ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ ସହ ସ୍କୁଟି ଧକ୍କା

କାର୍ ସହ ସ୍କୁଟି ଧକ୍କା

କୋଦଳା, ତା ୨୧/୦୪ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଇଲାକା ଅନ୍ତର୍ଗତ କଞ୍ଚଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ବେଗୁନିଆପଡ଼ାର ଲିଙ୍ଗରାଜ ପ୍ରଧାନ ଓରଫ କାଳିଆ । ସୂଚନା ଯୋଗ୍ୟ ମଙ୍ଗଳବାର ଅପରାହ୍ନରେ କଞ୍ଚଣା ଛକ ଓ ବେଗୁନିଆପଡ଼ା ଅଭିମୁଖେ ଯିବା ରାସ୍ତାର ବିଜୟ ଢାବା ନିକଟରେଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାର୍ ଓ ସ୍କୁଟି ଧକ୍କା ଫଳରେ ସ୍କୁଟିଟି ଭାଙ୍ଗି ଯାଇଥିବା ବେଳେ ଚାଳକ ଲିଙ୍ଗରାଜ ଓରଫ୍ କାଳିଆ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି।ସେଠାରେ ଉପସ୍ଥିତ ଥିବା କିଛି ଲୋକ ଘଟଣା ସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଲିଙ୍ଗରାଜଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ସୂଚନା ମିଳିଛି। କାର୍ ଚାଳକ ଜଣକ ଫୁଲବାଣୀ ଅଞ୍ଚଳର ହୋଇଥିବା ବେଳେ ସେ କେ ମର୍ଦରାଜପୁର ଗ୍ରାମର ସଂପର୍କୀୟ ଘରକୁ ଆସିଥିବା ସୂଚନା ରହିଛି ।

Related posts

ଅବସର ପ୍ରାପ୍ତ ସୈନିକ ସଂଘ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ

masiha

ରାୟଗଡ଼ା ବ୍ଲକ ଓ ନଗର ସ୍ତରୀୟ ଲୋକକଳା ଦିବସ ପାଳିତ

Sunil Chandra Nayak

କିଶୋରୀ ବାଳିକା ମାନଙ୍କୁ ଆତ୍ମସୁରକ୍ଷା କୌଶଳ ତାଲିମ

masiha

Leave a Comment

error: Content is protected !!