା,ସଂସ୍କୃତି,ପରମ୍ପରାକୁ ପିଲାମାନଙ୍କ ମଧ୍ୟରେ ଉଦ୍ଜୀବିତ କରିବାର ପ୍ରୟାସକୁ ସ୍ବାଗତ କରିଥିଲେ।ଜିତେନ୍ଦ୍ର ବେହେରା ଉପସ୍ଥିତ ସମସ୍ତ ଗ୍ରାମବାସୀବୃନ୍ଦଙ୍କୁ ସାଧୁବାଦ୍ ଦେଇଥିଲେ ଓ କହିଥିଲେ ଯେ ପିଲାମାନଙ୍କ ଭିତରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଭଲ ପାଇବାର ମନୋଭାବ ସୃଷ୍ଟି କରିବାରେ ସହଯୋଗ ଦେଇ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯେଉଁ ପ୍ରୋତ୍ସାହିତ କରିଛନ୍ତି ତାହା ସ୍ବାଗତ ଓ ପ୍ରଶଂସା ଯୋଗ୍ୟ।ଆଜିର ଶିଶୁ କାଲିର ଭବିଷ୍ୟତ ଓ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିବାରେ ସେମାନେ ନିଜର ମୁଖ୍ୟ ଭୂମିକା ନିର୍ବାହ କରିବେ ବୋଲି କହିଥିଲେ।ପାରମ୍ପରିକ ରୀତିରେ ଓଡ଼ିଆ ବୋହୂ ସୁଭଦ୍ରା ଓ ଉର୍ମିଳାଙ୍କର ଶଙ୍ଖ,ହୁଳହୁଳି,ଘଣ୍ଟ ଆଳତି,ପ୍ରଦୀପ ପ୍ରଜ୍ବଳନ ଆଦି ମୁଖ୍ୟ ଆକର୍ଷଣ ଥିଲା।ସମସ୍ତ ପ୍ରତିଯୋଗୀ ଓ ଅନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କୁ ଅତିଥିଗଣଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇ ଥିଲା।ପ୍ରମୀତା ହୋତା,ରାଜେନ୍ଦ୍ର ପ୍ରସାଦ ଭଞ୍ଜ ଓ ଅନୁଷ୍ଠାନର କୁନି କଳାକାର ଆୟୁଷ,ସ୍ମିତି,ଦିବ୍ୟଶିଖା, ଶିବାଂଶିଙ୍କର ସୁନ୍ଦର କଣ୍ଠ ସଙ୍ଗୀତ ଗାନ ସମସ୍ତ ପରିବେଶକୁ ସୁମଧୂର କରିଥିଲା।ପ୍ରକାଶ ଥାଉକି ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହିତ ଜିତେନ୍ଦ୍ର ବେହେରା ମଙ୍ଗଳାଚରଣ ଗାନ,ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ ପରିଶେଷରେ ଶାନ୍ତିପାଠ କରିଥିଲେ।ଯୁବ ସାମ୍ବାଦିକ ଆଶୁତୋଷ ପାଢ଼ୀଙ୍କୁ ନିକଟରେ ଦିଲ୍ଲୀଠାରେ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ ତରଫରୁ ଆୟୋଜିତ ୫୭ ତମ ସମାବର୍ତ୍ତନ ଉତ୍ସବରେ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି.ପି.ରାଧାକ୍ରୀଷ୍ଣଙ୍କ ଠାରୁ ସମ୍ମାନ ଜନକ ଡ.