ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍ତମ ଚରିତ୍ର ଓ ଯୌଥ ପରିବାରର ମହତ୍ତ୍ୱ ଉପରେ ଆଲୋଚନାଚକ୍ର 

ଉତ୍ତମ ଚରିତ୍ର ଓ ଯୌଥ ପରିବାରର ମହତ୍ତ୍ୱ ଉପରେ ଆଲୋଚନାଚକ୍ର 

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ତରଫରୁ ସେକ୍ଟର ୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଶାଖାର କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତଙ୍କ ସଭାପତିତ୍ବ, ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ଆବାହକତ୍ୱ ଓ ମଞ୍ଚ ସଂଯୋଜନାରେ ମୁଖ୍ୟଅତିଥି ଭାବେ ଆରଏସପିର ସୁରକ୍ଷା ଓ ଅଗ୍ନିଶମ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ହୀରାଲାଲ ମହାପାତ୍ର, ବିଷୟ ବିଶେଷଜ୍ଞ ଭାବେ ଦିବ୍ୟ ଜୀବନ ସଂଘର ଉପଦେଷ୍ଟା ରାମକୃଷ୍ଣ ତ୍ରିପାଠୀ ଯୋଗଦେଇ ଉତ୍ତମ ଚରିତ୍ର ଓ ଯୈ।ଦ ପରିବାରର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଓ ବିଷୟ ବିଶେଷଜ୍ଞ ଦ୍ୱୟ ଏକୁଟିଆ ରହୁଥିବା ପରିବାର ଓ ଯୈ।ଥ ପରିବାର ମଧ୍ୟରେ ଥିବା ପାର୍ଥକ୍ୟକୁ ଅତି ସୁନ୍ଦର ଭାବରେ ବ୍ୟାଖନ କରି ଯୈ।ଥ ପରିବାର କିପରି ସର୍ବୋକୃଷ୍ଟ ତାହା ଛାତ୍ର ଛାତ୍ରୀଙ୍କୁ ସରଳ ଭାବରେ ବୁଝାଇଥିଲେ। ପ୍ରାରମ୍ଭରେ ସଭାପତିତ୍ବ କରୁଥିବା ଶ୍ରୀ ରାଉତ କାର୍ଯ୍ୟକ୍ରମର ଆଭିମୁଖ୍ୟ, ପ୍ରବୀର କୁମାର ଦୁବେ ପ୍ରାରମ୍ଭିକ ଅଭିଭାଷଣ, ସମ୍ପାଦିକା ଶ୍ରୀମତୀ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ, ଶିକ୍ଷାବିତ ବିଜୟିନୀ ଜେନା, ବ୍ରଜେନ୍ଦ୍ର ଦାଶ ଓ ବହୁ ଗୁରୁମା ଗୁରୁଜୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତରଦାତ୍ତାଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ଶାଖାର ସହ ସମ୍ପାଦିକା ମମତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗ୍ରାମୀଣ ଡାକ ସେବକଙ୍କ ପକ୍ଷରୁ ୫ ଦଫା ଦାବିରେ ଧର୍ମଘଟ ଡାକରା, ଡାକ ସେବା ବ୍ୟାହତ

masiha

ମଟର ସାଇକେଲ ଦୁର୍ଘଟଣା ରେ ଦୁଇ ଆହତ

Sunil Chandra Nayak

ଡାକ୍ତର ମନୋଜ ଙ୍କ ପାଇଁ ସୁସ୍ଥ ହେଲେ ଶ୍ୟାମ …

masiha

Leave a Comment

error: Content is protected !!