ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ: ଓଡ଼ିଶା ସାଇନିଂ ଆଇକନ୍ସ-୧୦ ଆସନ୍ତା ୧୯ରେ…..

ସାଇନିଂ ରକର୍ସ ଏକାଡେମୀର ବାର୍ଷିକ ଉତ୍ସବ: ଓଡ଼ିଶା ସାଇନିଂ ଆଇକନ୍ସ-୧୦ ଆସନ୍ତା ୧୯ରେ…..

ରାଉରକେଲା: ସାଇନିଂ ରକର୍ସ ଏକାଡେମୀ ର ୧୦ମ ବାର୍ଷିକ ଉତ୍ସବ ଓଡିଶା ସାଇନିଂ ଆଇକନ୍ସ ୧୦ ଆସନ୍ତା ଏପ୍ରିଲ ମାସ ୧୯ ତାରିଖ ରେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ ବୋଲି ସେକ୍ଟର ୪ ଡାକବଙ୍ଗଳା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ମୁଖ୍ୟ ଲୀନା ବିଶ୍ଵାଳ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଫେସନ ସୋ ଆୟୋଜିତ ହେବ। ଏଥିରେ ବିଭିନ୍ନ ବୟସ ବିଭାଗ ଯଥା ୪ ରୁ ୧୦, ୧୧ ବର୍ଷରୁ ୧୫ ବର୍ଷ ଓ ୧୬ ବର୍ଷରୁ ୩୦ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିବେ। ୧୮ ତାରିଖ ଦିନ ଟ୍ୟାଲେଣ୍ଟ ରାଉଣ୍ଡ ପ୍ରତିଯୋଗିତା ହେବ। ୧୯ ତାରିଖ ଦିନ ଗ୍ରାଣ୍ଡ ଫିନାଲେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହେବ। ଏଥିରେ ବିଚାରକ ଭାବେ କୁମାରୀ ତନିସା ଅଗ୍ରୱାଲ ଏବଂ ଶ୍ରୀମତୀ ଅନୀତା ମଣ୍ଡଳଦାସ ଦାୟିତ୍ଵ ନିର୍ବାହ କରିବେ। କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ, ଆକର୍ଷଣୀୟ ରନୱେ ମଡେଲିଂ ପ୍ରଦର୍ଶନ କରାଯିବ।ଉଦୀୟମାନ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆମର ଏହା ପ୍ରୟାସ ବୋଲି ସେ କହିଥିଲେ। ଏହି ସମ୍ମିଳନୀରେ ବବିତା ମହାରଣା, ନିତ୍ୟାଞ୍ଜଳି ପରିଡ଼ା, କଲ୍ୟାଣୀ ଦାସ, ଚିନୁ ରାଉତ, ବର୍ଣ୍ଣାଳୀ ରାଉତ, ସୋନୁ ମୁଖାର୍ଜୀ, ସୁନୀଲ କୁମାର ସୋନି, ମୁରଲୀ ମୋହନ ପଟ୍ଟନାୟକ, ଦୀପ ହାଜରା, ପପାୟା ମୁଖାର୍ଜୀ, ପ୍ରବୀଣ ଚାୱାଡା ଏବଂ ଲାକମେ ଏକାଡେମୀ ର ସ୍ଥାନୀୟ ମୁଖ୍ୟ ପ୍ରଦ୍ୟୁମ୍ନ କେଶରୀ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରବାସୀ ଯୋଗଦେବାପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ନେଇ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାରପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଆମ ସଂକଳ୍ପ “ନିଶା ନୁହେଁ, ଜୀବନ” ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୁଦ୍ଧରେ ସଚେତନତା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ 

masiha

ପାଣିସାଉଁଳି ଶିକ୍ଷା କେନ୍ଦ୍ରର ବାର୍ଷିକ ଅନୁଷ୍ଠିତ

masiha

Leave a Comment

error: Content is protected !!