ହରେକୃଷ୍ଣ ମହତାବ ସ୍ମୃତି ସମ୍ମାନ ଲାଭ,ତାଙ୍କର କର୍ମନିଷ୍ଠା,ଦୃଢ ମନୋବଳ ଓ ଢେଙ୍କାନାଳ ମାଟି ପାଇଁ ଅନୁରାଗ ତଥା ସେବା ମନୋଭାବକୁ ଦୃଷ୍ଟିରେ ରଖି ତୃତୀୟ ପ୍ରତିଭା ଅନୁପମ୍ “ଢେଙ୍କାନାଳ ରତ୍ନ ସମ୍ମାନ -୨୦୨୬ ” ରେ ସମ୍ମାନିତ କରାଯିବା ସହିତ ଓଡ଼ିଶୀ ଗୁରୁ ଶ୍ରୀକାନ୍ତ କୁମାର ସାହୁଙ୍କୁ ତାଙ୍କର ଏକାଧିକ କଳାତ୍ମକ କୃତିତ୍ୱ ପରିବେଷଣ ପାଇଁ “ପ୍ରତିଭାନୂପମ୍ ସମ୍ମାନ ୨୦୨୬” ରେ ସମ୍ମାନିତ କରାଯାଇଥିଲା।ଯୁବ ସାମ୍ବାଦିକ ଆଶୁତୋଷ ପାଢ଼ୀ ଅତି ସୁନ୍ଦର ସଭା ସଂଯୋଜନା କରିଥିଲେ।ପରିଶେଷରେ ସଭାପତି ନିରଞ୍ଜନ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ପରେ ପରେ ଅତିଥି କଳାକାର ଜ୍ୟୋତିପ୍ରକାଶ ମହାପାତ୍ର,ପ୍ରମୀତା ଶତପଥୀ,ରାଜେନ୍ଦ୍ର ଭଞ୍ଜଙ୍କ ଦ୍ଵାରା ପାରମ୍ପରିକ ସଙ୍ଗୀତ ପରିବେଷଣ ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପାରମ୍ପରିକ ନୃତ୍ୟ ମାଧ୍ୟମରେ ଗାଁ ଜୀବନର ପ୍ରତିଟି ଛବିକୁ ଦର୍ଶାଇ ସମସ୍ତ ଗ୍ରାମବାସୀ ତଥା ଅତିଥିବୃନ୍ଦଙ୍କ ହୃଦୟ ଜିଣିଥିଲେ।ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ପୁରୁଷୋତ୍ତମ ରାଉତ ସଂପାଦକ ଅନ୍ତର୍ଯ୍ୟାମୀ ମହାରଣା ଏବଂ କର୍ମକର୍ତ୍ତାମାନଙ୍କର ପୁର୍ଣ୍ଣ ସହଯୋଗରେ ସ୍ଵାଗତ ଓଡିଶା କାର୍ଯକ୍ରମ ସଫଳ ହୋଇପାରିଛି।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସୁଶ୍ରୀ ପ୍ରଜ୍ଞା ପ୍ରିୟା ନନ୍ଦ ଓ ଜିତେନ୍ଦ୍ର କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା।ସୁରଙ୍ଗନା କଳା ନିକେତନର ସମ୍ପୂର୍ଣ୍ଣ ପରିବାରର କର୍ମକର୍ତ୍ତା ଓ ସଦସ୍ୟା,ସଦସ୍ୟ ବୃନ୍ଦଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇ ପାରିଥିଲା।

ଡ଼ା.ଦେବୀ ପ୍ରସାଦ ମିଶ୍ର, ଙ୍କ ରିପୋର୍ଟ୍ 

Related posts

ତାମଳବନ୍ଧ ବାଲିଘାଟରେ ରାଇର ତହସିଲ ତରଫରୁ ୧୪୪ ଧାରା ଜାରୀ

Sunil Chandra Nayak

ରାଇରଙ୍ଗପୁର ରୋଟାରୀ କ୍ଳବର ନବମ ଅଧିଷ୍ଠାନ ଉତ୍ସଵ    ସେବା‌ ମାନବ ଜୀଵନକୁ ଧନ୍ୟ କରିଥାଏ – ରୋଟାରିଆନ ଇନ୍ଦ୍ରଜିତ ସାହୁ

Sunil Chandra Nayak

ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରାର ଦ୍ୱିତୀୟ ବୈଠକ ସମାପନ

Sunil Chandra Nayak

Leave a Comment

error: Content is protected !!