ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ଜନଗଣନା କାର୍ଯ୍ୟର ପରିଦର୍ଶନ କଲେ ଓଡ଼ିଶା ଜନଗଣନା ବିଭାଗର ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ

ଢେଙ୍କାନାଳ ଜିଲ୍ଲା ଜନଗଣନା କାର୍ଯ୍ୟର ପରିଦର୍ଶନ କଲେ ଓଡ଼ିଶା ଜନଗଣନା ବିଭାଗର ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ

ଢେଙ୍କାନାଳ: ତା.୨୨.୦୪.୨୦୨୬ ରିଖ :(ମ ନି ସ      ) ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୭ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏହିକ୍ରମରେ ଏପ୍ରିଲ ୧୬ ତାରିଖରୁ ସାରା ଦେଶ ସମେତ ଢ଼େଙ୍କାନାଳ ଜିଲ୍ଲାରେ ଆଞ୍ଚଳିକ ଗୃହ ଗଣନା ଓ ଗୃହ ତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏଥିପାଇଁ ଏହି ମହାନ କାର୍ଯ୍ୟରେ ନିୟୋଜିତ ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ଆବଶ୍ୟକୀୟ ଉପଯୁକ୍ତ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଥିଲା।ଏହି ଗଣନା ଏପ୍ରିଲ ୧୬ ରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସ୍ୱ-ଗଣନା ଅବଧି ରହିଥୁଲା ଏବେ ଦ୍ଵିତୀୟ ପର୍ଯ୍ୟାୟରେ କ୍ଷେତ୍ରୀୟ ସ୍ତରରେ ଗୃହ ଗଣନା କରାଯାଉଛି।ପ୍ରତି ତହସିଲ ଏବଂ ସହରାଞ୍ଚଳରେ ଏଥିପାଇଁ ଟିମ୍ ନିୟୋଜିତ ହୋଇଛନ୍ତି।ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣନା ପାଇଁ ଆସୁଥିବା କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଉଛି।ଏହି ପର୍ଯ୍ୟାୟରେ ଲୋକମାନଙ୍କୁ ମୋଟ ୩୩ଟି ପ୍ରଶ୍ନ ପଚରାଯିବ।ଏଥିରେ ଘରର ଅବସ୍ଥା,ଘରର ମାଲିକାନା,ପରିବାରରେ ରହୁଥ‌ିବା ସଦସ୍ୟଙ୍କ ସଂଖ୍ୟା,ପାଣି ଓ ବିଦ୍ୟୁତ ସୁବିଧା,ଶୌଚାଳୟ,ଇଣ୍ଟରନେଟ୍ ସୁବିଧା,ଯାନବାହନ, ମୋବାଇଲ ଓ ଅନ୍ୟାନ୍ୟ ସୁବିଧା ସମ୍ବନ୍ଧୀୟ ୩୩ ଟି ପ୍ରଶ୍ନ ଆଧାରରେ ତଥ୍ୟ ସଂଗ୍ରହ ହେବ।ଏହି ଜନଗଣନା ଏବଂ ଗୃହଗଣନା ତଥ୍ୟ ଆଧାରରେ ହିଁ ସରକାର ଆଗାମୀ ଦିନରେ ଲୋକହିତକର ଏବଂ ବିକାଶମୂଳକ ଯୋଜନାର ରୂପରେଖ ପ୍ରସ୍ତୁତ କରିବେ।ଜିଲ୍ଲାର ସୁପରଭାଇଜର ଏନୁମେରେଟରମାନେ ଗୃହଗଣନା କାର୍ଯ୍ୟ କରୁଛନ୍ତି ବୋଲି ଢେଙ୍କାନାଳ ପୌର ପରିଷଦ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶା ଜନଗଣନା ବିଭାଗର ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ ଢେଙ୍କାନାଳ ଜିଲ୍ଲାରେ ଜନଗଣନା କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ପରିଦର୍ଶନରେ ଆସିଥିଲେ।ଜନଗଣନା କାର୍ଯ୍ୟ କିପରି ସୁଚାରୁରୂପେ ଚାଲିଛି,ତାହା ପରଖିବା ସହ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ।ଏହି ପରିଦର୍ଶନ ସମୟରେ ନିର୍ଦ୍ଦେଶକଙ୍କ ସହିତ ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରମେଶ ଚନ୍ଦ୍ର ସେଠି,ସଦର ଉପଜ଼ିଲ୍ଲାପାଳ ବିବୁଧ ଗଡ଼ନାୟକ,ଡେପୁଟି କଲେକ୍ଟର (ସେନସସ୍),ପ୍ରସନ୍ନ କୁମାର ପଣ୍ଡା ଏବଂ ସଦର ତହସିଲଦାର ସ୍ୱାଧୀନ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।ଏଥିସହ ରାଜ୍ୟ ଜନଗଣନା ବିଭାଗର ଦୁଇ ପ୍ରତିନିଧି ପରିଦର୍ଶନରେ ସାମିଲ ହୋଇଥିଲେ।

ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘର ଘର ବୁଲି ଜନଗଣନା କାର୍ଯ୍ୟକୁ ଅତି ନିକଟରୁ ଦେଖିଥିଲେ।ଏହି ଅବସରରେ ସେ କାର୍ଯ୍ୟରତ ଏନୁମେରେଟର ଏବଂ ସୁପରଭାଇଜରମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ଅନୁଭୂତି ତଥା ସମସ୍ୟା ବିଷୟରେ ପଚାରି ବୁଝିଥିଲେ।ଜନଗଣନା କାର୍ଯ୍ୟକୁ ଠିକ୍ ସମୟରେ ଓ ନିର୍ଭୁଲ ଭାବେ ସମାପ୍ତ କରିବା ପାଇଁ ସେ ଅଧିକାରୀମାନଙ୍କୁ ସୁପରାମର୍ଶ ଦେଇଥିଲେ।ପରିଦର୍ଶନ ସମୟରେ ଶ୍ରୀ କଲ୍ୟାଣ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସ୍ୱୟଂ ଯାଇ ଘରେ ଘରେ ଚାଲୁଥିବା ଗୃହ ଗଣନା କାର୍ଯ୍ୟକୁ ନିକଟରୁ ଅବଲୋକନ କରିଥିଲେ।ସେ ଏନୁମେରେଟର ଓ ସୁପରଭାଇଜରମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅନୁଭୂତି,କାର୍ଯ୍ୟରେ ଆସୁଥିବା ସମସ୍ୟା ଓ ପ୍ରାୟୋଗିକ ଅନୁଭବ ସମ୍ପର୍କରେ ଅବଗତ ହୋଇଥିଲେ।

