ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ  

ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ  

କନ୍ଧମାଳ , ତା,୨୩/୦୪: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପୋଲିସ ଜଣେ ପୁରୁଣା ଚୋରି କେସରେ ଅଭିଯୁକ୍ତକୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି I ଘଟଣା ରୁ ପ୍ରକାଶ ଯେ, ଟିକାବାଲି ଥାନା ଶଙ୍କରାଖୋଲା ଗ୍ରାମର ଗୋକୁଳାନନ୍ଦ ପ୍ରଧାନ ଙ୍କ ପୁଅ ପ୍ରଭାକର ପ୍ରଧାନ,(୪୩) ପୂର୍ବରୁ ତିନୋଟି ଚୋରି ମାମଲାରେ କେଶ ନଂ.୧୫୮/୧୮ ଜି. ଉଦୟଗିରି ଥାନା, ୪୯୬/୧୮ ବାଲିଗୁଡା ଥାନା, ୨୦୪/୨୦ ହିଞ୍ଜିଳିକାଟୁ ଥାନାରେ ଅଭିଯୁକ୍ତ ହୋଇ ପୋଲିସ ହାତରୁ ଖସି ଫେରାର ଥିଲେ I ଗୁରୁବାର ଟିକାବାଲି ପୋଲିସ ଥାନା ଅଧିକାରୀ ସମୀର କୁମାର ବେହେରା ଙ୍କ ନେତୃତ୍ୱରେ ଏଏସଆଇ ଅବନୀ ପ୍ରଧାନ ଓ ପଞ୍ଚାନନ ମଲିକ ସହଯୋଗରେ ସଦଳବଳ ଅଭିଯୁକ୍ତ ପ୍ରଭାକର ପ୍ରଧାନଙ୍କୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟ କୁ ଚାଲାଣ କରିଛନ୍ତି I

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ଦ୍ୱାରା ନକଲି ଆଦିବାସୀ ଶିକ୍ଷକ ଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଧ, ଟିଟିଲାଗଡ଼ ଥାନାରେ ମାମଲା ରୁଜୁ

Sunil Chandra Nayak

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ADJ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

masiha

ସାତ ଜଣ ବିହନ ବିକ୍ରେତାଙ୍କୁ କାରଣ ଦର୍ଶାଅ ନୋଟିସ

Sunil Chandra Nayak

Leave a Comment

error: Content is protected !!