ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଅଜିତ କୁମାର, ଆଇ.ଏ.ଏସଙ୍କ ଯୋଗଦାନ

ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ଅଜିତ କୁମାର, ଆଇ.ଏ.ଏସଙ୍କ ଯୋଗଦାନ

 ରାଇରଙ୍ଗପୁର ତା ୨୧-୦୪-୨୦୨୬ ରିଖ —  :ଆଜି ରାଇରଙ୍ଗପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଭାରତୀୟ ପ୍ରଶାସନିକ ସେବା (୨୦୨୨ବ୍ୟାଚ)ର ଅଧିକାରୀ ଶ୍ରୀ ଅଜିତ କୁମାର. ନାଗାଲ୍ୟାଣ୍ଡ କ୍ୟାଡ଼ରରୁ ଆନ୍ତଃ କ୍ୟାଡର ସ୍ଥାନାନ୍ତର ହୋଇ ଓଡିଶା ସରକାରରେ ଯୋଗଦେବାପରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧୭ ଏପ୍ରିଲ ୨୦୨୬ ରିଖ ଅଧିସୂଚନା ସଂଖ୍ୟା -୧୧୯୧୧ ଅନୁଯାୟୀ ଶ୍ରୀ ଅଜିତ କୁମାର, ଆଇ.ଏ.ଏସ.ଙ୍କୁ ରାଇରଙ୍ଗପୁରର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି.ଗତକାଲି ସେ ଜିଲ୍ଲାପାଳଙ୍କ ଠାରେ କାର୍ଯ୍ୟରେ ଯୋଗ ଦାନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀ ମାନେ ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଶୁଭକାମନା ଜଣାଇଥିଲେ। ସେହିପରି ଆଜି ତା’ଙ୍କ କାର୍ଯ୍ୟ କ୍ଷେତ୍ର ରାଇରଙ୍ଗପୁର ଠାରେ ପହଂଚି ଯୋଗଦାନ କରିବା ଅବସରରେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ରାଇରଙ୍ଗପୁର ପି ଏ ଆଇ ଟି ଡି ଏ ଶ୍ରୀ ଯୋଗ ରଞ୍ଜନ ନାୟକ, ତହସିଲଦାର ଭବାନୀ ପ୍ରସାଦ ସାହୁ, ସହକାରୀ ଜିଲ୍ଲାପାଳ ଶ୍ରୀ ସୁଧାକର ସେଠୀ, ଅପାର୍ଣ୍ଣା ଅପରାଜିତା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ କମଳାକାନ୍ତ ସ୍ୱାଇଁ, ଏସ.ଡି.ଆଇ.ପି.ଆର.ଓ. ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ତା’ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଇଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ସହକାରୀ ଉଦ୍ୟାନ କୃଷି ଅଧିକାରୀ କାର୍ଯ୍ୟାଳୟରେ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ 

Sunil Chandra Nayak

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନ୍ ପକ୍ଷରୁ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ

masiha

ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!