ସେ ଜୋର ଦେଇ କହିଥିଲେ ଯେ,ଜନଗଣନା ଭଳି ରାଷ୍ଟ୍ରୀୟ ଗୁରୁତ୍ୱର କାର୍ଯ୍ୟକ୍ରମକୁ ସଠିକ୍,ସମୟୋପଯୁକ୍ତ ଓ ତ୍ରୁଟିହୀନ ଭାବେ ସମାପ୍ତ କରିବା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଅତ୍ୟାବଶ୍ୟକ।ସେଥିପାଇଁ ସେ ଦଳବଦ୍ଧ ଭାବେ କାମ କରିବା ସହ ଲୋକମାନଙ୍କ ସହଯୋଗ ନେବାକୁ ପରାମର୍ଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ କର୍ମଚାରୀ ସଙ୍ଘର କାର୍ଯ୍ୟକାରୀ ସଭାପତି ବରିଷ୍ଠ ଶିକ୍ଷାବିତ୍ ଡ଼ା. ଦେବୀ ପ୍ରସାଦ ମିଶ୍ର ମତ ପ୍ରକାଶ କରି କହିଥିଲେ ଯେ, ଜନଗଣନା କେବଳ ଏକ ପ୍ରଶାସନିକ ପ୍ରକ୍ରିୟା ନୁହେଁ,ବରଂ ଏହା ଦେଶର ଯୋଜନାବଦ୍ଧ ଉନ୍ନତିର ମୂଳଭିତ୍ତି।ଏହି ମହତ୍ କାର୍ଯ୍ୟର ସଫଳତା ପାଇଁ ଓଡ଼ିଶା ଜନଗଣନା ବିଭାଗ, ଢେଙ୍କାନାଳ ଜିଲ୍ଲା ପ୍ରଶାସନ,ପୌରପାଳିକା,ଶିକ୍ଷା ବିଭାଗ, ଶିକ୍ଷକ-ଶିକ୍ଷୟିତ୍ରୀମାନେ ଓ ସମସ୍ତ କର୍ମଚାରୀଙ୍କ ଏକତ୍ର ଉଦ୍ୟମ ଆବଶ୍ୟକ।ସେ ଆହୁରି କହିଥିଲେ ଯେ,ଗୃହ ଗଣନା କାର୍ଯ୍ୟରେ ସାମିଲ୍ ହୋଇଥିବା ସାଧାରଣ ଲୋକମାନଙ୍କ ସକ୍ରିୟ ଓ ସକାରାତ୍ମକ ସହଯୋଗ ବିନା ଏହାର ସଫଳ ରୂପାୟନ ସମ୍ଭବ ନୁହେଁ।ସମସ୍ତଙ୍କ ଯୁକ୍ତାତ୍ମକ ଭାବନା,ସଚେତନତା ଓ ସକ୍ରିୟ ଯୁକ୍ତାତ୍ମକ ଅଂଶଗ୍ରହଣ ଦ୍ୱାରା ଏହି ରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ ସଫଳ କରାଯାଇପାରିବ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଥିଲେ।କିନ୍ତୁ,ତତ୍ ସଙ୍ଗେ ସଙ୍ଗେ ଜନଗଣନାରେ ନିୟୋଜିତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ମାନଙ୍କର ସରକାରୀ କାର୍ଯ୍ୟକ୍ଷେତ୍ରରୁ କର୍ମରେ ରିହାତି,ତୁରନ୍ତ ବିଦ୍ୟାଳୟ ଗୁଡ଼ିକର ଗ୍ରୀଷ୍ମ ଅବକାଶ ଛୁଟି ଘୋଷଣା,ଅଂଶୁଘାତର ଶିକାର ନ ହେବା ପାଇଁ ସମସ୍ତ ପ୍ରସ୍ତୁତି,ସୂଚାରୁ ରୁପେ କାର୍ଯ୍ୟ ସମ୍ପାଦନ ପାଇଁ ଅବଶ୍ୟକ ସମସ୍ତ ସହଯୋଗ ଓ ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଉଚିତ୍ କାର୍ଯ୍ୟନୁଷ୍ଠାନ,ସର୍ବୋପରି ସେମାନଙ୍କର ଅମୂଲ୍ୟ ଜୀବନର ନିରାପତ୍ତା ପାଇଁ ସମସ୍ତ ସୁରକ୍ଷା ପ୍ରଦାନ ସହ ବିହିତ ପଦକ୍ଷେପ ଓ କାର୍ଯ୍ୟନୁଷ୍ଠାନ ପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଡ଼ା. ଦେବୀ ପ୍ରସାଦ ମିଶ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

Related posts

ଆମ୍ବୁଲାନ୍ସ ନ ପାଇ ରୋଗୀ ହେଲେ ହଟହଟା

masiha

କୁମ୍ଭିକୋଟା , କୁଟୁଳି ଓ ନାକିଟିରେ ବୁଲିଲା ବିକାଶ ବାହନ

masiha

ପରୀକ୍ଷା ସମାପ୍ତ ହେବାର ଦୁଇ ଦିନ ମଧ୍ୟରେ ପରୀକ୍ଷା ଫଳାଫଳ ପ୍ରକାଶନ ପାଇଁ ବିପିୟୁଟି କୁ ଏସିଆ ବୁକ୍ ଅଫ୍ ରେକର୍ଡସ୍ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ର ସ୍ୱୀକୃତି

Sunil Chandra Nayak

Leave a Comment

error: Content is protected !!