ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଏସଆରଭିଏମ୍ ର ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ

ଏସଏସଆରଭିଏମ୍ ର ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ 

ରାଉରକେଲା: ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂଲିଶ ମାଧ୍ୟମିକ ବିଦ୍ୟାଳୟ ଠାରେ ଶୈକ୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତା ଓ ଶିକ୍ଷୟିତ୍ରୀ ଅମ୍ରିତା ନିଲମ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କ ଉପଦେଷ୍ଟା ଡ଼ ବିଜୟଲକ୍ଷ୍ମୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ମୁଖ୍ୟଅତିଥି ଡ଼ ମହାନ୍ତି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବାଣୀ,ଜୀବନ ଜିଇବାର କଳା, ଶିକ୍ଷକ କିପରି ସୃଷ୍ଟିର ନିର୍ମାଣ ଓ ପ୍ରଳୟର ସୂତ୍ରଧର, ସଚେତନତା ଉପରେ ଗୁରୁତ୍ୱାରୋପ, ପ୍ରଥମେ ଶିକ୍ଷକ ଶିଖିଲେ ପରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ, ଖାଦ୍ୟ, ନିଦ୍ରା, ଧ୍ୟାନ ଓ ଶ୍ଵାସ ଉପରେ କିପରି ନିୟନ୍ତ୍ରଣ,ଯୁକ୍ତି, ସଂଗୀତ ଓ ଯୋଗାଭ୍ୟାସ ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଡ ଖୁସବୁ ଜ୍ୟୋତି, ପ୍ରାକ୍ତନ ଅଧ୍ୟକ୍ଷ ବନମାଳୀ କର, ସ୍ଥିରତା ଦେଇ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ଅଧ୍ୟକ୍ଷତା କରୁଥିବା ଡ ଦାସ ଏଭଳି କର୍ମଶାଳାର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଅଧିକାରୀ ଯଶବିନ୍ଦର କୈ।ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଛାତ୍ର ଛାତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିଦର୍ଶନ 

masiha

ରାଜ୍ୟ ସଭାପତି ଭାବେ ଦ୍ଵିତୀୟ ଥର ନିର୍ବାଚିତ ହେଲେ ତ୍ରିପତି ବାଲାଜୀ ସାହୁ

Sunil Chandra Nayak

ଚଳିତ ବର୍ଷରେ ବର୍ଷା କମ ଯୋଗୁଁ ଚାଷ କାମରେ ଅସୁବିଧା ପ୍ରଭାବ ଦେଖାଇଛି

masiha

Leave a Comment

error: Content is protected !!