ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ରା ଥାନା ଅନ୍ତର୍ଗତ ଜlମବେର୍ଣ୍ଣା ଗ୍ରାମର ନାବାଳିକା ଛାତ୍ରୀ ପୂଜା ମାହାତୋ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅପରାଧିଙ୍କୁ କଠୋର ଶାସ୍ତି ଦାବିରେ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ବିଶ୍ରା ଥାନା ଅନ୍ତର୍ଗତ ଜlମବେର୍ଣ୍ଣା ଗ୍ରାମର ନାବାଳିକା ଛାତ୍ରୀ ପୂଜା ମାହାତୋ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଅପରାଧିଙ୍କୁ କଠୋର ଶାସ୍ତି ଦାବିରେ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ରାଉରକେଲା,: ଗତ ଫେବ୍ରୁୟାରୀ ପାଞ୍ଚ ତାରିଖ ଦିନ ବିଶ୍ରା ଥାନା ଅନ୍ତର୍ଗତ ଜlମବେର୍ଣ୍ଣା ଗ୍ରାମର ଛାତ୍ରୀ ପୂଜା ମାହାତୋ ସ୍କୁଲ ରୁ ଘରକୁ ଫେରି ନଥିଲା ବେଳେ ସେ ଦିନ ରାତି ପ୍ରାୟ ସାଢ଼େ ଆଠ ଟl ବେଳେ ଗ୍ରାମବାସୀ ପୂଜାକୁ ମୁମୂର୍ଷ ଅବସ୍ଥାରେ ଖୟରଟୋଲା ଗ୍ରାମ ପାର୍ଶ୍ଵ ଜଙ୍ଗଲରୁ ଉଦ୍ଧାର କରିଥିଲେ l ଅତ୍ୟନ୍ତ ନୀନ୍ଦନୀୟ ବିଷୟ ହେଉଛି ଯେ ଆୟୁଷ୍ମାନ୍ କାର୍ଡ ରେ ଚିକିତ୍ସା କରାଯାଇପାରିବ ନାହିଁ କହି ରାଉରକେଲା ର ପ୍ରତିଷ୍ଠିତ ମେଡିକାଲ ଓ ହସ୍ପିଟାଲ ଗୁଡିକ୍ ପୂଜାକୁ ଭର୍ତ୍ତି ନ କରି ଫେରାଇ ଦେଇଥିଲେ l ଶେଷରେ ସେହି ଦିନ ରାତି ଦୁଇଟା ଟାରେ ପୂଜା ଆଖି ବୁଜି ଦେଇଥିଲା l ପୂଜାର ଏହି ଭଳି ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ପରିବାର ଲୋକ ଏବଂ ଅଞ୍ଚଳବାସୀ ଦୃଢ଼ ଭାବେ ବିଶ୍ବାସ କରନ୍ତି l ପୂଜାକୁ ବିଷ ପିଆଇ ଦେଇ ହତ୍ୟା କରାଯାଇଥିବାର କେତେକ ପ୍ରମାଣ ଥିଲେ ବି ଏପର୍ଯ୍ୟନ୍ତ କୌଣସି ଅପରାଧି ଗିରଫ ନ ହେବା ଘଟଣା ସ୍ଥାନୀୟ ଜନ ସାଧାରଣଙ୍କ ଭିତରେ ଗଭୀର କ୍ଷୋଭ ଓ ଉଦବେଗ ସୃଷ୍ଟି କରିଛି l ସେଥିପାଇଁ ଆଜି ଏପ୍ରିଲ ଅଠର ତାରିଖ ଦିନ ସ୍ଥାନୀୟ ଆରକ୍ଷୀ ଅଧିକ୍ଷକ ଙ୍କ ଅଫିସ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବିଶ୍ରା ବ୍ଲକ ର ତେତେରକେଲା ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମ ର ବହୁ ସଂଖ୍ୟକ ଜନସାଧାରଣ ଏବଂ ରାଉରକେଲା ସହରର ସଚେତନ ନାଗରିକ ସାମିଲ୍ ହୋଇଥିଲେ l ଏହି କାର୍ଯ୍ୟକ୍ରମ କୁ ନାରୀ ନିର୍ଯ୍ୟାତନା ପ୍ରତିରୋଧ କମିଟି ପକ୍ଷରୁ ଆବାହିକା ତଥା ମହିଳା ସଂଗଠନ   ଏ ଆଇ ଏମ୍ ଏସ୍ ଏସ୍ ର ସର୍ବ ଭାରତୀୟ ସାଧାରଣ ସମ୍ପlଦିକl ଛବିରାଣୀ ମହାନ୍ତି, ସଦସ୍ୟ ବୀରେନ୍ ନାଏକ, ବିଷ୍ନୁ ପଣ୍ଡା,ବିଦ୍ୟୁତ୍ ମହାନ୍ତ , ଶୁଭ୍ରାଂଶୁ ମିଶ୍ର, ବବିତା ମହାପାତ୍ର , ତାରିଣୀ ସେଠି, ରେଖା କୋଠାରୀ, ଛବି ମହାନ୍ତି, ଲେଓନି ତିର୍କୀ, ଗୀତାଞ୍ଜଳୀ ମହାନ୍ତି ,କବିତା ମହାନ୍ତି ,ୱାହିଦା ବେଗମ,ଅସୀମା ବେହେରା ,ପ୍ରତିଭା ଦଣ୍ଡପାଟ,ବିଷ୍ଣୁପ୍ରିୟା ବେହେରା, ତଅପୋଇ ମଲ୍ଲିକ ଏବଂ ଗ୍ରାମବାସୀ ଙ୍କ ତରଫରୁ ପହଲୁ ମାହାତୋ, ସୁରେଶ ମାହାତୋ, ସାବିତ୍ରୀ ମାହାତୋ ,ନରେନ୍ଦ୍ର ଗୋପ,ହୁଲାସ ମାହାତୋ , ସୁଖମାନି ଓରାମ୍,ସୋମl ଓରାମ୍,ମନୋଜ ମାହାତୋ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ଆରକ୍ଷୀ ଅଧିକ୍ଷକ ଙ୍କ ତରଫରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମାରକ ପତ୍ର ଗ୍ରହଣ କରିଥିଲେ ଏବଂ ଉକ୍ତ ମାମାଲାର ଉପଯୁକ୍ତ ତଦନ୍ତ କରି ଅପରାଧିଙ୍କୁ ଶାସ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାପା ଙ୍କ ଶ୍ରାଦ୍ଧବାର୍ଷିକୀ ରେ ପୁଅ ର ଅଙ୍ଗଦାନ 

masiha

ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ 

Sunil Chandra Nayak

ବିକାଶ ପରିଷଦ ପକ୍ଷରୁ ୪୨ମୌଜା ମାଟ୍ରିକ ଟପ୍ପର ସମ୍ମାନିତ 

masiha

Leave a Comment

error: Content is protected !!