ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ସ୍ବାଇଁଙ୍କ କବିତା ସଙ୍କଳନ ଗୀତିଧାରା ଲୋକାର୍ପିତ

ବାସନ୍ତୀ ସ୍ବାଇଁଙ୍କ କବିତା ସଙ୍କଳନ ଗୀତିଧାରା ଲୋକାର୍ପିତ 

ରାଉରକେଲା: କବୟତ୍ରୀ ବାସନ୍ତୀ କୁମାରୀ ସ୍ବାଇଁ ଙ୍କ ପ୍ରଥମ କବିତା ସଂକଳନ ଗୀତିଧାରା ଲୋକାର୍ପିତ ହୋଇ ଯାଇଅଛି। ପାନପୋଷ ସ୍ଥିତ ରଘୁନାଥପାଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅପର୍ଣ୍ଣା ସାମଲଙ୍କ ସଭାପତିତ୍ବ, ବରିଷ୍ଠ ଶିକ୍ଷୟିତ୍ରୀ ସବିତା ବସ୍ତିଆ ଙ୍କ ବଳିଷ୍ଠ ସଂଯୋଜନାରେ ଅତିଥି ଓ ସମୀକ୍ଷକ ଭାବେ ଶିକ୍ଷାବିତ୍ ତଥା ଗୀତିକବି ସମାଜର ସଭାପତି ତାରିଣୀ ଚରଣ ସାହୁ, ପ୍ରାକ୍ତନ ଶିକ୍ଷା ନିରିକ୍ଷକ ମଞ୍ଜୁଳା କୁମାରୀ ରଥ, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ତଥା କବୀ ବିଜୟିନୀ ଜେନା, ପ୍ରାକ୍ତନ କୁତ୍ରା ଏବିଇଓ ମୀନା କୁମାରୀ ଜେନା ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଓ ସମୀକ୍ଷକ ଭାବେ ଯୋଗଦେଇ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ପୁସ୍ତକର ବୋଧଗମ୍ୟ ଓ ସରଳ ଭାଷା ବ୍ୟବହାର ଯୋଗୁଁ ପାଠକୀୟ ଆଦୃତି ଲାଭ କରିବ। କବୀ ଦୁଃଖକୁ ପ୍ରଥମେ କବିତା ରେ ରୂପାନ୍ତର କରେ। ଗୀତିଧାରା କବିତା ଗୁଡ଼ିକ ରେ ସଚେତନତା ତଥା ସମସ୍ୟା କୁ ନେଇ ଗତିଶୀଳ ହୋଇଛି। କବିତା ଗୁଡ଼ିକୁ ଛନ୍ଦ ବୋଧରେ ଲେଖିଥିବାରୁ ସୁମଧୁର ଲାଗୁଛି। କବୟତ୍ରୀ ଶ୍ରୀମତୀ ସ୍ବାଇଁ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ସର୍ବଶ୍ରୀ ଦେବେନ୍ଦ୍ର କୁମାର ସାହୁ,ନିତାଞ୍ଜଳୀ ସାହୁ,ସାଗରିକା ସାହୁ, ସାଗରିକା ଦାଶ, ରଶ୍ମିତା ଜେନା,କିରଣ ଖାଲକୋ,ତନ୍ମୟ ଦାସ,ଅଞ୍ଜଳୀ ଓଝା, ପ୍ରତିମା ଲୋହାର, ମଞ୍ଜୁଲତା ସାହୁ, ସବିତା କଉଡି,ଲତା ସମାସୀ, ସରସ୍ଵତୀ ସମାସୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲାବେଳେ ଶେଷରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିକୁଞ୍ଜ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପରିବାରର ଡାକ୍ତର ସଚିନ ଶେଖର ବିଶ୍ବାଳ, ଡାକ୍ତର ଶୁଭଶ୍ରୀ ଦାସ,ସ୍ବରାତ୍ମିକା ବିଶ୍ବାଳ, ନିମାଇଁ ଚରଣ ବିଶ୍ବାଳ, ଚିନ୍ମୟୀ ବିଶ୍ବାଳ, ରବିନାରାୟଣ ବିଶ୍ବାଳ, ନିହାର ରଞ୍ଜନ ବିଶ୍ୱାଳ, ନିରୁପମା ବିଶ୍ବାଳ ତଥା ସହରର ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ନୃସିଂହ ଚରଣ ବିଶ୍ବାଳ, ପ୍ରବୀର କୁମାର ଦୁବେ, ରଶ୍ମିତ ସାହାଣୀ, ଲକ୍ଷ୍ମଣ ଗୈ।ଡ଼, ମନୋଜ ନନ୍ଦ, ପ୍ରତାପ ପଣ୍ଡା, ଶୁଭଶ୍ରୀ ପ୍ରିୟଦର୍ଶିନୀ ଜେନା, ଅର୍ଚ୍ଚନା ପାତ୍ର, ବଳରାମ ଦାଶ, ବିଜୟ ସାହୁ, ବିଜୟ ପ୍ରଧାନ,ଗୟା ସାରଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

masiha

ଓଡ଼ିଆ ଭାଷା ବିକାଶ ମଞ୍ଚ ର ଫକୀର ମୋହନ ଜୟନ୍ତୀ ପାଳନ

Sunil Chandra Nayak

ଶାରଳା ସାଂସ୍କୃତିକ ପରିଷଦର ୫୫ତମ ବାର୍ଷିକ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!