ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୨ ତାରିଖ :ଧରିତ୍ରୀର ସୁରକ୍ଷା ଓ ଇତିହାସର ପଦଧ୍ୱନି 

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୨ ତାରିଖ :ଧରିତ୍ରୀର ସୁରକ୍ଷା ଓ ଇତିହାସର ପଦଧ୍ୱନି 

   ଡ଼ା. ଦେବୀ ପ୍ରସାଦ ମିଶ୍ର,

ଆଜି ଏପ୍ରିଲ୍ ୨୨ ତାରିଖ। ସମଗ୍ର ବିଶ୍ୱ ଆଜି ବିଶ୍ୱ ଧରିତ୍ରୀ ଦିବସ ପାଳନ କରୁଛି।୧୯୭୦ ମସିହାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଜି ଆମକୁ ପରିବେଶ ସୁରକ୍ଷା ପାଇଁ ସତର୍କ କରିଦେଉଛି।ଧରିତ୍ରୀ ମାତା ବିନା ଜୀବନ ଅସମ୍ଭବ,ତେଣୁ ପ୍ରଦୂଷଣ ମୁକ୍ତ ପୃଥିବୀ ଗଠନ ପାଇଁ ଆଜି ଆମକୁ ସଂକଳ୍ପ ନେବାକୁ ହେବ।ଏହି ଦିନ ଧରିତ୍ରୀ ପ୍ରତି ଆମର କୃତଜ୍ଞତା ଓ ଦାୟିତ୍ୱବୋଧର ଏକ ସଜାଗ ସ୍ମୃତିଦିବସ।ବିଶ୍ୱ ଧରିତ୍ରୀ ଦିବସର ଅବସରରେ ଆମେ ନିଜକୁ ପ୍ରଶ୍ନ କରିବାର ସମୟ ଆସିଛି ଯେ ପ୍ରକୃତି ଯେତେକି ଆମକୁ ଦେଇଛି,ଆମେ ସତେ କଣ ତାହାକୁ ସୁରକ୍ଷା କରିପାରିଛୁ?୧୯୭୦ ମସିହାରେ ଆରମ୍ଭ ହୋଇଥିବା ଏହି ଜାଗରଣ ଆଜି ଗ୍ଲୋବାଲ୍ ସଚେତନତାର ରୂପ ନେଇଛି,କିନ୍ତୁ ପ୍ରଦୂଷଣ,ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ସମ୍ପଦର ଅତିଶୟ ଶୋଷଣ ଆମକୁ ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ କରୁଛି।ଏହି ଦିନଟି କେବଳ ପରିବେଶୀୟ ସଚେତନତାର ନୁହେଁ,ଇତିହାସର ଗୌରବମୟ ସ୍ମୃତିର ସାକ୍ଷୀ ମଧ୍ୟ।ବିଶ୍ୱ ବିଜ୍ଞାନ କ୍ଷେତ୍ରରେ ୧୯୮୪ ମସିହାରେ ଆଜିର ଦିନରେ ହିଁ ବୈଜ୍ଞାନିକମାନେ ଏଡ଼ସ୍ ଭୂତାଣୁ ଚିହ୍ନଟ କରିବାରେ ସଫଳ ହୋଇଥିଲେ।ମାନବଜାତିର ଚିକିତ୍ସା ଯାତ୍ରାରେ ଏକ ମୂଲ୍ୟବାନ ପଦକ୍ଷେପ ଥିଲା। 

ଭାରତ କ୍ଷେତ୍ରରେ ଇତିହାସର ପୃଷ୍ଠା ଓଲଟାଇଲେ ଦେଖାଯାଏ ଯେ,୧୯୩୦ ମସିହାର ଆଜିର ଦିନରେ ଚଟ୍ଟଗ୍ରାମ ଅସ୍ତ୍ରାଗାର ଲୁଣ୍ଠନ ପରେ ଜଲାଲାବାଦ ପାହାଡ଼ରେ ସୂର୍ଯ୍ୟ ସେନଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶ ସେନା ସହ ଲଢ଼ି ପ୍ରାଣବଳି ଦେଇଥିଲେ ଯାହା ଆମକୁ ସ୍ମରଣ କରାଏ ଯେ ସ୍ୱାଧୀନତା କେବଳ ଏକ ଶବ୍ଦ ନୁହେଁ,ଏକ ଜୀବନଦାନର ପରିଣାମ।ଏହା ଦେଶପ୍ରେମର ଏକ ଅନନ୍ୟ ଉଦାହରଣ।ଭାରତୀୟ ନୌସେନା ପାଇଁ ମଧ୍ୟ ଆଜିର ଦିନଟି ଗୁରୁତ୍ୱପୂର୍ଣ୍ଣ,କାରଣ ୧୯୫୮ ମସିହାରେ ଆଡମିରାଲ୍ ଆର.ଡି. କଟାରୀ ପ୍ରଥମ ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଜ୍ଞାନ ଓ ସାହିତ୍ୟ କ୍ଷେତ୍ରରେ ୧୭୬୦ ମସିହାରେ ଆଜି ହେଉଛି ମୋଗଲ ସମ୍ରାଟ ଆକବର ଦ୍ୱିତୀୟ ଓ ୧୯୧୪ ମସିହାର ଆଜିର ଦିନରେ ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ବି.ଆର. ଚୋପ୍ରାଙ୍କ ଜନ୍ମଦିନ।ସେହିପରି ଆଜି ଓଡ଼ିଶାର ରାଜନେତା ରୁଦ୍ର ନାରାୟଣ ପାଣିଙ୍କ ଜନ୍ମଦିନ।

ଓଡ଼ିଶା ପ୍ରସଙ୍ଗରେ ଦେଖିଲେ,ଏପ୍ରିଲ ମାସଟି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି ବହନ କରେ।

ଆଜିର ଏହି ଦିବସରେ ଆମେ ପ୍ରକୃତିର ସୁରକ୍ଷା ସହ ଇତିହାସର ମହାପୁରୁଷମାନଙ୍କୁ ସ୍ମରଣ କରିବା ଉଚିତ।ସେମାନଙ୍କ ତ୍ୟାଗ ଓ ଆଦର୍ଶ ଆମ ପାଇଁ ଚିର ପ୍ରେରଣାର ଉତ୍ସ ହୋଇ ରହିବ।ପ୍ରକୃତିର ସୁରକ୍ଷା ଓ ଇତିହାସର ସମ୍ମାନ।ଏହି ଦୁଇଟିର ସମନ୍ୱୟ ହିଁ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଓ ସୁସ୍ଥ ପୃଥିବୀର ଆଧାର ହେବ।

    ଡ଼ା. ଦେବୀ ପ୍ରସାଦ ମିଶ୍ର,

✉️ debisirscience@gmail.com 

/ debiprasadmishra085@gmail.com

Related posts

ଆଜିର ଦିବସର ଅନୁଚିନ୍ତା : (ଶୁକ୍ରବାର)ଏପ୍ରିଲ ୩ ତାରିଖ: ସମୟର ସ୍ୱାକ୍ଷର ଓ କାଳଜୟୀ ବ୍ୟକ୍ତିତ୍ୱ

Sunil Chandra Nayak

ଅକ୍ଷୟ ତୃତୀୟାର ମାହାତ୍ମ୍ୟ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା: ମାର୍ଚ୍ଚ ୨୭ ତାରିଖ: କାଳର କପାଳରେ ସମୟର ସ୍ୱର୍ଣ୍ଣାକ୍ଷର 

Sunil Chandra Nayak

Leave a Comment

error: Content is protected !!